April 15, 2024

Odia Express

News For Public

ଦୁଇ ବାଲଟି ପାଣି ପାଇଁ ସବୁଦିନ ଟ୍ରେନରେ ୧୪କିମି ଯାତ୍ରା କରୁଛି ଏହି ଦଶ ବର୍ଷର ପିଲା – କାରଣ ଜାଣିଲେ ଆପଣ ମଧ୍ୟ କାନ୍ଦି ଉଠିବେ..

ଏହି ବର୍ଷ ଭୀଷଣ ଗରମର ମାଡ ପୁରା ଭାରତ ଭୋଗୁଛି । ଗରମ ର ପାରା କଉଠି ୪୮ଡିଗ୍ରୀ ତ କଉଠି ୫୦ ଡିଗ୍ରୀ ପାର କରିଗଲାଣି । ଏହି ଭୀଷଣ ଗ୍ରୀଷ୍ମ ପ୍ରବାହ ଦ୍ଵାରା ଜଳାଭାବର ବିକଟାଳ ସଙ୍କଟ ଅନେକ ସ୍ଥାନରେ ହୋଇଛି । ଏହି ସଙ୍କଟ ଏତେ ଅଧିକ ମାତ୍ରାରେ ଘଟିଛି କି ପାଣି ପାଇଁ ଲୋକେ କୂଅ ମଧ୍ୟକୁ ପ୍ରବେଶ କରୁଛନ୍ତି, ଅନେକ ମାଇଲ ଚାଲିକରି ଯାଉଛନ୍ତି ଓ ଲଢେଇ କରିବାକୁ ମଧ୍ୟ ପଛଉ ନାହାନ୍ତି । ଏହି ସଙ୍କଟ ର ସାମନା କରୁଥିବା ମହାରାଷ୍ଟ୍ର ରାଜ୍ୟର ଅଉରଙ୍ଗାବାଦ ଅନ୍ତର୍ଗତ ମୁକୁନ୍ଦବାଡିର ଏକ ଦଶ ବର୍ଷର ବାଳକର ଜଳ ନିମନ୍ତେ ସଂଗ୍ରାମ ବିଷୟ ଆଗକୁ ଆସିଛି ।

 

ଟାଇମସ ଓଫ ଇଣ୍ଡିଆ ସୂତ୍ର ଅନୁଯାୟୀ ୧୦ ବର୍ଷୀୟ ସିଦ୍ଧାର୍ଥ ପ୍ରତ୍ୟେକଦିନ ଟ୍ରେନରେ ୧୪କି.ମି. ଯାତ୍ରା କରୁଛି । ସିଦ୍ଧାର୍ଥ ନିଜର ୧୨ବର୍ଷର ଭାଇ ଅୟେଶ ଓ ୯ବର୍ଷର ଭଉଣୀ ସାକ୍ଷୀ ସହିତ ଦ୍ଵିପ୍ରହରରେ ଟ୍ରେନ ଧରିବା ନିମନ୍ତେ ଷ୍ଟେସନକୁ ବାହାରି ଯାଏ । ୧୪କି.ମି. ର ଏହି ଯାତ୍ରା ୧୦ବର୍ଷୀୟ ସିଦ୍ଧାର୍ଥ ଓ ତାର ସାଥି ମାନଙ୍କ ନିମନ୍ତେ ବିପଦପୂର୍ଣ୍ଣ ଅଟେ । ସେମାନଙ୍କୁ ନିଜଠାରୁ ଅଧିକ ଉଚ ଟ୍ରେନ ରୁ ଦୁଇ ହାତରେ ବାଲଟି ଧରି ବିନା ସାହାରା ରେ ଓହ୍ଳେଇବାକୁ ପଡେ । ଏସବୁ ବିପଦ ଏହି ଛୋଟ ପିଲାମାନେ କେବଳ ଦୁଇ ବାଲଟି ପିଇବା ପାଣି ନିମନ୍ତେ ଉଠେଇଥାନ୍ତି ନିଜର ପରିବାର ସଦସ୍ୟ ମାନଙ୍କ ପାଇଁ ଯେଉଁମାନେ କି ଦିନସାରା କର୍ମଲିପ୍ତ ରୁହନ୍ତି ସେମାନଙ୍କ ତୃଷା ମେଣ୍ଟାଇବା ପାଇଁ ।

 

ମହାରାଷ୍ଟ୍ରରେ ଜଳ ସଙ୍କଟ ଉତ୍କଟ ହେଲାଣି । ଅମରବତୀର ଅନେକ ଗ୍ରାମବାସୀ କାଦୁଅମିଶ୍ରିତ ଜଳ ପିଇ ନିଜର ଶୋଷ ମେଣ୍ଟାଇଥାନ୍ତି । ମେଲଘାଟରେ ବିହାଲି ଓ ଭଣ୍ଡାରି ଗ୍ରାମରେ ରହୁଥିବା ଲୋକମାନଙ୍କର କହିବା ଅନୁସାରେ ସେମାନେ ବିନାଭୋଜନରେ ରହିପାରିବେ କିନ୍ତୁ ବିନାଜଳରେ କିପରି ବଞ୍ଚିବେ । ସେମାନଙ୍କ କହିବ ଅନୁସାରେ ଜଳ ଏକତ୍ରିତ କରିବା ପାଇଁ ପ୍ରତ୍ୟେକ ଦିନ ତିନିରୁ ଚାରି ଘଣ୍ଟା ବୁଲିବାକୁ ପଡେ । ସେମାନେ ଅଭିଯୋଗ କରୁଛନ୍ତି ଯେ ସରକାର କିଛି ପଦକ୍ଷେପ ନେଉନାହାନ୍ତି ।

ବିଗତ କିଛି ବର୍ଷ ଧରି ଭଲ ବର୍ଷା ନହେବ କାରଣରୁ ମହରାଷ୍ଟ୍ରର ଅନେକ ଅଞ୍ଚଳରେ ମରୁଡି ହୋଇଛି । ଗତବର୍ଷ ମହାରାଷ୍ଟ୍ରର ଲାଟୁରରେ ମଧ୍ୟ ଏହିଭଳି ଅବସ୍ଥା ଥିଲା । ସେତେବେଳେ ସେଠାରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯାଉଥିଲା । ଭାରତର ପ୍ରାୟ ୪୨% ଅଂଶ ଅସାମାନ୍ୟ ମରୁଡିଗ୍ରାସିତ ଅଟେ ଯାହାକି ପୂର୍ବବର୍ଷ ତୁଳନାରେ ୬% ଅଧିକ ଅଟେ ।

Leave a Reply

Your email address will not be published. Required fields are marked *