April 20, 2024

Odia Express

News For Public

ଅତ୍ୟନ୍ତ ପବିତ୍ର ଏହି ଓଁ ଶବ୍ଦ – ଜାଣନ୍ତୁ ଓଁ ଶବ୍ଦର ଅର୍ଥ ଓ ଏହାର ମହତ୍ଵ – ଜୀବନରେ ମୋକ୍ଷ ପାଇବା ପାଇଁ ସମସ୍ତେ ନିଶ୍ଚୟ ଜାଣିବା ଦରକାର ଏହି କଥା..

ଓଁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଶବ୍ଦ ଅଟେ ଓ ଏହି ଶବ୍ଦ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ କୁ ଦର୍ଶାଇ ଥାଏ । ଓଁ ଚିହ୍ନ ଓମ ଶବ୍ଦର ପ୍ରତୀକ ହୋଇଥାଏ ଓ ଆମର ବେଦରେ ଓମ ଶବ୍ଦ ସ୍ଥାନରେ ଓଁ ଚିହ୍ନାର ପ୍ରୟୋଗ କରାଯାଇଛି । ଏହି ଚିହ୍ନ ପ୍ରତ୍ୟେକ ମନ୍ଦିରରେ ମଧ୍ୟ ଲଗାଯାଇଛି ଓ ଏହା ମଧ୍ୟ କୁହାଯାଇଛି କି ଓଁ ଚିହ୍ନ ରହିବା ଦ୍ଵାରା ନକରାତ୍ମକ ପ୍ରଭାବ ଦୂରେଇ ଯାନ୍ତି । ହିନ୍ଦୁ ଧର୍ମ ରେ ଓଁ ଶବ୍ଦ କୁ କାହିଁକି ମାନନ୍ତି , ଏହାର ଅର୍ଥ, ମହତ୍ଵ, ଓ ପ୍ରଭାବ କଣ? ଏହାର ଉଲ୍ଲେଖ ନିମ୍ନ ପ୍ରକାର ଅଟେ

 

ଓଁ ଶବ୍ଦ ଅର୍ଥ  – ଓଁ ଶବ୍ଦର ଅର୍ଥ କଣ ଏ ବିଷୟରେ ଖୁବ କମ ଲୋକଙ୍କୁ ଜ୍ଞାନ୍ତ । ଓମ ଶବ୍ଦ ତିନି ଅକ୍ଷର ବିଶିଷ୍ଟ ଅଟେ । ଯାହା କି ଅ ଉ ମ୍ ଅଟେ । ଏଠାରେ ଅ ର ଅର୍ଥ ଉତ୍ପନ୍ନ ଅଟେ, ଉ ର ଅର୍ଥ ଉଠିବା ବା ବିକାଶ ଅଟେ , ମ ର ଅର୍ଥ ମୌନ ଅଟେ । ଶ୍ରୀମଦ ଭଗବଦ ଗୀତାରେ ଓଁ ଶବ୍ଦର ଅର୍ଥ ବର୍ଣ୍ଣିତ କରି ଲେଖାଯାଇଛି କି “ଓମିତ୍ୟେକାକ୍ଷରଂ ବ୍ରହ୍ମା ଇତି ଏକାକ୍ଷରମ ବ୍ରହ୍ମା ”ଏହାର ଅର୍ଥ ଓଁ ହିଁ ବ୍ରହ୍ମା ଅଟେ ।

 

ଓଁ ଶବ୍ଦର ମହତ୍ଵ  – ହିନ୍ଦୁ ଧର୍ମରେ ଓଁ ଶବ୍ଦର ମହତ୍ଵ ବହୁତ ଅଧିକ ଅଟେ ଓ ପ୍ରାୟତଃ ସମସ୍ତ ମନ୍ତ୍ରରେ ଏହି ଶବ୍ଦର ପ୍ରୟୋଗ ହୋଇଥାଏ । ଓଁ ଶବ୍ଦ ର ମହତ୍ଵ ବତେଇବାକୁ ଯାଇ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ଓଁ ଶବ୍ଦ ବ୍ରହ୍ମା , ବିଷ୍ଣୁ ଓ ମହେଶ ଙ୍କ ସହ ଯୋଡି ହୋଇଛି । ଏହି ଶବ୍ଦ ର ଉଚ୍ଚାରଣ କରିବା ଦ୍ଵାରା ଆମେ ସିଧା ପରମାତ୍ମା ଙ୍କ ସହ ଯୋଡି ହୋଇ ଯାଉ । ଏହି କାରଣ ଅଟେ ଯେବେ ବି ଆମେ ଧ୍ୟାନ କରୁ କିମ୍ବା ପୂଜା କରୁ ସେତେବେଳେ ଓଁ ଶବ୍ଦ ନିଶ୍ଚିତ ଉଚ୍ଚାରଣ କରୁ । ଶାସ୍ତ୍ରରେ ଓଁ ଶବ୍ଦର ମହତ୍ଵ ଏହା କୁହାଯାଇଛି ଯେ ଓଁ ଶବ୍ଦ ହିଁ ଆମର ସୃଷ୍ଟିର ଆଧାର ଅଟେ ଓ ଏହି ଶବ୍ଦ ସମସ୍ତ ମନ୍ତ୍ର କେନ୍ଦ୍ର ଅଟେ ।

 

ଓଁ ଶବ୍ଦର ପ୍ରଭାବ  – ଓଁ ଶବ୍ଦ ବହୁତ ପ୍ରଭାବଶାଳୀ ଅଟେ ଓ ଏହାର ଉଚ୍ଚାରଣ କରିବା ଦ୍ଵାରା ଅନେକ ପ୍ରକାର ର ଲାଭ ଆମକୁ ମିଳିଥାଏ । ଓଁ ଶବ୍ଦର ପ୍ରଭାବ ଆମର ଶରୀର ଉପରେ ବହୁ ଅଧିକ ପଡିଥାଏ । ଓ ଯେତେବେଳେ ଆମେ ଓଁ ଶବ୍ଦ କହୁ ,ସେତେବେଳେ ଆମ ଶରୀର ରେ ଶକ୍ତି ଉତ୍ପନ୍ନ ହୋଇଥାଏ । ଓଁ ଶବ୍ଦରୁ ଆଉ କଣ କଣ ପ୍ରଭାବ ଯୋଡି ହୋଇ ଅଛି ଓ ଏଥିରୁ ଆମ ଶରୀରକୁ କି କି ପ୍ରକାର ଲାଭ ମିଳୁଛି ତାହା ଏହି ପ୍ରକାର

ଧ୍ୟାନ କରିବା ସମୟରେ ଓଁ ଉଚ୍ଚାରଣ କରିବା ଦ୍ଵାରା ବିଷାଦ ଦୂର ହୋଇଥାଏ ଓ ଆପଣ ସ୍ଫୁର୍ତ୍ତିଯୁକ୍ତ ହୋଇଥାନ୍ତି ।

ଯେଉଁ ବ୍ୟକ୍ତିମାନେ ନିୟମିତ ରୂପରେ ଓଁ ଉଚ୍ଚାରଣ କରନ୍ତି ସେମାନଙ୍କ ଶରୀରରେ ରକ୍ତ ପ୍ରବାହ ଠିକ ଭାବରେ ହୋଇଥାଏ ।

ଓଁ ଶବ୍ଦ ର ପ୍ରଭାବ ହୃତପିଣ୍ଡ ଉପରେ ବହୁତ ଉତ୍ତମ ରୂପରେ ପଡିଥାଏ । ଓ ଏହାର ଉଚ୍ଚାରଣ କରିବା ମାତ୍ରେ ହୃତପିଣ୍ଡ ମଜବୁତ ହୋଇଥାଏ ।

 

ଓଁ ଶବ୍ଦ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ଓ ଏହା କହିବା ଦ୍ଵାରା ଶରୀର ରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ମେରୁଦଣ୍ଡର ଅସ୍ଥି ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ଓ ମେରୁଦଣ୍ଡ ମଜବୁତ ହୁଏ ।

ଓଁ କହିବ ସମୟରେ ଓ ଅକ୍ଷର ଉପରେ ଅଧିକ ଜୋର ଦିଆଯାଏ ଓ ଏହାଦ୍ବାରା ପେଟ ଉପରେ ଜୋର ପଡେ ଓ ଏପରି ହେବାଦ୍ୱାରା ପାଚନ ଶକ୍ତି ଉନ୍ନତ ହୁଏ ।

ଯେଉଁ ବ୍ୟକ୍ତି ନିଦ୍ରାଗତ ଅସୁବିଧା ରହିଛି ଯଦି ସେମାନେ ଶୋଇବା ସମୟରେ ଏହି ଶବ୍ଦ ର ଉଚ୍ଚାରଣ କରନ୍ତି ତେବେସେମାନଙ୍କୁ ଭଲ ନିଦ ହୋଇଥାଏ ।

ଓଁ ଚିହ୍ନ କୁ ଘରର ମୁଖ୍ୟ ଦରଜା ଉପରେ ଅଙ୍କିତ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଘରର ମୁଖ୍ୟ ଦରଜା ଉପରେ ଏ ଚିହ୍ନ ହେବା ଦ୍ଵାରା ଗୃହରେ ସବୁବେଳେ ଆନନ୍ଦ ରହେ ଓ ସମସ୍ତ ପ୍ରକାର ଦୁଃଖ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *