April 11, 2024

Odia Express

News For Public

ଧର୍ମର ପୂର୍ବରୁ ବାଛିଲେ ମଣିଷ ପଣିଆ – ରମଜାନ୍ ରେ ରୋଜା ଭାଙ୍ଗି ମୁସଲିମ୍ ଯୁବକ ଦେଲେ ହିନ୍ଦୁ କୁ ରକ୍ତଦାନ ଦେଇ ବଂଚେଇଲେ ଜୀବନ – ଆଉ କହିଲେ ଏଭଳି କଥା ଯେ ଆପଣ ମଧ୍ୟ କହିବେ ସବାସ…

ଏହି ଦେଶରେ ଧର୍ମକୁ ନେଇ ବହୁତ ରାଜନୀତି ହୋଇଥାଏ । ବହୁତଥର ପରସ୍ପର ମଧ୍ୟରେ ଧାର୍ମିକ ଆନ୍ଦୋଳନ କରି ଲୋକଙ୍କ ମଧ୍ୟରେ ହିଂସା ଭାବ ସୃଷ୍ଟି କରିବାକୁ ଚେଷ୍ଟା କରାଯାଏ । କିନ୍ତୁ ଏମିତି ହୋଇନଥାଏ , ଏଠାରେ ସବୁ ହିନ୍ଦୁ ଓ ମୁସଲିମ୍ ପରସ୍ପର ମଧ୍ୟରେ ଲଢାଇ ଝଗଡା କରିବାକୁ ଚାହିଁଥାଏ । ବରଂ ସମସ୍ତେ ଏହା ଚାହଁନ୍ତି କି ସମସ୍ତେ ଏହି ସମାଜରେ ଶାନ୍ତି ବଜାୟ କରି ପରସ୍ପର ମଧ୍ୟରେ ଏକତା ବଜାୟ ରଖନ୍ତୁ , ଏହି ଭାବନା ମଧ୍ୟରେ ମିଶାଲ୍ ରୁପରେ ବହୁତ ଏମିତି କଥା ଦେଖିବାକୁ ମିଳେ , ଏହି ଦୁନିଆଁରେ କିଛି ଏପରି ଲୋକ ଅଛନ୍ତି ଯିଏକି ଧର୍ମ ପୂର୍ବରୁ ମଣିଷତ୍ୱ ପ୍ରାଥମିକତା ଆଗ ଦେଇଥାଏ , ଏମିତି ଏକ ତାଜା ଉଦାହରଣ ଆସାମର ମଙ୍ଗଳଡୋଇ ରେ ଦେଖିବାକୁ ମିଳିଥିଲା ।

 

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆମ ମୁସଲିମ୍ ରମଜାନ ଉତ୍ସବ ମନାଉଛନ୍ତି , ୫ ମେ ରୁ ୪ ଜୁନ୍ ଯାଏଁ ଚାଲିବାକୁ ଥିବା ମୁସଲିମ୍ ଙ୍କ ରୋଜା ଉପବାସ ରଖିଥାନ୍ତି , ସବୁ ମୁସଲିମ୍ ପାଇଁ ରମଜାନ ମାସ ବହୁତ ଖାସ୍ ହୋଇଥାଏ , ଓ ତାହା ସେମାନେ ପୁରା କରିବାକୁ ଚେଷ୍ଟିତ ରୁହନ୍ତି , ଏମିତି ଏକ ରୋଜା ଏକ ୨୬ ବର୍ଷୀୟ ପନୋଲ୍ଲାହ ଅହମ୍ମଦ ବି ରଖିଥିଲେ , କିନ୍ତୁ ସେ ଏହି ରୋଜାକୁ ଭାଙ୍ଗିଦେଇଥିଲେ , ଯେବେ କି ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇବାର ଥିଲା ।

 

ଇଣ୍ତିଆନ୍ ଏକ୍ସପ୍ରେସ୍ ରିପୋର୍ଟ ମୁତାବିକ ଅହମ୍ମଦ ତାପସ ଭଗବତିଙ୍କ ରୁମ୍ ମେଟ୍ ଅଟନ୍ତି , ତାପସ ଟିମ୍ ହ୍ୟୁମାନିଟି ନାମକ ଏକ ଅର୍ଗାନାଇଜେସନ୍ ସହ ଯୋଡି ହୋଇଛନ୍ତି , ଓ ଦେଶ ସାରା ବ୍ଲଡ୍ ଡୋନେଟ୍ ଏକ ଅଭିଯାନ ଚଲାନ୍ତି , ଯେବେ କେଉଁ ବ୍ୟକ୍ତିର ରକ୍ତର ଅଭାବ ପଡିଥାଏ । ତାଙ୍କର ମେମ୍ବର୍ସ ମାନେ ବ୍ଲଡ୍ ଗ୍ରୁପ୍ ଡୋନର୍ ରୋଗୀଙ୍କ ପାଇଁ ଖୋଜି ଆଣନ୍ତି , ଏମିତି ଧେମାଜି ଜିଲ୍ଲାରେ ରହୁଥିବା ରଞ୍ଜନ ଗୋଗୋଇ ଙ୍କର ଓ ପଜେଟିଭ୍ ବ୍ଲଡ୍ ଦରକାର ପଡିଥିଲା । ଏମିତିରେ ଧେମାଜି ଜିଲ୍ଲାରେ ରହୁଥିବା ରଞ୍ଜନ ଗୋଗୋଇ ଓ ପଜେଟିଭ୍ ଦରକାର କରୁଥିଲେ । ଲକ୍ଷାଧିକ ଚେଷ୍ଟା କରିବା ଫଳରେ ବି ତାଙ୍କୁ ବ୍ଲଡ୍ ମିଳିପାରୁନଥିଲା ।

 

ତାପସ ଭଗବତୀ କହିଲେ କି ୫ ତାରିଖକୁ ମୋର ପାଖରେ ବ୍ଲଡ୍ ରିକ୍ୱେଷ୍ଟ ଆସିଥିଲା , ତାପର ଦିନ ସକାଳ ପର୍ଯ୍ୟନ୍ତ ଲୋକଙ୍କ ସହ ସଂମ୍ପର୍କ କରିବାପରେ ମଧ୍ୟ ମତେ ଓ ପଜେଟିଭ୍ ବ୍ଲଡ୍ ଡୋନର୍ ମିଳିଲା ନାହିଁ , ମୁଁ ଅହମ୍ମଦ ଙ୍କୁ ଏଥିପାଇଁ ପଚାରିଲି ନାହିଁ କାରଣ ତାଙ୍କର ରୋଜା ଉପବାସ ଥିଲା ।

ଏହାର କିଛି ସମୟ ପରେ ଅହମ୍ମଦ ନିଜେ ତାପସଙ୍କ ପାଖକୁ ଯାଇଥିଲେ , ଓ ବ୍ଲଡ୍ ଡୋନେଟ୍ କରିବାର ଅଫର୍ ଦେଲେ , ଏହା ପୂର୍ବରୁ ସେ ନିଜ କମ୍ୟୁନିଟି ର କିଛି ଲୋକଙ୍କ ଠାରୁ ବୁଝାଶୁଣା କରିଥିଲେ , ସେ କହିଲେ କି ବ୍ଲଡ୍ ତ ଡୋନେଟ୍ କରିପାରିବ , କିନ୍ତୁ ତୁମେ ଯଦି ଏମିତି ଖାଲି ପେଟରେ ରହିବ ତେବେ ରୋଗିଣା ହୋଇଯିବ , ଏହାପରେ ଅହମ୍ମଦ ରୋଜା ଭାଙ୍ଗିବାକୁ ଫଇସଲା ନେଲେ ।

 

ଏହା ବିଷୟରେ ଅହମ୍ମଦ କହିଲେ କି ରୋଜା ଏକ ଧାର୍ମିକ ବିଶ୍ୱାସ ଅଟେ , ଯାହା ଆମେ ସମସ୍ତେ ମାନିଥାଉ , ମୁଁ ଏହାକୁ ଭାଙ୍ଗିବାକୁ ନିର୍ଣ୍ଣୟ ନେଲି , ମୋତେ ଏହି କଥାର ଆଭାସ ହେଲା କି ମୁଁ ରୋଜା ତ ତାପର ଦିନ ରଖିପାରିବି  କିନ୍ତୁ ଯଦି ଆଜି ମୁଁ ସେହି ରୋଗୀଙ୍କୁ ବ୍ଲଡ୍ ନ ଦେଲି ତେବେ ସେ ଜୀବିତ ରହିବାର ଅଲଗା ଉପାୟ ନାହିଁ ।

ଟିକିଏ ଭାବନ୍ତୁ ,ଯଦି ଆମେ ଧର୍ମର ପୁର୍ବରୁ ମାନବିକତାଉ ପ୍ରାଥମିକତା ଦେଲେ ତ ଦୁନିଆଁ ସ୍ୱର୍ଗ ହୋଇଯିବ , ଓ ସବୁ ଧର୍ମର ଲୋକଙ୍କୁ ସାହାଯ୍ୟ ପାଇବାକୁ ଥିବା ଲୋକଙ୍କୁ ସାହାଯ୍ୟ କଲେ ଏହା ଭଲ କାର୍ଯ୍ୟ ରୁପେ ଜଣା ଯିବ ।

Leave a Reply

Your email address will not be published. Required fields are marked *