April 21, 2024

Odia Express

News For Public

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଉଣୀ ବସନ୍ତୀ ବେନ୍ କହିଲେ – ଦେଶ ପାଇଁ ସମର୍ପିତ ମୋ ଭାଇର ଜୀବନ…

ଆଜି ପିଏମ୍ ମୋଦୀ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ , ଶପଥ ଗ୍ରହଣ ସେମିତି ତ ୬୦୦୦ ରୁ ଅଧିକା ଅତିଥି ସାମିଲ୍ ହେଉଛନ୍ତି , ପିଏମ୍ ମୋଦୀ ଗତ ଥର ପରି ଏହିଥର ବି ନିଜ ପରିବାରଲୋକଙ୍କୁ ଡକାଇନାହାନ୍ତି । ଏହି ମାମଲାରେ ଯେବେ ଗୋଟେ ନ୍ୟୁଜ୍ ଚ୍ୟାନେଲ୍ ମୋଦୀଙ୍କ ଭଉଣୀ ବସନ୍ତୀ ବେନ୍ ଙ୍କ ସହ କଥାବାର୍ତ୍ତା ହୋଇଥିଲେ ତେବେ ବସନ୍ତୀବେନ୍ କହିଲେ କି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ତରଫରୁ ଶପଥ ଗ୍ରହଣ ସମାରୋହ ପରିବାରର କୌଣସି ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇନାହିଁ ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ୨୦୧୪ ରେ ଶପଥ ନେଇଥିଲେ , ତେବେ ସେହି ସମୟରେ ବି ପରିବାରର କୌଣସି ବ୍ୟକ୍ତି ଶପଥ ଗ୍ରହଣ ସମାରୋହରେ ସାମିଲ୍ ନଥିଲା ।

 

ବସନ୍ତୀ ବେନ୍ କହିଲେ କି ଭାଇ ଭଉଣୀର ଭାବନା ଅଲଗା ହୋଇଥାଏ। ଭଉଣୀ ଭାଇ ପାଇଁ ରାକ୍ଷୀ ପଠାଇଥାଏ , ତାର ମନରେ ସବୁବେଳେ ଏହି ଭାବନା ରହେ କି ଭାଇ ଆଗକୁ ବଢୁ , ଗୋଟେ ଗରିବର ପୁଅ ଆଗକୁ ବଢିଛି, ଜନତା ତାଙ୍କର ସାଥ୍ ଦେଇଛି, ହୃଦୟ ଖୋଲି ଭୋଟ୍ ବି ଦେଇଛି , ମୁଁ ଜନତାକୁ ଧନ୍ୟବାଦ ଜ୍ଞାପନ କରୁଛି ,

ସେ କହିଲେ କି ମୋଦୀ ଯେବେ ୱାଡନଗର ଆସିଥିଲେ ତେବେ ତାଙ୍କ ସହ ସାକ୍ଷାତ ହୋଇଥିଲା,  ତେବେ ମୁଁ ରାକ୍ଷୀ ବାନ୍ଧିଥିଲି , ଆମକୁ ଶପଥ ଗ୍ରହଣ ସମାରୋହରେ ଆମନ୍ତ୍ରଣ କରାଯାଇନାହିଁ , କିନ୍ତୁ ସେ ଦେଶ ପାଇଁ ନିଜକୁ ସମର୍ପଣ କରିଛନ୍ତି । ଏହା ଠାରୁ ବଡ କଥା କଣ ହୋଇପାରେ ।

 

ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କହିଲେ କି ଲୋକମାନେ ଯାହା ନରେନ୍ଦ୍ର ଭାଇଙ୍କ ବିଶ୍ୱାସ ରଖିଛନ୍ତି , ଓ ଏତେ ବଡ ବିଜୟ ହାସିଲ କରାଇଛନ୍ତି । ଏବେ ସେଥିରୁ ତାଙ୍କ ଦାୟିତ୍ୱବୋଧ ଅଧିକା ବଢିଯାଈଛି, ସଂନ୍ଧ୍ୟା ୭ ଟାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ , ଏହି ସମାରୋହରେ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ବିମ୍ସଟେକ୍ ସଦସ୍ୟ ଦେଶଗୁଡିକର ନେତାଙ୍କୁ ଖାସକରି ନିମନ୍ତ୍ରଣ କରାଯାଇଛି , ଏହା ଛଡା ଫିଲ୍ମ, ଖେଳ, ଓ ବିଜନେସ୍ ଜଗତର ନାମୀ ଦାମୀ ମହାନ୍ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି ।

Leave a Reply

Your email address will not be published. Required fields are marked *