April 25, 2024

Odia Express

News For Public

ଯେବେ ରାସ୍ତାରେ କଲରା ବିକ୍ରି କରୁଥିଲେ ବୁଢୀ ମହିଳା, ତେବେ ତାଙ୍କ ଘରକୁ ମହିଳା IAS ପଠାଇଲେ ଚାଉଳ , ଦେଖାଇଲେ ନିଜର ମଣିଷ ପଣିଆ ଆଉ ତାପରେ..

ନିଜ କାମ ପାଇଁ ଚର୍ଚ୍ଚାରେ ରହୁଥିବା ଆଇଏଏସ୍ କିଞ୍ଜଲ ସିଂ ୧୫୫୦ ଟଙ୍କାର ଏକ କିଲୋ କଲରା କିଣିଲେ , ଏମିତି ସେ ପରିବା ବିକ୍ରି କରୁଥିବା ଜଣେ ବୟସ୍କ ମହିଳାଙ୍କୁ ସାହାଯ୍ୟ କରିବାପାଇଁ କରିଥିଲେ , ଏତିକି ନୁହେଁ , କଲରା କିଣିବାପରେ ସେ ସେହି ମହିଳାଙ୍କ ଘରକୁ ଜରୁରୀ ସଉଦା ପତ୍ର ବି ପହଞ୍ଚାଇଥିଲେ ।କିଛି ଦିନ ପୁର୍ବରୁ କିଞ୍ଜଲ ଫୈଜାବାଦ ଯାହାକି ଏବେ ଅଯୋଧ୍ୟା ଅଟେ ସେଠାକାର ଜିଲ୍ଲା ମ୍ୟାଜିଷ୍ଟେଟ୍ ଥିଲେ , କିଞ୍ଜଲ ସିଂ ନିଜ ଦଳ ସହ ସେଠାରେ ଏକ ମସଜିଦ୍ ଇନସିପେକ୍ସନ୍ କରି ଫେରୁଥିଲେ , ରାସ୍ତାରେ ଅଚାନକ ଜଣେ ବୟସ୍କ ମହିଳା ଭେଟ ହେଲେ , କିଞ୍ଜଲ ମୁନାଙ୍କୁ ୧ କିଲୋ କଲରାର ଦାମ୍ ପଚାରିଲେ , କଲରାର ଦାମ୍ ୫୦ ଟଙ୍କା କହିଲେ , କିନ୍ତୁ ସେ କଲରା କିଣିବା ପରିବର୍ତ୍ତେ ୫୦ ଟଙ୍କା ପରିବର୍ତ୍ତେ ୧୫୫୦ ଟଙ୍କା ଦେଇଥିଲେ ।

 

ବିଳମ୍ବିତ ରାତିରେ ଡିଏମ୍ ଜିଞ୍ଜଲ ସିଂ ଅଫିସରଙ୍କ ସହ ମୁନାର ଘରକୁ ଗଲେ , ଘରର ଅବସ୍ଥା ଦେଖିକରି ଡିଏମ୍ ତତ୍କାଳ ୫ କେଜି ଡାଲି, ୪୦ କିଲୋ ଚାଉଳ , ୫୦ କେଜି ଗହମ ଓ ୨୦ କେଜି ଅଟା ଦେଇଥିଲେ , ପ୍ରାୟ ଅଧ ଘଣ୍ଟା ମଧ୍ୟରେ ସବୁ ସଉଦା ଆସି ପହଞ୍ଚିଲା, ଡିଏମ୍ ଙ୍କ କହିବାରେ ମୁନାକୁ ଉଜ୍ଜଳା ସ୍କିମ୍ ଦ୍ୱାରା ଚୁଲ୍ଲା ସିଲିଣ୍ତର ଏକ ଟେବୁଲ୍ ଫ୍ୟାନ୍ , ଶୋଇବା ପାଇଁ ଖଟ , ପିନ୍ଧିବାପାଇଁ ଶାଢୀ, ଓ ଚପଲ ବି ଦେଇଥିଲେ ।

 

୭୫ ବର୍ଷୀୟ ମୁନା ଓ ନାତୁଣୀ ବହୁତ ଅସୁବିଧାକୁ ଦେଖିକରି ଡିଏମ୍ ଆଡମିନିଷ୍ଟ୍ରେସନ୍ ସରକାରୀ ବଙ୍ଗଳା , ଓ ହ୍ୟାଣ୍ତପମ୍ପ ଦେବାପାଈଁ ଫଇସଲା କରିଛନ୍ତି । ୨୦୦୮ ରେ ଆଇଏଏସ୍ ହୋଇଥିବା କିଞ୍ଜଲ ସିଂ କେବଳ ୬ ମାସର ଥିଲେ ଯେବେ ତାଙ୍କ ବାପା ଏନକାଉଣ୍ଟରେ ହତ୍ୟା କରାଯାଇଥିଲା , ଓ ତାଙ୍କ ମା କ୍ୟାନ୍ସରକୁ ନେଇ ମୃତ୍ୟୁ ବରଣ କରିଥିଲେ , କିଞ୍ଜଲ ନିଜ ଛୋଟ ଭଉଣୀକୁ ଲାଳନପାଳନ କଲେ , ୨୦୦୮ ରେ ପ୍ରାଜଲ ବି ଆଇପିଏସ୍ ପାଇଁ କ୍ୱାଲିଫାଇ କରିଥିଲେ, ଦୁହେଁ ଭଉଣୀ ବାପାଙ୍କ କେସ୍ ଉପରେ ବହୁତ ଲଢିଥିଲେ , ଓ ଦୋଷୀଙ୍କୁ ଦଣ୍ତ ବି ଦେଇଥିଲେ ।

 

Leave a Reply

Your email address will not be published. Required fields are marked *