March 22, 2024

Odia Express

News For Public

୨୯ ମେ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଲକ୍ଷ୍ମୀ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

1 min read

ମେଷ : ମାନସିକ ରୂପରେ ଆଜି ଆପଣ ବହୁତ ହାଲୁକାପଣ ଅନୁଭବ କରିବେ। ଆପଣଙ୍କ ମନ ଉପରେ ଛାଇ ରହିଥିବା ଚିନ୍ତାର ବାଦଲ ହଟିବାରୁ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ। ଘରେ ବନ୍ଧୁ-ବାନ୍ଧବମାନଙ୍କ ସହିତ ମିଶିକରି କିଛି ଆୟୋଜନ କରିବାର ସମ୍ଭାବନା ଦେଖା ଯାଉଛି। ତାଙ୍କ ସହିତ ସମୟ ଆନନ୍ଦ ପୂର୍ବକ କଟିବ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସାକ୍ଷାତ କରିବେ। ଘରର ଆଖପାଖ ବୁଲିବାର କାର୍ଯ୍ୟକ୍ରମ ବନିପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଭାଗ୍ୟ ବୃଦ୍ଧି ହେବ। ବୈବାହିକ ଆନନ୍ଦ ଅନୁଭୂତ ହେବ। | ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇ ପାରନ୍ତି ଧ୍ୟାନ ରଖିବାକୁ ପଡ଼ିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବୃଷ : ଆଜି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ଉତ୍ତମ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଅନ୍ୟଥା ବେକାର କଥାଗୁଡ଼ିକ ଉପରେ ବିବାଦ ହୋଇପାରେ। ପରିବାରରେ କୌଣସି କଥାକୁ ନେଇକରି ବିବାଦ ହୋଇପାରେ, ଏଥିରୁ ଦୂରରେ ରୁହନ୍ତୁ। ଏପରି ଲୋକମାନଙ୍କଠାରୁ ସାବଧାନ ରୁହନ୍ତୁ, ଯେଉଁମାନେ ନିଜର ହିତ ସାଧନରେ ଲାଗିଛନ୍ତି। ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ମିଳାମିଶା ରହିବ। ସେଥିରେ ଲାଭ ହେବ। ମହିଳାମାନଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ : ଦିନ ଶୁଭ ଅଟେ। ବନ୍ଧୁ ଏବଂ ସାଙ୍ଗମାନଙ୍କ ସାଥିରେ ମଉଜ-ମସ୍ତୀ ଏବଂ ଯାତ୍ରାର ଯୋଗ ବନୁଛି। କିଣାକିଣି ଉପରେ ଖର୍ଚ୍ଚ କରିପାରନ୍ତି। ଦିନଭର ମାନସିକ ପ୍ରସନ୍ନତା ରହିବ। ମାନ-ସମ୍ମାନ ମିଳିବାର ଯୋଗ ଅଛି। ଅନ୍ୟ କାହାର ନକାରାତ୍ମକତା ନିଜ ଉପରେ ହାବୀ ହେବାପାଇଁ ଦିଅନ୍ତୁ ନାହିଁ। ଖୁସି ରୁହନ୍ତୁ, ମସ୍ତ ରୁହନ୍ତୁ।  କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ । କିଛି ନିଷ୍ପତି ନେବାରେ ଆଜି ମନର ସ୍ଥିତିରେ ଦ୍ୱନ୍ଦ୍ୱ ରହିବ। ଆଜି ନୂଆ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ। କଥାବାର୍ତ୍ତାରେ ଆପଣଙ୍କ ବ୍ୟବହାରରେ ସଂଘର୍ଷ ହୋଇପାରେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କର୍କଟ : ଆଜି ଆପଣଙ୍କ ଘରେ ସୁଖ-ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଧନ ଜରୁରୀ ବସ୍ତୁ ଉପରେ ହିଁ ଖର୍ଚ୍ଚ କରିବା ଭଲ ହେବ। ରୋଗାକ୍ରନ୍ତ ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତଥା ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଦଫ୍ତରରେ ସହକର୍ମିମାନଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ। ଧନ ଲାଭ ହେବ ଏବଂ ଅଧୂରା କାର୍ଯ୍ୟ ସଂପନ୍ନ ହେବ।  ଆଜିର ଦିନ ସତେଜତା ଏବଂ ଫୂର୍ତ୍ତିରେ ପରିପୂର୍ଣ୍ଣ ରହିବ। ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ମିତ୍ର ତଥା ସ୍ଵଜନମାନଙ୍କ ସହିତ ଆପଣଙ୍କ ଦିନ ଖୂବ ଆନନ୍ଦରେ କଟିବ। ଦାମ୍ପତ୍ୟ ଜୀବନରେ ସୁଖ-ସନ୍ତୋଷର ଅନୁଭବ କରିବେ। ଆର୍ଥିକ ଲାଭ ଏବଂ ଆୟୋଜନ ପାଇଁ ଅନୁକୂଳ ଦିନ ଅଟେ। ଖର୍ଚ୍ଚ ଅଧିକ ହେବ।ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ସିଂହ : ଆଜି ଯାତ୍ରା ନ କରିବା ହିଁ ଭଲ। ସନ୍ତାନମାନଙ୍କ ତରଫରୁ କିଛି ଚିନ୍ତା ହୋଇପାରେ। ସଫଳତା ନ ମିଳିବାରୁ ନିରାଶ ଦୁଅନ୍ତୁ ନାହିଁ, ଶିଘ୍ର ସବୁ ଠିକ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ସାହିତ୍ୟ ଏବଂ କଳାରେ ଆପଣଙ୍କ ରୁଚି ରହିବ ଏବଂ ମନରେ କଳ୍ପନାର ତରଙ୍ଗ ଉଠିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ପ୍ରଣୟ ସମ୍ବନ୍ଧ ପାଇଁ ଆଜିର ଦିନ ଯୋଗ୍ୟ ଅଟେ। ପରିବାରରେ ମନମାଳିନ୍ୟ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହିବେ। ମନରେ ଦ୍ୱନ୍ଦ୍ୱ ହୋଇପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ବର୍ତ୍ତମାନ ନିଅନ୍ତୁ ନାହିଁ। କାହା ସହିତ ଭୁଲ ବୁଝାବଣା କିମ୍ବା ବାଦ-ବିବାଦ ହୋଇପାରେ। କୋର୍ଟ କଚେରୀ ମାମଲାରେ ସମ୍ଭାଳିକରି କାମ କରନ୍ତୁ।ପ୍ରତିକାର- ଗୁଡରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା : ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ପରିଜନମାନଙ୍କ ସାଥିରେ ଆନନ୍ଦ ଏବଂ ଉଲ୍ଲାସରେ ସମୟ ବିତିବ। ମାତାଙ୍କଠାରୁ ଲାଭ ହେବାର ସଂକେତ ମିଳୁଛି। ମିତ୍ର ଏବଂ ପରିଜନମାନଙ୍କର ସହଯୋଗ ମିଳିବ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେ ନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ।ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ

ତୁଳା : ଆଜି ସ୍ଵାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ଭାବରେ ମାନସିକ ଚିନ୍ତା ଘେରି ପାରେ, ଏହାକୁ ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ। ଆଜି ହେବାକୁ ଥିବା ଘଟଣାରେ ଆପଣ ଚିନ୍ତିତ ହୋଇପାରନ୍ତି। ସ୍ଵାସ୍ଥ୍ୟ ଖରାପ ହେବା ଏବଂ ଆଖିରେ କଷ୍ଟ କିମ୍ବା ଯନ୍ତ୍ରଣା ହେବାର ଆଶଂକା ଅଛି। ପରିଜନମାନଙ୍କର ବିରୋଧ ଏବଂ ଋଷାପଣର ସାମନା କରିବାକୁ ପଡ଼ିପାରେ। ଆଜି ନୂଆ କାର୍ଯ୍ୟ ଆରମ୍ଭ ନ କରିବା ହିଁ ଭଲ। ଖର୍ଚ୍ଚ ଅପେକ୍ଷାକୃତ ଅଧିକ ବଢ଼ିପାରେ। ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ। ଜଗନ୍ନାଥଙ୍କର କୃପାରେ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ମନରେ ସ୍ଥିର ହୋଇଥିବା ଯୋଜନା ସଫଳ ହେବ। ପିତାଙ୍କ ସହିତ ଆତ୍ମୀୟତା ବଢ଼ିବ। ତାଙ୍କଠାରୁ ଲାଭ ହେବ। ବ୍ୟାପାରୀ ଏବଂ ଚାକିରିବାଲାଙ୍କୁ ନିଜ କ୍ଷେତ୍ରରେ ଆଗକୁ ବଢ଼ିବାର ଯୋଗ ଅଟେ। ଧନ, ମାନ- ସମ୍ମାନରେ ବୃଦ୍ଧି ହେବ। ସରକାରଙ୍କର ତରଫରୁ ଲାଭ ହେବ। ଅସୂଲୀ କିମ୍ବା ବ୍ୟାପାର କାମରେ ଯାତ୍ରା କରିପାରନ୍ତି।ପ୍ରତିକାର-ଗାଈକୁ କିଛି ଖୁଆନ୍ତୁ।

ବିଚ୍ଛା : ଆଜି ଆପଣଙ୍କୁ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। କ୍ରୋଧ ଏବଂ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବାକୁ ହେବ ଅନ୍ୟଥା ଏହା ମାନସିକ ଦୁଖ ପହଁଞ୍ଚାଇବାର ସମ୍ଭାବନା ଅଛି। ଧନର ଦବା-ନବାରେ ସାବଧାନ ରହିବେ। ଆଜି ଆପଣଙ୍କ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା ଅଛି, ଏଥିରୁ ବଞ୍ଚନ୍ତୁ। ନକାରାତ୍ମକ ବିଚାରକୁ ହାବୀ ହେବାପାଇଁ ଦିଅନ୍ତୁ ନାହିଁ ଏବଂ ଖାଇବା ପିଇବାରେ ନିୟନ୍ତ୍ରଣ ରଖିବେ।  ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ।ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ : ଆଜିର ଦିନ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ଆପଣଙ୍କ ଉପରେ ବରିଷ୍ଠ ଅଧିକାରୀମାନଙ୍କର କୃପାଦୃଷ୍ଟି ରହିବ, ଯାହାଫଳରେ ମାନ ସମ୍ମାନ ଏବଂ ଆର୍ଥିକ ପ୍ରଗତି ହେବ। ପଦୋନ୍ନତିର ପୂରା ସମ୍ଭାବନା ଅଛି। ପରିବାରରେ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ମାତାଙ୍କର ସ୍ଵାସ୍ଥ୍ୟ ଭଲ ରହିବ। ଧନ- ସଂପତ୍ତି ଏବଂ ମାନ-ସମ୍ମାନର ଅଧିକାରୀ ବନିବେ। ଘରର ସାଜସଜ୍ଜାରେ ଅଦଳ ବଦଳ କରିପାରନ୍ତି। ଆଳସ୍ୟ ଅନୁଭବ ହୋଇପାରେ, ପରନ୍ତୁ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଦୈନିକ କାର୍ଯ୍ୟଗୁଡ଼ିକରେ ଅତିରିକ୍ତ ନୂଆ କାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ। ରୋଗାକ୍ରନ୍ତ ହୋଇପାରନ୍ତି। ସେଥିପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଅଚାନକ ଧନ ଲାଭ ହେବ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର : ଆଜିର ଦିନ ଧାର୍ମିକ ପ୍ରବୃତ୍ତିଗୁଡ଼ିକରେ ବ୍ୟସ୍ତ ରହିବେ। ସ୍ନେହୀଜନମାନଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯିବାର ସୁଯୋଗ ମଧ୍ୟ ପ୍ରାପ୍ତ ହୋଇପାରେ। ନିଜର କାର୍ଯ୍ୟଗୁଡ଼ିକ ଶୀଘ୍ର କରିବାକୁ ପ୍ରୟାସ କରନ୍ତୁ। ଆପଣଙ୍କ ବ୍ୟବହାର ଆଜି ନ୍ୟାୟାନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟରେ ବାଧା ଉପସ୍ଥିତ ହେବାର ଆଶଙ୍କା ଅଛି ଉଚ୍ଚପଦାଧିକାରିମାନଙ୍କ ଅପ୍ରସନ୍ନତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ମଧ୍ୟମ ରହିବ।  ପାର୍ଟି, ପିକନିକ, ଯାତ୍ରା, ସୁନ୍ଦର ଭୋଜନ ଏବଂ ବସ୍ତ୍ର ପରିଧାନ ଆଜିର ଦିନର ବିଶେଷତା ରହିବ। ମନୋରଞ୍ଜନର ଦୁନିଆରେ ବିହାର କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ।ଆୟୋଜନ ହେବ।ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ ।

କୁମ୍ଭ : ଆଜି ଆପଣଙ୍କୁ ପ୍ରତ୍ୟେକ ଦୀଗରୁ ଖୁସି ଏବଂ ସଫଳତା ମିଳିବାର ଯୋଗ ଅଛି। ପତ୍ନୀ ଏବଂ ପୁତ୍ରଙ୍କ ତରଫରୁ ଲାଭଦାୟୀ ସମାଚାର ମିଳିବ। ମିତ୍ରମାନଙ୍କୁ ସାକ୍ଷାତକରି ଆନନ୍ଦ ମିଳିବ। ବିବାହ ଇଚ୍ଛୁକ ଲୋକମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିପାରେ। ଦିନ ପୂରା ଭାବରେ ଏଞ୍ଜୟ କରନ୍ତୁ ଏବଂ ପ୍ରସନ୍ନ ମନରେ ଆଗକୁ ପ୍ଲାନିଙ୍ଗ କରନ୍ତୁ।  ବୌଦ୍ଧିକ କିମ୍ବା ସାହିତ୍ୟ ପ୍ରେମୀମାନଙ୍କ ସହିତ ସାକ୍ଷାତ କରିପାରନ୍ତି। ନୂଆ କାର୍ଯ୍ୟର ଆରମ୍ଭ କରି ପାରିବେ। ବିଦେଶଗମନର ସୂଯୋଗ ବନି ପାରେ। ସ୍ଵାସ୍ଥ୍ୟ ଅଳ୍ପ ନରମ-ଗରମ ରହିବ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତା ଉତ୍ପନ୍ନ ହେବ।ପ୍ରତିକାର:- କୁକୁରକୁ ଖାଦ୍ୟ କିଛି ଦିଅନ୍ତୁ।

ମୀନ : ଆଜି ମନ କିଛି ବିଚଳିତ ରହିପାରେ। ପରିବାରରେ କ୍ଲେଶ ନ ହେଉ ଏହାର ଧ୍ୟାନ ରଖିବେ। ଶରୀରରେ ଫୂର୍ତ୍ତିର ଅଭାବ ଅନୁଭବ କରିପାରନ୍ତି। ନିଜନିଜ ମଧ୍ୟରେ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ। ନୀଦରେ କିଛି ଅସୁବିଧା ଉତ୍ପନ୍ନ ହୋଇପାରେ। କୌଣସି ଯୁକ୍ତିରେ ପଡ଼ନ୍ତୁ ନାହିଁ, ମାନହାନି ହେବାର ସମ୍ଭାବନା ଅଛି। ମହିଳା ଏବଂ ପାଣି ପ୍ରତି ସାବଧାନ ରୁହନ୍ତୁ। ମାନସିକ ଆବେଗ ଏବଂ ପ୍ରତିକୂଳତାରେ ବୃଦ୍ଧି ଆପଣଙ୍କ ଦିନକୁ ବ୍ୟଗ୍ରତାପୂର୍ଣ୍ଣ କରିବ।  ଆପଣଙ୍କୁ ଆଜିର ଦିନ ସାବଧାନ ରହିବାକୁ ଉପଦେଶ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା କାରଣ ବନିବ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି। ମାନସିକ ଚିନ୍ତା ଏବଂ ଧନ ହାନି ହୋଇପାରେ। ଚାକିରିରେ ସମସ୍ୟା ଆସିପାରେ।ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *