March 25, 2024

Odia Express

News For Public

ହଳଦିର ଏହି ଛୋଟ ଜ୍ୟୋତିଷ ଉପାୟ ଯାହା ଆପଣଙ୍କର ସମସ୍ତ ବିପଦ ଦୂର କରିବ , ଭାଗ୍ୟ ଚମକିବ ଓ ଘର ସୁଖ ସମୃଦ୍ଧିରେ ପୁରି ଉଠିବ – ଏବେ ହିଁ ଜାଣିରଖନ୍ତୁ..

ଶାସ୍ତ୍ରରେ ଏଭଳି ବହୁତ ଉପାୟ ବର୍ଣ୍ଣିତ ଯାହାକି ଜଣେ ନିଜର ବହୁତ ସମସ୍ୟାର ସମାଧାନ କରିପାରିବ , ଏହି ଉପାୟ ଅତ୍ୟନ୍ତ ଅବ୍ୟର୍ଥ ଅଟେ । ଯଦି ଏହି ଉପାୟକୁ ଘରେ କରାଯାଏ ତେବେ ତୁରନ୍ତ ଫଳ ପ୍ରାପ୍ତି ହେବ । ଏହିଭଳି ଉପାୟ ମଧ୍ୟରୁ ହଳଦୀ ଉପାୟ ଗୋଟିଏ , ହିନ୍ଦୁ ଶାସ୍ତ୍ରରେ ହଳଦୀ କୁ ଅତ୍ୟନ୍ତ ଶୁଭପ୍ରଦ ବିବେଚନା କରାଯାଏ। ହଳଦୀର ସମ୍ବନ୍ଧ ବୃହଷ୍ପତିଙ୍କ ସହ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ହଳଦି ଦ୍ଵାରା ବହୁତ ଉପାୟର ଉଲ୍ଲେଖ କରାଯାଇଛି । ଯଦି ଏହି ଉପାୟ ଗୁଡିକୁ କେହି କରେ ତେବେ ତାର ଭାଗ୍ୟ ଚମକିବ ଓ ଧନ ସମ୍ବନ୍ଧୀୟ ସମସ୍ୟା ଗୁଡିକର ସମାଧାନ ହୋଇପାରିବ ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ଦ୍ଵାରା ହଳଦିର କିଛି ପ୍ରଭାବୀ ଉପାୟ ବିଷୟରେ ସୂଚନା ଦେବୁ , ଯାହାକୁ କାର୍ଯ୍ୟକାରୀ କରି ଆପଣ ଧନବୃଦ୍ଧି କରିବା ସହ ବହୁତ ବିପଦରୁ ମଧ୍ୟ ଉଦ୍ଧାର ପାଇପାରିବେ ।

 

ଯଦି ଗୃହର ସଦସ୍ୟ ମାନଙ୍କର କୌଣସି ଉନ୍ନତି ହେଉନାହିଁ ତେବେ ଏହା ବସ୍ତୁଦୋଷ ଏବଂ ଦୃଷ୍ଟିଦୋଷ ହୋଇପାରିଥାଏ । ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ବାହାରେ ହଳଦିର ଏକ ସିଧା ରେଖା ଟାଣନ୍ତୁ, ଏହାଦ୍ଵାରା ନକରାତ୍ମକ ଶକ୍ତି ଠାରୁ ରକ୍ଷା ମିଳେ । ଏହାଛଡା ଆପଣ ନିଜ ଘରର ମୁଖ୍ୟ ଗେଟ ରେ ହଳଦୀକୁ ଗଙ୍ଗଜଳ ସହ ଘୋରି ସ୍ଵସ୍ତିକ ଚିହ୍ନ ଅଙ୍କନ କରନ୍ତୁ , ଏହାଦ୍ୱାରା ଗୃହରେ ସୁଖସମୃଦ୍ଧି ବାସକରିବ ।

 

ଯଦି ଗୃହରେ ସୁଖସମୃଦ୍ଧି ନିରନ୍ତର ଚାହାନ୍ତି ତେବେ ଆପଣ ଗୁରୁବାର ଦିନ ହୋମ କରିବା ସମୟରେ ଅଗ୍ନିରେ ଚିମୁଟାଏ ହଳଦୀଗୁଣ୍ଡ ପକେଇଦିଅନ୍ତୁ , ଏହା ଆପଣଙ୍କ ଗୃହରୁ ଦରିଦ୍ରତା ଦୂର କରିବ । ଏହାଛଡା ଆପଣ ହଳଦୀ ମାଳ ଦ୍ଵାରା ଯେକୌଣସି ମନ୍ତ୍ରର ଜପ କରିବେ ତେବେ ଆପଣଙ୍କର ବୁଦ୍ଧିର ବିକାଶ ହେବ ସହ ବୃହସ୍ପତି ଦେବ ମଧ୍ୟ ପ୍ରସନ୍ନ ହେବେ ।

ଯଦି କୌଣସି ବ୍ୟକ୍ତିଙ୍କର ବୈବାହିକ ଜୀବନରେ ସମସ୍ୟା ଉତ୍ପନ୍ନ ହେଉଛି ତେବେ ଏପରି ସ୍ଥିତିରେ ସୂର୍ଯ୍ୟଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଏହା ବୈବାହିକ ଜୀବନକୁ ସୁଖମୟ କରିବ । ଏହାସହ କନ୍ଯାର ବିବାହ ନିମନ୍ତେ ଇଚ୍ଛା ମୁତବକ ବର ମଧ୍ୟ ପ୍ରାପ୍ତ ହେବ ।

 

ଯଦି କାହାକୁ ଶୋଇବା ସମୟରେ ଭୟଙ୍କର ସ୍ଵପ୍ନ ଆସୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସେ ନିଜର ମୁଣ୍ଡ ତଳେ ହଳଦୀଗଣ୍ଠି ରଖି ଦିଅନ୍ତୁ ଏହାଦ୍ଵାରା ଖରାପ ସ୍ଵପ୍ନ ଆସିବା ବନ୍ଦ ହୋଇଯିବ ।

 

ଯଦି ଆପଣଙ୍କୁ ନିଜର ବୃତ୍ତିରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ଗୁରୁବାର ଦିନ ସ୍ନାନ ଜଳରେ ଅଳ୍ପ ହଳଦୀ ମିଶାଇ ସ୍ନାନକଲେ ଆପଣଙ୍କୁ ଶୀଘ୍ର ସଫଳତା ମିଳିବ । ଏହି ଉପାୟ ଦ୍ଵାରା ପ୍ରମୋଶନ କ୍ଷେତ୍ରରେ ଥିବା ସମସ୍ତ ବାଧା ଦୂରେଇଯିବ ।

ଯଦି ବିବାହ ସମ୍ବନ୍ଧିୟ କାର୍ଯ୍ୟରେ ସଫଳତା ପାଇବାକୁ ଇଚ୍ଛୁକ ତେବେ ଆପଣ ପ୍ରସ୍ତାବ ନେବା ପୂର୍ବରୁ ନିଜ ମଥାରେ ହଳଦୀ ତିଳକ ଲଗାନ୍ତୁ , ଏହାଦ୍ବାରା ବୃହସ୍ପତି ଶକ୍ତିଶାଳୀ ହେବେ ଏବଂ ବିବାହ ସମ୍ବନ୍ଧିୟ କାର୍ଯ୍ୟ ସଫଳ ହେବ ।

ଆପଣ ଗୁରୁବାର ଦିନ ହଳଦୀ, ବତୁରା ଚଣା ଓ କିସମିସ ବୃହସ୍ପତି ଦେବଙ୍କୁ ଅର୍ପଣ କରନ୍ତୁ , ଏହାଦ୍ଵାରା ବୃହସ୍ପତି ଦେବ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାର ସମାଧାନ ହେବ ।

Leave a Reply

Your email address will not be published. Required fields are marked *