April 25, 2024

Odia Express

News For Public

୨୨ ମେ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାକାଳଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

1 min read

ମେଷ  – ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ- ଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କଠାରୁ ବିଶେଷ ସହାୟତା ପ୍ରାପ୍ତ କରିପାରିବେ। ଦୂରସ୍ଥ ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସନ୍ଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ନିଜର ପ୍ରଭାବଶାଳୀ ବାଣୀରେ ଅନ୍ୟ ଲୋକମାନଙ୍କର ଧ୍ୟାନ କେନ୍ଦ୍ରିତ କରି ପାରିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ କମ ସଫଳତା ମିଳିବ।  ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ବୃଷ : ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ କମ ସମୟ ଦେବେ, ଏହି କାରଣରୁ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ :  ଆଜିର ଦିନ କିଛି ଅନିୟନ୍ତ୍ରଣ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବାଣୀର ଶିଥିଲତା ଉଗ୍ର ଯୁକ୍ତି କରାଇବାର ସମ୍ଭାବନା ଅଛି। ସ୍ୱବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହେବ। । ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବିତିବ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ। ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି। ଲଘୁ ପର୍ଯ୍ୟଟନ ହେବ। ସାର୍ବଜନିକ ଜୀବନରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ : ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ । ଆଜି ଲାଭଦାୟକ ଦିନ। ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ବାକଚାତୁରୀ ଏବଂ ମୀଠା ବାଣୀରେ ଆପଣ ଲାଭପ୍ରଦ ସମ୍ବନ୍ଧ ବିକସିତ କରି ପାରିବେ। ଉତ୍ତମ ଭୋଜନ, ଭେଟ ଉପହାର ଏବଂ ବସ୍ତ୍ର ପ୍ରାପ୍ତି ହେବ।  ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ। ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନ ରଖିବେ। ଚାକିରିରେ ଆପଣଙ୍କ ଯଶ ବୃଦ୍ଧି ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ : ଶାରୀରିକ ଏବଂ ମାନସିକ ସତେଜତାର ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥିରେ ସାକ୍ଷାତକରି ହେବ। ସାଥିମାନଙ୍କଠାରୁ ଲାଭ ହେବ। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ଅଟେ। କାର୍ଯ୍ୟର ସଫଳତା ଏବଂ ପ୍ରିୟ ବ୍ୟକ୍ତିଙ୍କ ସାଥି ମିଳିବାରୁ ଆପଣ ଆନନ୍ଦିତ ରହିବେ। ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧିର ସମ୍ଭାବନା ଅଛି। ଛୋଟ ଯାତ୍ରା ହେବ। ମାନ- ସମ୍ମାନରେ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପିତା ଏବଂ ବଡ଼ଙ୍କର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ସମ୍ପୂର୍ଣ୍ଣ ଦିନ ଆନନ୍ଦରେ ବିତିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କନ୍ୟା : ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସହିତ ସମୟ ଆନନ୍ଦରେ ବ୍ୟତୀତ ହେବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ପର୍ଯ୍ୟଟନରେ ଯିବାର ସମ୍ଭାବନା ଦେଖାଯାଉଛି। ସଦଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ। ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ। ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ। ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବେ। ଅନ୍ୟଥା ସ୍ଵାସ୍ଥ୍ୟ ଖରାପ ହେବ। ଆକସ୍ମିକ ଧନ ଲାଭ ମଧ୍ୟ ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା : ଆଜି ଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀର ମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବ ନାହିଁ ଏହା ସତ୍ତ୍ୱେ ଆପଣଙ୍କ କାମରେ ତତ୍ପରତା ଏବଂ କୁଶଲତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ସମ୍ଭବ ହୋଇପାରେ। ପେଟର ଅସୁବିଧା ଚିନ୍ତିତ କରିବ।  ଆଜି ଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ। ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ। କୋର୍ଟ-କଚେରୀରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ବିଚ୍ଛା : ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ। ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ। ଭାବି ବିଚାରି ଧନର ନିବେଶ କରନ୍ତୁ। ବିରୋଧିମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଆନନ୍ଦ-ଉଲ୍ଲାସ ଏବଂ ଭାଗ୍ୟବୃଦ୍ଧି ପୂର୍ଣ୍ଣ ଦିନ ଅଟେ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ଧନୁ : ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ଉତ୍ସାହର ଅଭାବ ରହିବ। ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ। ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ। ଚାକିରି- ଧନ୍ଦା କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋଜନ କରିବେ, ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବିବାହ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ପୁତ୍ର ତଥା ପତ୍ନୀଙ୍କଠାରୁ ଲାଭ ହେବ।  କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି। କାର୍ଯ୍ୟରେ କମ ସଫଳତା ମିଳିବ। ବିରୋଧୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କ ସହିତ ବିବାଦରେ ପଡ଼ନ୍ତୁ ନାହିଁ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ମକର : ନ୍ଦ୍ୱ ଯୋଗୁଁ ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ ନାହିଁ। ବୈଚାରିକ ତୋଫାନରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥରୁ ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲାରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ସୁସ୍ଥତାର ଅଭାବ ରହିବ। ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି। ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚର ଯୋଗ ଅଛି।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ।

କୁମ୍ଭ : ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ଆପଣଙ୍କ ଆଜିର ଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ। ଆଜିର ଦିନ ଆପଣଙ୍କପାଇଁ ଅନୁକୂଳତା ଏବଂ ପ୍ରତିକୂଳତାର ମିଶ୍ରିତ ଫଳ ମିଳିବ। ବୌଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାହା ଆପଣାଇବେ।  ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟବୃଦ୍ଧି ହେବ। ବ୍ୟାପାରରେ ବିକାସର ସୁଯୋଗ ମିଳିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗ ଅଛି।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ : ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଗୃହସ୍ଥଜୀବନ ଆନନ୍ଦପ୍ରଦ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।  ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ। ଉଚ୍ଚ ପଦାଧିକାରିମାନଙ୍କ ତଥା ବୃଦ୍ଧ ବର୍ଗଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ। ମାନପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।ଦ୍ୱ

Leave a Reply

Your email address will not be published. Required fields are marked *