April 19, 2024

Odia Express

News For Public

ଆପଣଙ୍କ ଘରେ ଯଦି ମଶାର ଆତଙ୍କ ବଢିବାରେ ଲାଗିଛି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ , ନିଶ୍ଚିତ ପଢନ୍ତୁ ମାସ ଆପଣଙ୍କ ଘର ପାଖକୁ କେବେ ଆସିବେ ନାହିଁ..

ମଶାମାନେ ମଣିଷକୁ ଠିକ୍ ଭାବରେ ଶୋଇବାକୁ ଦିଅନ୍ତି ନାହିଁ, ଆରାମରେ ବସିଥିବା ବେଳେ କିମ୍ବା କେଉଁ କାମ କଲାବେଳେ ମଶାମାନଙ୍କର ଆତଙ୍କ ବଢିବାରେ ଲାଗିଥାଏ , ମଶାଙ୍କ ଯୋଗୁଁ ନାନାଦି ରୋଗ ହୋଇଥାଏ , ଏହି ରୋଗରୁ ବଞ୍ଚିବାକୁ ହେଲେ ଏଥିପାଈଁ ଆପଣଙ୍କୁ ମସକ୍ୱିଟୋ ଲିକ୍ୱିଡ୍ ନଥିଲେ ଆପଣ କଣ କରିବେ , ଏମିତିରେ ଆଜି ଆମେ ଆପଣଙ୍କୁ ମଶାଙ୍କ ଦ୍ୱାରା ବଢୁଥିବା ଆତଙ୍କରୁ ବଞ୍ଚିବା ପାଇଁ ଏକ ବହୁତ ହିଁ ଘରୋଇ ଉପାୟ କହିବାକୁ ଯାଉଛୁ , ଯାହା ଆପଣଙ୍କ ସବୁ ସମସ୍ୟାକୁ ଦୁର କରିଦେବ , ତେବେ ଆସନ୍ତୁ ଜାଣିବା ପୁରା ଉପାୟ ।

 

ଆପଣ ବହୁତଥର ଦେଖିଥିବେ କି ମଶା କାମୁଡିଲେ ଆମର ସେହି ଜାଗା ବହୁତ୍ ଜୋର୍ ରେ କୁଣ୍ତାଇ ହୁଏ , ଓ ତାହା ସହ ଏହା ରୋଗର ସଂକ୍ରମଣ ବୃଦ୍ଧିକରାଇଥାଏ , ବୋଧେ ଏହି କଥାକୁ ବିଶ୍ୱାସ କରିପାରିବେ ନାହିଁ , ସାଧାରଣ ଦେଖାଯାଉଥିବା ଏହି ମଶାଙ୍କ କାମୁଡିବା ଦ୍ୱାରା ମ୍ୟାଲେରିଆ,ଫାଇଲେରିଆ, ଡେଙ୍ଗୁ, ଆଦି ରୋଗ ହୋଇଯାଏ , ଏଥିପାଇଁ ମଶାଙ୍କୁ ଘରୁ ବାହାରକୁ କରିବା ନିତାନ୍ତ ଜରୁରୀ , ଆଜି କାଲି ମାର୍କେଟ୍ ରେ ନାନା ପ୍ରକାରର ଜିନିଷ ମିଳୀଯାଉଥିବ , ଯେପରି କି ଲିକ୍ୱିଡ୍ କଏଲ୍ , ଆଦି ନେଲେ ସେଥିରେ ସମସ୍ୟା ଉପଜିଥାଏ । ଏଥିପାଇଁ ଏହି କେମିକାଲ୍ ଯୁକ୍ତ ଜିନିଷକୁ ବ୍ୟବହାର କରିବା ଅପେକ୍ଷା ପ୍ରାକୃତିକ ଜିନିଷକୁ ବ୍ୟବହାର କରିବା ଉଚିତ୍ ।

 

୧) ନିମ୍ବ ତେଲ : ଯଦି ଆପଣଙ୍କୁ ପ୍ରାକୃତିକ ଉପାୟରେ ମଶାଙ୍କ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିମ୍ବର ତେଲକୁ କର୍ପୁରରେ ମିଶାଇ ଏକ ସ୍ପ୍ରେ ବୋଟଲରେ ଭରିନିଅନ୍ତୁ , ଏହି ମିଶ୍ରଣରୁ ଆପଣ ତେଜପତ୍ର ଉପରେ ସ୍ପ୍ରେ କରନ୍ତୁ , ଓ ତେଜପତ୍ର କୁ ଜଳାଇଦିଅନ୍ତୁ , ତେଜପତ୍ର ଧୁଆଁ ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କେଉଁ ଭଳି କ୍ଷତି କରାଇବ ନାହିଁ , ଏହାର ଗନ୍ଧକୁ ସୁଂଘିଲେ ଆଶ୍ଚର୍ଯ୍ୟଜନକ ରୁପରେ ମଶା ପଳାଇବେ , ଓ ଆପଣଙ୍କ ସ୍ୱାସ୍ଥ୍ୟକୁ କିଛି ବି କ୍ଷତି ପହଞ୍ଚାଇବ ନାହିଁ ।

୨) ତୁଳସୀ ଓ ସୋରିଷ ତେଲ : ଏହା ଛଡା ଆପଣ ଚାହିଁଲେ ତୁଳସୀର ପତ୍ରକୁ ସୋରିଷ ତେଲରେ ମିଶାଇକରି ଶରୀରରେ ଲଗାଇ ଦିଅନ୍ତୁ , ଏମିତି କଲେ ମଶା ଆଉ କାମୁଡିବେ ନାହିଁ ।

 

୩) ଲବଙ୍ଗର ତେଲ : ଆପଣଙ୍କୁ ଏହା ବି କହିଦେବୁ କି ଲବଙ୍ଗର ତେଲର ବାସ୍ନା ବହୁତ ଅଧିକା ହୋଇଥାଏ , ଏହି ବାସ୍ନା ଦ୍ୱାରା ମଶା ଆପଣଙ୍କ ଘରୁ ଦୁରେଇଯାଆନ୍ତି , ଏଥିପାଈଁ ପ୍ରଥମେ ନଡିଆର ତେଲରେ କିଛି ଲବଙ୍ଗ ମିଶାଇ ଶରୀରରେ ଲଗାନ୍ତୁ , ଏହାର ପ୍ରଭାବ ଓଡୋମାସରୁ କମ୍ ହେବ ନାହିଁ ,

୪) ଗେଣ୍ତୁର ଫୁଲ : ଗେଣ୍ତୁର ଫୁଲରେ ନା କେବଳ ବାସ୍ନା ଭଲ ଲାଗିଥାଏ , ବରଂ ଏହାର ବାସ୍ନାରେ ମଶା ବି ବହୁତ ଦୁରରେ ରୁହନ୍ତି , ଏଥିପାଇଁ ଗେଣ୍ତୁର ଫୁଲକୁ ନିଜ ମଧ୍ୟରେ ରୋପଣ କରନ୍ତୁ , ବରଂ ଏହାକୁ ବାଲକୋନୀରେ ଲଗାନ୍ତୁ , ଯାହା ଦ୍ୱାରା ମଶା ଆପଣଙ୍କ ଘରକୁ ପ୍ରବେଶ ନ କରିପାରନ୍ତୁ ।

 

୫) ମଶା ଦାନୀ : ପରିଶେଷରେ କହିଦେବୁ କି ଯଦି ଆପଣ ଏହି ସବୁ ଉପାୟ କରିବାରେ ଅସମର୍ଥ ହୁଅନ୍ତି , ତେବେ ମଶାଙ୍କ ଆତଙ୍କରୁ ରକ୍ଷା ପାଇବାକୁ ହେଲେ ମଶା ଦାନୀ ବ୍ୟବହାର କରିବାକୁ ହେବ , ଏହା ସବୁଠାରୁ ସହଜ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *