April 12, 2024

Odia Express

News For Public

୨୦ ମେ ୨୦୧୯ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

1 min read

ମେଷ : ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ । ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ଯାତ୍ରାରେ ଅସୁବିଧା ହୋଇପାରେ। ମନ ଅଶାନ୍ତ ହୋଇପାରେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ। ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ଆପଣଙ୍କ ସହିତ କରାଯାଇଥିବା ବ୍ୟବହାରରେ ଦୁଖ ପହଁଚିପାରେ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ବୃଷ : ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ । ଆଜିର ଦିନ ଲାଭପ୍ରଦ ରହିବ। ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ପିତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣରେ ଖୁସି ରହିବ।ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମିଥୁନ : ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ । ଆଜି ଆପଣ ନୂଆ କାମ ପ୍ରାରମ୍ଭ କରିବା ପାଇଁ ଚେଷ୍ଟା କରିବେ। ତୀର୍ଥ ଯାତ୍ରା କରିବାପାଇଁ ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ରମାନଙ୍କ ଏବଂ ବନ୍ଧୁମାନଙ୍କର ଭଲ ସମାଚାର ପ୍ରାପ୍ତ ହେବ ଯାହାଫଳରେ ଅଧିକ ପ୍ରସନ୍ନତା ଅନୁଭବ କରିବେ। ଆଜି କୌଣସି ଚର୍ଚ୍ଚା କିମ୍ବା ବାଦ-ବିବାଦରେ ପଡ଼ନ୍ତୁ ନାହିଁ।ପ୍ରତିକାର:-ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

କର୍କଟ : ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଜଳକ୍ଷେତ୍ର ନିକଟରେ ସଜାଗ ରୁହନ୍ତୁ। ଆଜି ଆପଣ ଖର୍ଚ୍ଚ ଅଧିକ କରିପାରନ୍ତି।ପ୍ରତିକାର:-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।

ସିଂହ : ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ । ମିତ୍ରମାନଙ୍କ ସହିତ ଭଲ ଦିନ ବିତିବ। ସ୍ଵାଦିଷ୍ଟ ଭୋଜନ ତଥା ନୂଆ କପଡ଼ା ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ବିଶେଷ ଆକର୍ଷଣ ରହିବ ଏବଂ ତାଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଆଜି ଆପଣଙ୍କ ବିଚାରରେ ସ୍ଥିର ରହିବ ନାହିଁ। ଭାଗିଦାରୀରେ ଲାଭ ହେବ।ପ୍ରତିକାର:-ଗହମ, ଗୁଡ ବାଳକମାନଙ୍କୁ ଦାନ କରିବେ।

କନ୍ୟା : ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆଜି ଆପଣଙ୍କ ମନ ଅଧିକ ଚଞ୍ଚଳ ରହିବ। ଏହି କାରଣରୁ ଆପଣଙ୍କୁ ନିର୍ଣ୍ଣୟ ନେବାରେ ବହୁତ ଅସୁବିଧା ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନା କରିବାକୁ ପଡ଼ିପାରେ। ନୂଆ କାମ କରିବାକୁ ପ୍ରେରଣା ମିଳିବ।ପ୍ରତିକାର- ୧୧ଜଣ ପିଲାଙ୍କୁ ଧଳାମିଠା ଖାଇବାକୁ ଦେବେ।

ତୁଳା : ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି । ଆଜି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଯଶ, କୀର୍ତ୍ତି ଏବଂ ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭର ଯୋଗ ଅଛି। ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ସମୟ ଭଲ ଅଟେ। ଆର୍ଥିକ ଲାଭ ଏବଂ ଯାତ୍ରାର ସମ୍ଭାବନା ଅଛି।ପ୍ରତିକାର:-ଭିକାରୀକୁ ନିରାଶ କରିବେ ନାହିଁ।

ବିଚ୍ଛା : ଆପଣଙ୍କ ଆଶା ଏବଂ ବୁଝିପାରିବାର ଶକ୍ତି ଆପଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ । ଆଜିର ଦିନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ସ୍ଵାଦିଷ୍ଟ ଭୋଜନ ଏବଂ ଭଲ କପଡ଼ା ପିନ୍ଧିବାକୁ ମିଳିବ। ଭେଟ-ଉପହାର ମିଳିପାରେ। ଆର୍ଥିକ ଲାଭ ହେବ।ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ଧନୁ : ବିଦେଶରୁ ଆସୁଥିବା ଖବର ଜରୁରୀ ନୁହେଁ ଯେ ଆପଣଙ୍କ ପାଇଁ ଶୁଭ ହେବ । ଯେଉଁ ଖବର ପାଇଁ ଆପଣ ଆଶାୟୀ ଥିଲେ ସେ ଖବର ହୁଏତ ଆପଣଙ୍କୁ ମିଳି ନପାରେ । ଧର୍ଯ୍ୟ ଧରି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ମନରେ ଆଘାତ ଏବଂ ଭୟ ଅନୁଭବ କରିପାରନ୍ତି। ପରିବାରରେ ମତଭେଦ ହେବାରୁ ପାରିବାରିକ ବାତାବରଣ ଅଶାନ୍ତିପୂର୍ଣ୍ଣ ରହିବ। ମନରେ ଦ୍ୱନ୍ଦ୍ୱ ରହିପାରେ। ନିଜର ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଆଜି ଅତ୍ୟଧିକ ଖର୍ଚ୍ଚ ହୋଇପାରେ।ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

ମକର : ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି । ବନ୍ଧୁ ତଥା ମିତ୍ରମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅନେକ ଅସୁବିଧା ତଥା ବିରୋଧ ପରିସ୍ଥିତିର କାରଣରୁ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରଭାବିତ ହୋଇପାରେ। କୌଣସି କାଗଜପତ୍ରରେ ସାବଧାନ ରହିବେ। ମାନ ପ୍ରତିଷ୍ଠା ପ୍ରତି ଧ୍ୟାନ ରଖିବେ।ପ୍ରତିକାର:-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

କୁମ୍ଭ : ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । ଆଜି ବ୍ୟାପାରରେ ଲାଭ ଏବଂ ଆୟରେ ବୃଦ୍ଧି ହେବ। ଉତ୍ତମ ଭୋଜନ ପ୍ରାପ୍ତ ହେବ। ମିତ୍ରମାନଙ୍କ ସହିତ ରମଣୀୟ ସ୍ଥାନକୁ ଯାଇପାରନ୍ତି। ମହିଳା ମିତ୍ର ଆଜି ବିଶେଷ ସହାଯକ ହେବେ। କୌଣସି ଶୁଭ ପ୍ରସଙ୍ଗ ହୋଇପାରେ। ବୈବାହିକ ଜୀବନ ଉତ୍ତମ ରହିବ ତଥା ଜୀବନସାଥୀମାନଙ୍କ ସହଯୋଗ ମିଳିବ।ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମୀନ : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଭାଇ-ବନ୍ଧୁମାନଙ୍କର ପ୍ରେମ ତଥା ସହଯୋଗ ମିଳିବ। କଲାକାର, କାରୀଗର ଏବଂ ଲେଖକମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟର ଉଚିତ ପ୍ରଶଂସା ମଧ୍ୟ ହେବ। ସାମାଜିକ ରୂପରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

Leave a Reply

Your email address will not be published. Required fields are marked *