April 18, 2024

Odia Express

News For Public

ଯଦି ମାଛ କଣ୍ଟା ତଣ୍ଟିରେ ଅଟକିଯାଏ ତେବେ ଡେରି ନ କରି କରନ୍ତୁ ଏହି ସାଧାରଣ ଉପାୟ..

ଏହି ଦୁନିଆଁର ଏମିତି ବହୁତ ଲୋକ ଯେଉଁ ମାଛ ଖାଇବାକୁ ବହୁତ ପସନ୍ଦ କରନ୍ତି । ଓ ବହୁତ ରାଜ୍ୟ ଓ ଦେଶ ବି ଅଛି , ଯେଉଁଠି ଲୋକେ ମାଛକୁ ଖାଇବାକୁ ପସନ୍ଦ ବି କରନ୍ତି ନାହିଁ । କିନ୍ତୁ କିଛି ରାଜ୍ୟ ଏପରି ଅଛି ଯେଉଁଠି ମାଛ ସବୁଦିନ ଖିଆଯାଏ , ଯେପରି କି କୋଲକାତା ଓ ଏହା ଛଡା ଚୀନ୍ ଓ ଜାପାନ ପରି ଦେଶରେ ମାଛ ଖାଇବା ଏକ ସାଧାରଣ ବ୍ୟଞ୍ଜନ ରୁପେ ଜଣାଯାଏ , ଯଦି ସିଧା ଶବ୍ଦରେ କହିବା ତେବେ ମାଛ ବଙ୍ଗାଳୀମାନଙ୍କର ଏକ ଫେବରାଇଟ୍ ଫୁଡ୍ ଅଟେ , ଆପଣ ଏବେ ଭାବୁଥିବେ କି ଆମେ ମାଛ କଥା ଆଲୋଚନା କଣ ପାଇଁ କରୁଛୁ , ତେବେ ଆମେ ଆପଣଙ୍କୁ କହିଦେବୁ କି ଆମେ ମାଛ କଥା ଏଥିପାଇଁ କହୁଛୁ କି ଆଜି ଆମେ ମାଛ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ ।

 

ଜଣେଇଦେବୁ କି ଯେଉଁ ଲୋକ ମାଛ ଖାଇବାକୁ ପସନ୍ଦ କରନ୍ତି , ଯଦି ଖାଉଥିବା ସମୟରେ ମାଛର କଣ୍ଟା ଗଳାରେ ଅଟକିଯାଏ ତେବେ ଏମିତି ସ୍ଥିତିରେ ଜୀବନ ଚାଲିଯାଇପାରେ , ଏଥିପାଇଁ ଆମେ ଆପଣଙ୍କୁ କହିବୁ କିପରି ଆପଣ ମାଛର କଣ୍ଟାରୁ ବଞ୍ଚିପାରିବେ , ତାହାପାଇଁ ଆମେ କିଛି ଘରୋଇ ଉପାୟ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ କେବେ ବି ଜାଣିନଥିବେ , ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

 

୧) ଖାସିବା : ଏମିତି ଏହି କଥା ଜାଣିଥିବେ କି ଯଦି କେଉଁ ଜିନିଷ ଗଳାରେ ଅଟକି ରୁହେ ତେବେ ସବୁଠାରୁ ପ୍ରଥମେ ଆମେ ଖାସିବା ଆରମ୍ଭ କରିଦେଇଥାଉ । ଆପଣଙ୍କୁ ଜଣେଇଦେବୁ କି କଣ୍ଟା ବାହାର କରିବାକୁ ଏକ ବଢିଆ ଉପାୟ ଅଛି , ଯଦି ଆପଣଙ୍କ ଗଳାରେ କଣ୍ଟା ପସିକରି ଅଛି ତେବେ ଆପଣଙ୍କୁ ଲମ୍ବା ସମୟ ଯାଏଁ ଖାସିବାକୁ ପଡିବ , ଯାହା ଦ୍ୱାରା ମୁହଁରୁ ପବନ ବାହାରିପାରୁ , ଯାହାପରେ ଗଳାରେ ଫସିରହିଥିବା କଣ୍ଟା ବାହାରକୁ ଆସିପାରିବ । ଯଦି ଏହି ଉପାୟ ନ କରି ପାରୁଛନ୍ତି ତେବେ ଦ୍ୱିତୀୟ ଉପାୟ ବି କରିପାରିବେ ।

 

୨) ଓଲିଭ୍ ତେଲ ପିଇବା : ଯଦି କାହାର ଗଳାରେ ମାଛ କଣ୍ଟା ଲାଗିଯାଇଛି , ତେବେ ତାଙ୍କ ପାଇଁ ଅଲିଭ୍ ତେଲ ପିଇବା ବହୁତ ସାହାଯ୍ୟ କରିବ , ହଁ ଆଜ୍ଞା କହିଦେବୁ କି ଗଳାରେ କଣ୍ଟା ଲାଗିଥିଲେ ଏହା ବାହାର କରିଦେଇଥାଏ , ଏହି ତେଲକୁ ପିଇଲେ ମାଛ କଣ୍ଟା ଚିକଣା ହୋଇ ତଳକୁ ଚାଲିଆସେ , ଯାହା ପରେ ଆପଣଙ୍କୁ ଆଉ ଅସୁବିଧା ଭୋଗିବାକୁ ପଡିବ ନାହିଁ ।

 

୩) ଶୁଖିଲା ରୁଟି ଚୋବାଇକରି ଖାଇବା : ଆପଣ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ସୁଖିଲା ରୁଟି ଚୋବାଇକରି ଖାଇଲେ ମାଛ କଣ୍ଟା ବାହାରିଯାଏ , ହଁ ଆଜ୍ଞା ଏହି ଉପାୟ ଅନୁସାରେ ଶୁଖିଲା ରୁଟି ଟିକିଏ ଚୋବାଇକରି ଖାଇଲେ ଏହା କଣ୍ଟା ଭିତରକୁ ପଳାଏ , ଏହା ଆପଣଙ୍କ ପାଇଁ ବହୁତ ସାହାଯ୍ୟକାରୀ ହେବ ।

୪) କଦଳିର ଖଣ୍ତ : ଜଣେଇ ଦେବୁ କି ଯଦି ଗଳାରେ କଣ୍ଟା ଫସିରହିଛି ତେବେ କଦଳିର ଖଣ୍ତ ବିନା ଚୋବାଇ ତାକୁ ଗିଳିବାକୁ ଚେଷ୍ଟା କରନ୍ତୁ , ଏହା ଟିକିଏ ଅସୁବିଧା ହୋଇପାରେ , କିନ୍ତୁ ଏହା ଦ୍ୱାରା ଆପଣଙ୍କୁ ଅସୁବିଧାରୁ ମୁକ୍ତି ମିଳିପାରିବ , ଏହା ପଢିବାପରେ ଆପଣ ନିଶ୍ଚିତ ବୁଝିପାରୁଥିବେ କି ମାଛ କଣ୍ଟା ଗଳାରେ ଲାଗିଯାଇଥିଲେ କିପରି ତାକୁ ବାହାର କରିପାରିବେ ।

ସେମିତି ଆପଣ ଏହି କଥା ଧ୍ୟାନ ଦେବାକୁ ହେବ କି ମାଛର କଣ୍ଟା ଆପଣଙ୍କ ଗଳାରେ ଅଟକି ନ ରହୁ ।

Leave a Reply

Your email address will not be published. Required fields are marked *