March 25, 2024

Odia Express

News For Public

ଏହି ଅଭିନେତାଙ୍କ ଝିଅ ବହୁତ ସୁନ୍ଦର ଅଟନ୍ତି , କିନ୍ତୁ ସେ ଅଭିନେତ୍ରୀ ହେବାପାଇଁ ଇଚ୍ଛା ପ୍ରକାଶ ରଖିନଥାନ୍ତି – କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଆପଣଙ୍କୁ ଅଭିନେତା ମହନିଶ୍ ବେହେଲ୍ ଙ୍କ କଥା ତ ମନେ ଥିବ ଯିଏକି ୯୦ ଦଶକରେ ବଲିଉଡ୍ ଫିଲ୍ମରେ ନେଗେଟିଭ୍ ରୋଲ୍ କରି ନିଜ ପରିଚୟ ସୃଷ୍ଟି କରିଥିଲେ । ତାହା ସହ ସେ ଫିଲ୍ମରେ ସଲମାନଙ୍କ ବଡ ଭାଇ ଅଭିନୟ କରିଥିଲେ , ହମ୍ ସାଥ୍ ସାଥ୍ ହେଁ ଫିଲ୍ମରେ ସେ ବଡ ଭାଇ ଅଭିନୟ କରିଥିଲେ , ଆଜି ଆମେ କଥା ହେଉଛୁ ବଲିଉଡ୍ ର ବହୁତ ସାରା ଫିଲ୍ମରେ କାମ କରିଥିବା ବଲିଉଡ୍ ଅଭିନେତା ମହନିଶ୍ ବେହେଲଙ୍କ ବିଷୟରେ , ଯିଏକି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ , ମହନିଶ ବେହେଲ୍ ଙ୍କ ମା ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୂତନ ଅଟନ୍ତି , ସେ ହିନ୍ଦୀ ସିନେମାରେ ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ୍ ଙ୍କ ସଂମ୍ପର୍କୀୟ ଭାଇ ଅଟନ୍ତି ।

 

ମୋହନିଶ ନିଜ କ୍ୟାରିୟରର ଆରମ୍ଭ ଫିଲ୍ମ ବେକରାର୍ ରୁ ୧୯୮୩ ମସିହାରେ ଆରମ୍ଭ କରିଥିଲେ , ତାହା ପରେ ସେ ଫିଲ୍ମରେ କାମ କରିବାକୁ ଆରମ୍ଭ କରିଥିଲେ , ସେ ହିନ୍ଦୀ ସିନେମାର ପରିଚୟ ଫିଲ୍ମ ହମ୍ ଆପକେ ହେଁ କୌନ୍ ଓ ହମ୍ ସାଥ୍ ସାଥ୍ ହେଁ ରୁ ପାଇଥିଲେ , ଏହି ଦୁଇଟି ଫିଲ୍ମ ଆଜି ବି ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି, ଆଜି ଏହି ପପୁଲାର୍ ଅଭିନେତା ମୋହନିଶ ବେହେଲ୍ ସେମିତି ଫିଲ୍ମରୁ ଦୁରେଇଯାଇଛନ୍ତି , କିନ୍ତୁ ଆଜି ବି କେଉଁ ନା କେଉଁ କଥାକୁ ନେଇ ଚର୍ଚ୍ଚିତ ରୁହନ୍ତି ।

 

କିନ୍ତୁ ଆଯି ଆମେ ଆପଣଙ୍କୁ ମୋହନିଶ୍ ଙ୍କ କଥା ନୁହେଁ ବରଂ ତାଙ୍କ ଝିଅମାନଙ୍କ କଥା ବିଷୟରେ କହିବାକୁ ଯାଉଛୁ , କହିଦେବୁ କି ତାଙ୍କର ଦୁଇଟି ଝିଅ ଖାସକରି ବଡ ଝିଅ ବହୁତ ସୁନ୍ଦର ଅଟନ୍ତି , ମୋହନିଶ୍ ବଡ ଝିଅ ପ୍ରନତୁନ୍ ଏବେ ୨୫ ବର୍ଷର ହୋଇସାରିଛନ୍ତି , ଓ ଲ୍ ପାଠ ପଢୁଛନ୍ତି , ପ୍ରନୁତନ୍ ଫିଲ୍ମ ଦୁନିଆଁରେ କିଛି ଇଚ୍ଛା ରଖନ୍ତି ନାହିଁ , ଯଦି ଆମେ ବିଗତ ଜମାନାର ପ୍ରସିଦ୍ଧ ଅଭିନେତ୍ରୀ ନୁତନଙ୍କ କଥା ମନେ ଥିବ , ତେବେ କହିଦେବୁ କି ସେ ନିଜ ଅଭିନୟ ସହ ସୁନ୍ଦରତାପାଇଁ ପ୍ରସିଦ୍ଧ ଥିଲେ । କହିଦେବୁ କି ନୁତନଙ୍କ ନାତୁଣୀ ବି ନିଜ ଜେଜେମା ଙ୍କ ଭଳି ହୋଇଛନ୍ତି , ନୁତନ୍ ବହୁତ ଫିଲ୍ମରେ ବଢିଆ ରୋଲ୍ ନିଭାଇଥିବା ହିରୋଇନ୍ ହୋଇଥିଲେ , ନୁତନ୍ ମାତ୍ର ୧୬ ବର୍ଷରେ ମିସ୍ ଇଣ୍ତିଆ ବର୍ଷ ୧୯୫୨ ରେ ହୋଇଥିଲେ , ଏତେ କମ୍ ବୟସରେ ମିସ୍ ଇଣ୍ତିଆ ହେବା ନୁତନ କେବଳ ୨୩ ବର୍ଷ ବୟସରେ ଲେଫ୍ଟିନାଣ୍ଟ କମାଣ୍ତର ରଜନିଶ ବେହେଲ୍ ଙ୍କ ସହ ବାହା ହୋଇଥିଲେ , ଓ ଦୁଇ ବର୍ଷ ପରେ ମୋହନିଶ ବେହେଲ୍ ଙ୍କୁ ଜନ୍ମ ଦେଇଥିଲେ , ମା ଙ୍କ ରାସ୍ତାରେ ମୋହନିଶ୍ ଗ୍ଲାମର୍ ଦୁନିଆଁରେ ଯୋଡି ହେଲେ ।

 

ମୋହନିଶ୍ ନୁତନଙ୍କ ଏକମାତ୍ର ପୁଅ ଅଟନ୍ତି , ସେ ଅଭିନେତ୍ରୀ ଏକତା ସୋହିନିଙ୍କୁ ବିବାହ କରିଥିଲେ , ଏହା ସହ କହିଦେବୁ କି ମୋହନିଶ୍ ଅଭିନେତ୍ରୀ କାଜଲଙ୍କ ସଂମ୍ପର୍କିୟ ଭାଇ ଅଟନ୍ତି , ଓ ଅଜୟ ତାଙ୍କ ସଂମ୍ପର୍କରେ ଭିଣେଇ ଲାଗନ୍ତି , ମୋହନିଶ ଓ ଏକତାଙ୍କ ଝିଅ ପ୍ରତୁନନ୍ ଯିଏ କି ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ଏବେ ପ୍ରତୁନନ୍ ନିଜ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ , ଯାହାକୁ ଦେଖିଲେ ସମସ୍ତେ ଆବାକ୍ ହୋଇଯାଇଥିଲେ , ମୋହନିଶଙ୍କ ଛୋଟ ଝିଅ ସୋସିଆଲ୍ ମିଡିଆରେ ବି ଆକ୍ଟିଭ୍ ରୁହନ୍ତି , କିନ୍ତୁ ଏବେ ତାଙ୍କର ଫିଲ୍ମରେ ଆସିବାର କୌଣସି ଇଚ୍ଛା ନାହିଁ ।

ମୋହନିଶ୍ ଓ ତାଙ୍କ ପରିବାର ଫିଲ୍ମ ଜଗତରୁ ଦୁରେଇ ରହିବା ପସନ୍ଦ କରନ୍ତି , ଏହି କାରଣରୁ ତାଙ୍କ ପରିବାର ବିଷୟରେ ଅଧିକା ସୂଚନା ମିଡିଆରେ ଉପଲ୍ଲବ୍ଧ ନାହିଁ , ଗୋଟେ ସାକ୍ଷାତକାରରେ ମୋହନିଶ୍ କହିଲେ କି ଦୁଇ ଝିଅମାନଙ୍କ ପାଇଁ ସେ ବହୁତ ପ୍ରୋଟେକ୍ଟଟିଭ୍ ରୁହନ୍ତି , ବଡ ଝିଅ ପ୍ରତୁନନ୍ ତାଙ୍କ ବଡ କ୍ରିଟିକ୍ ଅଟନ୍ତି , ଖାସ୍ ଏହି କଥା ପ୍ରତୁନନ୍ ନିଜ ପାଠ ପଢା ସହ ସୋସିଆଲ୍ ମିଡିଆରେ ନିଜ ଫଟୋ ସେୟାର୍ କରିଥାନ୍ତି ।

Leave a Reply

Your email address will not be published. Required fields are marked *