April 24, 2024

Odia Express

News For Public

ଭାରତର ମଝି ସମୁଦ୍ରରେ ଏମିତି ଏକ ଭାରତୀୟ ଜେଲ୍ , ଯେଉଁଠି ବନ୍ଦୀ ହେଇ ରହିଛନ୍ତି କେବଳ ଜଣେ କଏଦୀ – ଜାଣିରଖନ୍ତୁ ଆଶ୍ଚର୍ଯ୍ୟ କଲା ଭଳି କଥା..

ସାଧାରଣତଃ ଆମ ଦେଶରେ ଜେଲର ଅବସ୍ଥା ଓ କଏଦୀଙ୍କ ସ୍ଥିତିକୁ ନେଇକରି ବହୁତ ଚର୍ଚ୍ଚା ହେଉଛି , ଏହା ସମସ୍ତେ ଜାଣିଛନ୍ତି କି ଆମ ଦେଶରେ କଏଦୀଙ୍କ ସଂଖ୍ୟା ଅଧିକା ଅଛି , ଜେଲ୍ ହିସାବରେ ବେରାକ୍ କମ୍ ଅଛି , କିନ୍ତୁ ମଜାଦାର କଥା ଏହି କି ଯେ ଭାରତରେ ଏମିତି ଏକ ଜେଲ୍ ଅଛି ଯେଉଁଠି ଜଣେ ହିଁ କଏଦୀ ଅଛନ୍ତି , ଜେଲ୍ ବି ଏମିତି ଯାହା କିଲ୍ଲା ଭଳି ଲ୍ଗେ , ସେ ପୁଣି ପାଣି ମଧ୍ୟରେ । ଦେଶର କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରେ ଦିବରେ ଏହି ସବ ଜେଲ୍ ଅଛି, ଏହି ଜେଲ୍ ର ଭବ୍ୟତା ଦେଖିବା ଭଳି ଲାଗେ , ସମୁଦ୍ର ମଝିରେ କିଲାନୁମା ଏହା ବନ୍ଦୀଗୃହ ବଡ ସୁନ୍ଦର ଲାଗିଥାଏ , କେଉଁ ଯୁଗରେ ଏହା ପର୍ତ୍ତୁଗାଲ କଲୋନୀ ଭିତରେ ଆସୁଥିଲା , ଜେଲ୍ ର ପାଚେରୀ ଗୁଡିକ ୪୭୨ ବର୍ଷ ପୁରୁଣା ଅଟେ ।

 

ଏଠାରେ କେବଳ ଗୋଟିଏ କଏଦୀ ହିଁ ଅଛି, ଯାହାର ନାଁ ଦୀପକ କାଞ୍ଜୀ । ଦୀପକଙ୍କ ବୟସ ୩୦ ବର୍ଷ ଅଟେ , ସେ ତା ସ୍ତ୍ରୀକୁ ବିଷ ଦେଇ ହତ୍ୟା କରିବାର ଆରୋପ ଲାଗିଛି, ସେମିତି ଦୀପକ ଏଠି ବେଶୀ ଦିନ ରହିବେନି , ଅସଲରେ ଦୀପକଙ୍କୁ ଟ୍ରାଏଲ୍ ପରେ ତାଙ୍କୁ ଜେଲ୍ କୁ ସ୍ଥାନାନ୍ତରଣ କରିଦିଆଯିବ , ଏହି ଜେଲ୍ ରେ ଟୁରିଷ୍ଟ ଡେଷ୍ଟିନେସନ୍ ବନାଇବାର ଯୋଜନା ଅଛି ,

 

ଜେଲ୍ ରେ କାଞ୍ଜୀ କଏଦୀ ହିସାବରେ ଏକେଲା ରହୁଛନ୍ତି , ତାଙ୍କର ସୁରକ୍ଷାରେ ୫ ଜଣ ସିପାହୀ ଓ ୧ ଜେଲର୍ ଅଛନ୍ତି , ସବୁ ଡ୍ୟୁଟି ସିଫ୍ଟ ନିର୍ଦ୍ଧାରିତ କରାଯାଇଛି, ଏହି ଜେଲ୍ କୁ ବର୍ଷ ୨୦୧୩ ରେ ବନ୍ଦ କରିବାର ଘୋଷଣା ହୋଇଥିଲା , କିଛି ବର୍ଷ ପୂର୍ବରୁ ଏଠାରେ ୭ ଜଣ କଏଦୀ ଥିଲେ , ଯେଉଁଥିରେ ୨ ଜଣ ମହିଳା କଏଦୀ ଥିଲେ , କିନ୍ତୁ ପରେ ୪ ଜଣ କଏଦୀଙ୍କୁ ଗୁଜୁରାଟର ଅମରେଲି ଜେଲ୍ କୁ ସିଫ୍ଟ କରିଦିଆଗଲା ।

 

ଅମରେଲି ଜେଲ୍ ଦିବରୁ ୧୦୦ କିମି ଦୁରରେ ଅଛି ,ଗୁଜୁରାଟର ତଟରୁ ଓ ଦିବର ଏକ ପୋଲ ଯୋଡିହୋଇଛି, ୪ ଜଣ କଏଦୀ ଟ୍ରାନ୍ସଫର ପରେ ୨ ଜଣ କଏଦୀଙ୍କ ଦଣ୍ତ ପୁରା ହୋଇଯାଇଛି, ଏବେ ସେ ମୁକୁଳିଛନ୍ତି , ଏବେ କେବଳ ଦୀପକ କାଞ୍ଜୀ ଅଛନ୍ତି ।

 

ଦିବ ଜେଲ ରେ ଡ୍ୟୁଟିରେ ନିଯୁକ୍ତ ଜଣେ ସିପାହୀ କହନ୍ତି କି କଏଦୀଙ୍କ ପାଇଁ ଜେଲ୍ ରେ ସମୟ କଟାଇବା ବହୁତ ଅସୁବିଧା ଅଟେ , ଗଣନା କହୁଛି କି ଦମନ ଓ ଦିବରେ ପ୍ରତ୍ୟେକ କଏଦୀ ସରକାରଙ୍କ ୩୨ ହଜାର ଟଙ୍କା ଖର୍ଚ୍ଚ କରନ୍ତି , ଏହା ଅଲଗା ରାଜ୍ୟ ଅପେକ୍ଷା ଅଧିକା ଅଟେ ।

ଖାସ୍ କଥା ଏହି କି ଯେ ଯେଉଁ ବେରାକରେ ଦୀପକ ରହୁଛି , ସେଥିରେ ୨୦ ଜଣ କଏଦୀଙ୍କ ପାଇଁ ଜାଗା ଅଛି, ଜଣେ କଏଦୀଙ୍କ କାରଣରୁ ତାହା ପାଇଁ ଖାଇବା ବନ୍ଦୋବସ୍ତ ଓ ପଡୋଶୀ ରେଷ୍ଟୁରାଣ୍ଟରେ କରାଯାଇଛି, ଜେଲ୍ ରେ କିଛି ସମୟ ପାଇଁ ଦୁରଦର୍ଶନ ଓ ଅନ୍ୟ ଆଧ୍ୟାତ୍ମିକ ଚ୍ୟାନେଲ୍ ଦେଖିବାର ଅନୁମତି ମିଳେ । ଜେଲ୍ ରେ ଗୁଜୁରାଟି ଖବରକାଗଜ ଓ ମ୍ୟାଗାଜିନ୍ ଦିଆଯାଏ , ଏହା ଛଡା ସଂନ୍ଧ୍ୟା ୪ ଟା ରୁ ୬ ଟା ପର୍ଯ୍ୟନ୍ତ ଦୁଇ ଜଣ ସିପାହୀ ଖୋଲା ଆକାଶ ତଳେ ବୁଲି ପାରିବେ ।

Leave a Reply

Your email address will not be published. Required fields are marked *