March 26, 2024

Odia Express

News For Public

ସଂସଦ ଭବନରେ କଣ ପାଇଁ ଫ୍ୟାନ୍ ଓଲଟା ଲାଗିଥାଏ , ଜାଣନ୍ତୁ ଏହା ପଛରେ କଣ ଅଛି ରହସ୍ୟ..

ଆମେ ଘରେ ପଙ୍ଖା ଓ ଅଫିସ୍ ସ୍କୁଲ୍ କଲେଜ ଆଦିରେ ଏହାକୁ ବ୍ୟବହାର କରିଥାଉ । କାରଣ ଆମକୁ ଖରାଦିନରେ ଏହା ଆଶ୍ୱସ୍ତି ଦେଇଥାଏ , ଏହାର ଥଣ୍ତା ପବନରେ ଆମକୁ ଆରାମ ଦେଇଥାଏ , ପଙ୍ଖାର ବ୍ୟବହାର ଆମେ ବହୁତ ଯୁଗରୁ କରିଆସିଛୁ , ଆଯି ଅଧିକାଂଶ ଲୋକ ଏହାକୁ ଘର ଉପଯୋଗୀ କରିସାରିଲେଣି , କିନ୍ତୁ ଅଧିକାଂଶ ଧନୀକ ଘର ଲୋକେ ଏୟାର୍ କଂଣ୍ତିସନର୍ ବ୍ୟବହାର କରୁଥିବାର ଏହାର ଚାହିଦା କମି ଯାଇଛି , କିନ୍ତୁ ମଧ୍ୟମବର୍ଗୀୟ ଲୋକେ ଏହା ବ୍ୟବହାର କରିଥାନ୍ତି , ସାଧାରଣ ଘର ଭଳି ସଂସଦରେ ସିଲିଙ୍ଗ୍ ଫ୍ୟାନ୍ ର ବ୍ୟବହାର ହୋଇଥାଏ । ଏହା ଏକ ଅଜବ କଥା ଅଟେ , ଏହା ସିଧା ନଲାଗି ଓଲଟା ଲାଗିଥାଏ , ଏହା କଣ ପାଇଁ ଲାଗିଥାଏ ଏହା କେହି ବି ଜାଣନ୍ତି ନାହିଁ , ଆସନ୍ତୁ ଜାଣିବା ସେହି ବିଷୟରେ ।

 

ଯଦି ଆପଣ କେଉଁ ନ୍ୟୁଜ୍ ଚ୍ୟାନେଲ୍ ରେ ସଂସଦ ଭବନର ଦୃଶ୍ୟ ଦେଖିଥିବେ ସେଥିରେ ଦେଖିବେ କି ପଙ୍ଖା ସବୁ ଓଲଟା ଲାଗିଥାଏ , ଏମିତି କରିବାର କଣ କାରଣ ଅଛି ? ଭାରତୀୟ ସଂସଦରେ ସେଣ୍ଟ୍ରାଲ୍ ହଲ୍ ରେ ଯେଉଁ ବଡ ବଡ ପଙ୍ଖା ବାଲା ଓଲଟା ଫ୍ୟାନ୍ ଲାଗେ ତାହା ବଡ ବଡ ଗମ୍ଭୁଜ ଭଳି ଏକ ଦଣ୍ତ ବନାହୋଇଛି, ଉପର ଛାତରେ ପଙ୍ଖା ଟଙ୍ଗା ହେବାର ଅସୁବିଧା ହେତୁ ଏହାକୁ ଏକ ଦଣ୍ତ ମାଧ୍ୟମରେ ଲଗାଇବାର ଯୋଜନା ହେଲା , ଓ ତାକୁ ଓଲଟା ଲଗାହେଲା । ଏମିତି କରିବାର ସଂସଦର କୋଣ ଅନୁକୋଣରେ ପବନ ଭଲ ଭାବେ ପହଞ୍ଚିପାରୁଥିଲା , ଓ ସେଠାରେ ବସିଥିବା ଲୋକେ ଆରାମ ପାଉଥିଲେ ।

 

ସେମିତି ସେଠାରେ ଏସି ଲଗାଇବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଓଲଟା ପଙ୍ଖା ଲାଗିବାର ଐତିହାସିକ ପରମ୍ପରା ହେତୁ ତାହା ଘୋଷଣା ହୋଇଗଲା , ଏହି ଐତିହାସିକତା ବନାଇରଖିବା ପାଈଁ ସଂସଦରେ ପଙ୍ଖା ଓଲଟା ରଖିବାର କଥା ଆଜି ବି ମାନାଯାଏ , ଏହା ଭାରତୀୟ ସଂସଦରେ ସବୁଠାରୁ ଅଲଗା କଥା ଅଟେ ।

Leave a Reply

Your email address will not be published. Required fields are marked *