April 25, 2024

Odia Express

News For Public

ଜୀବନରେ ଯେତେ ବେଳେ ତମକୁ ଲାଗିବ କି ତୁମେ ଜୀବନରେ ହାରିଯାଇଛ … ଏବେ ଆଉ କିଛି ହେଇ ପାରିବନି, ସେତିକି ବେଳେ ଏହି ୮ ଗୋଟି ଲାଇନକୁ ପଢିଦିୟନ୍ତୁ ଜୀବନ ବଦଳି ଯିବ ନିଶ୍ଚୟ

1 min read

ଭଗବାନ ଶ୍ରୀକୃଷ୍ଣଙ୍କ କଥାମୃତ : ଆଜିର ଆଧୁନିକ ସମୟରେ ମଣିଷ ଜୀବନ ଖୁସି ଯେପରି କେଉଁ ଆଡେ ଉଭାନ୍ ହୋଇଯାଇଛି , ଏମିତି ଲାଗୁଛି କି ଯେମିତି ମେସିନ୍ ପରି କାମ କରୁଛି , ଓ ଜୀବନର ପ୍ରକୃତ ସତ୍ୟତା ଦୂର ହୋଇଯାଉଛି । ଆଜିର ସମୟରେ ଆମ ପାଖରେ ଦୁନିଆଁ ସାରା ସୁବିଧା ଅଛି , କିନ୍ତୁ ସେହି ଖୁସି ନାହିଁ ଯାହା ପ୍ରଥମରୁ ରହୁଥିଲା , ଆଜି କାଲି ଜୀବନ ଷ୍ଟାଇଲ୍ ରେ ଏତେ ଦୁଃଚିନ୍ତା ବଢିଯାଇଛି ନିଜକୁ ଖୁସିରେ ରଖିପାରିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇସାରିଛି , କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ ଦେବାକୁ ଯାଉଛୁ , ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ସହ ଯୋଡି ହୋଇରହିଛି

 

ଭଗବାନ ଶ୍ରୀ କୃଷ୍ଣ ସବୁ ଅସୁବିଧାରେ ପରିସ୍ଥିତି ସହ ନା କେବଳ ଦୃଢତା ସହ ମୁକାବଲା କରିଥିଲେ ତାଙ୍କ ଚେହେରାରେ ସବୁ ପରିସ୍ଥିତିରେ ଏକ ହସ ରହୁଥିଲା , ତେବେ ଏହି ପରି କୁହାଯାଇପାରେ କି ଶ୍ରୀକୃଷ୍ଣ ଦୁନିଆଁର ସବୁଠାରୁ ସୁଖୀ ବ୍ୟକ୍ତି ରହିଥିବେ । ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କର କିଛି କଥା ଯାହା ଆପଣଙ୍କୁ ବନାଇପାରିବେ ସୁଖୀମୟ ବ୍ୟକ୍ତି

୧) ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ , ଠିକ୍ ସେଇଟା ହେବ ଯାହା ତାକୁ ଭୁଲି ଆଗକୁ ବଢିବାର ଅଛି , ଜୀବନ ଏହାର ନାଁ ଅଟେ ।

୨) ମନୁଷ୍ୟକୁ ସର୍ବଦା ଖୁସିରେ ରହିବା ଉଚିତ୍ । ହସ ରହିବା ବଡ ଶକ୍ତି ହୋଇଥାଏ , ଏହାର ବିପରୀତ ପରିସ୍ଥିତିଗୁଡିକ ସହ ଜିତ୍ ହାସିଲ୍ କରିପାରିବ , ଭଗବାନ ଶ୍ରୀକୃଷ୍ଣ ଥରେ ନିଜ ଖୁସି ଦ୍ୱାରା ଗୋଟେ ରାକ୍ଷସକୁ ହରାଇ ଦେଇଥିଲେ ।

 

୩) ଶ୍ରୀକୃଷ୍ଣ ଗୀତାରେ ଏହା କହିଥିଲେ କି ମନୁଷ୍ୟ ଜୀବନରେ ଅନୁଶାସନ ପାଳନ କରିବା ଉଚିତ୍ । ଅନୁଶାସନ ଦ୍ୱାରା ହିଁ ସଫଳତା ମିଳିପାରିବ ।

୪) ମଣିଷକୁ ସବୁ ବେଳେ ସବୁ ପରିସ୍ଥିତିରେ ସାମନା କରିବା ପ୍ରସ୍ତୁତ ରହିବାର ଅଛି , ଶ୍ରୀକୃଷ୍ଣଙ୍କ ଭୁମିକା ପାଇଁ ଅଧିକା ନ୍ୟାୟ ମହତ୍ତ୍ୱ ରଖୁଥିଲା , ଏଥିପାଇଁ ମହାଭାରତର ଯୁଦ୍ଧରେ ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ।

 

୫) କେବେ ନିଜ ମଧ୍ୟରେ ଉଚ୍ଚ-ନିଚ୍ଚ ଭେଦ ଭାବ ରଖିବା ଉଚିତ୍ ନୁହେଁ , କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ସେହିପରି ଏକ ମିଶାଲ୍ ଅଟେ , ଶ୍ରୀକୃଷ୍ଣଙ୍କ ଅନୁସାରେ ସବୁ ବ୍ୟକ୍ତିଙ୍କୁ ସମ୍ମାନ କରିବା ଉଚିତ୍

୬) ବ୍ୟକ୍ତି ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ୍ , ନିୟନ୍ତ୍ରଣ ବିନା ବିନାଶ ନିଶ୍ଚିତ ହୋଇଥାଏ କ୍ରୋଧରେ ବ୍ୟକ୍ତି ନିଜ ନିୟନ୍ତ୍ରଣ ହରାଇ ବସିଥାଏ , ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ ରଖିବା ଜରୁରୀ ।

 

୭) ସବୁବେଳେ ନିଜ ଉପରେ ଭରସା ରଖିବା ଦ୍ୱାରା ସବୁ କିଛି ଠିକ୍ ହୋଇଯାଇଥାଏ , ସବୁ ମନୁଷ୍ୟ ନିଜ ମଧ୍ୟରେ ସକ୍ଷମତା ରଖିବା ଉଚିତ୍ , କେବଳ ଜରୁରୀ ଅଟେ କି ସେ ନିଜ ଉପରେ ଆତ୍ମ ବିଶ୍ୱାସ ରଖି ଆଗକୁ ବଢିପାରିବେ ,

 

୮) ଯେ କୌଣସି କାମକୁ କରିବାକୁ ହେଲେ ଯୋଜନା ବନାଇବା ନିତାନ୍ତ ଜରୁରୀ , ମହାଭାରତରେ ଘଟିତ ହୋଇଥିବା ଏହାର ପ୍ରମାଣ ଅଟେ କି ଯୋଜନା ମୁତାବକ କାର୍ଯ୍ୟରେ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ କଥା ଆପଣଙ୍କୁ କେତେ ବି ବିପରିତ ପରିସ୍ଥିତିଗୁଡିକରେ ଥାଉ , କିନ୍ତୁ ସେହି ଥିରେ ଖୁସି ରହିବାରେ ରୋକି ପାରିବନି , ଯଦି ଜିବନରେ ଖୁସି ଗୁଡିକ ଉଭାନ୍ ହୋଇଯାଇଛି ତେବେ ଏହି କଥାଗୁଡିକ ମନରେ ରଖି ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *