March 26, 2024

Odia Express

News For Public

କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର ଓ ହେମମାଳିନୀ ବର୍ତମାନ ଗାଁରେ ଏଭଳି ଜୀବନ କାଟୁଛନ୍ତି – କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

1 min read

ଭାଗ୍ୟ କାହା ନିକଟକୁ ଆସି କରାଘାତ କରିବା ଏହା କେହି ଜାଣନ୍ତି ନାହିଁ । ସମସ୍ତେ ନିଜନିଜ ଭାଗ୍ୟ ଉପରେ ଲେଖେଇ କରି ଆସନ୍ତି ଓ କିଛି ଏପରି ଘଟିଛି ବଲିଉଡ ର ହି-ମ୍ୟାନ ଧର୍ମେନ୍ଦ୍ରଙ୍କର ଯିଏକି ପଞ୍ଜାବ ର ଗୋଟିଏ ଗ୍ରାମରେ ବାସିନ୍ଦା ଥିଲେ ଓ ଫିଲ୍ମଫେୟାର ର ଏକ କମ୍ପିଟେସନ ଜିତି କେବଳ 51ଟଙ୍କା ନେଇ ନିର୍ଦେଶକ ହିଙ୍ଗୋରାନୀଙ୍କ ସହ ଚୁକ୍ତି କରିଥିଲେ । ଏହାପରେ ଏତେ ଫିଲ୍ମ ଓ ସଫଳତା ର କାହାଣୀ କାହାକୁ ଅଛପା ନାହିଁ । ଧର୍ମେନ୍ଦ୍ର ଙ୍କ ଛବି ଏକବଳ ଗୋଟିଏ କଥା ପାଇଁ ନୋକଙ୍କ ମନରେ କମିଯାଉଛି ତାହା ହେଲା ସେ ଦୁଇଟି ବିବାହ ଓ ଦ୍ଵିତୀୟ ବିବାହ ନିମନ୍ତେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ, ଯାହା ଠିକ ନୁହେଁ । କିନ୍ତୁ କେହି ଏହା ଜାଣନ୍ତି ନାହିଁ ଯେ ସେ ଆଜି ମଧ୍ୟ ଦୁଇ ପତ୍ନୀ ଙ୍କୁ ସମାନ ସ୍ଥାନ ଦେଇଛନ୍ତି । କୋଟିକୋଟି ସମ୍ପତ୍ତି ର ମାଲିକ ଧର୍ମେନ୍ଦ୍ର ଓ ହେମମାଳିନୀ ଗାଁ ରେ ରହୁଛନ୍ତି । ସେମାନଙ୍କର କିଛି ଫଟୋ କହିଦେଉଛି ଧର୍ମେନ୍ଦ୍ର ଆଜି ମଧ୍ୟ ମାଟି ସହ ଯୋଡି ହୋଇ ଅଛନ୍ତି ।

ଧର୍ମେନ୍ଦ୍ର ଓ ହେମମାଳିନୀ ଗାଁ ରେ ଏଭଳି ଜୀବନ ବଞ୍ଚିଛନ୍ତି

19ବର୍ଷୀୟ ଧର୍ମେନ୍ଦ୍ରଙ୍କୁ ସେମାନଙ୍କ ଘରଲୋକେ ପ୍ରକାଶ କଉର ଙ୍କ ସହ କରିଦେଇଥିଲେ । ଯାହାଙ୍କ ଠାରୁ ତାଙ୍କର ଚାରୋଟି ସନ୍ତାନ ଅଜିତା, ବିଜେତା, ସନୀ ଓ ବବି ଦେଓଲ ଜନ୍ମିତ । ଏହାପରେ ଧର୍ମେନ୍ଦ୍ର 1979ରେ ଡ୍ରିମଗାର୍ଲ ହେମମାଳିନୀ ଙ୍କୁ ବିବାହ କରିଥିଲେ ଓ ଏହା ତାଙ୍କର ପସନ୍ଦ ଥିଲା । ହିନ୍ଦୁ ଧର୍ମ ଅନୁସାରେ ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ ହୋଇପାରିବ ନାହିଁ , ଏଥିପାଇଁ ସେ ପ୍ରକାଶ କଉରଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଥିଲେ କିନ୍ତୁ ମିଳିଲା ନାହିଁ । ଏହାପରେ ସେ ଇସଲାମ ଧର୍ମ ଗ୍ରହଣ କଲେ ଓ ହେମମାଳିନୀଙ୍କୁ ବିବାହ କଲେ । ତାଙ୍କଠାରୁ ଦୁଇ ଝିଅ ଇଶା ଓ ଆହାନା ଜନ୍ମିତ । ଧର୍ମେନ୍ଦ୍ର କେବେ ନିଜ ସ୍ତ୍ରୀ ଓ ସନ୍ତାନ ମାନଙ୍କ ମଧ୍ୟରେ ଫରକ କରିନାହାନ୍ତି ଓ ଦୁହିଙ୍କୁ ଅଲଗା ଅଲଗା ଘରେ ଖୁସିରେ ରଖିଛନ୍ତି ।

ଧର୍ମେନ୍ଦ୍ର ନିଜ ସମୟର ହ୍ୟାଣ୍ଡସମ ହିରୋ ଥିଲେ ଓ ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି କିନ୍ତୁ ଟଙ୍କାର ଏହି ଫଟୋ ଦେଖି ଆପଣଙ୍କୁ ବିଶ୍ବାସ ହେବ ନାହିଁ ଯେ ଏହି ହିରୋ ଜଣେ ସୁପରଷ୍ଟାର ଅଟନ୍ତି । କିଛି ଦିନ ପୂର୍ବର ଏହି ଫଟୋ ସୋସିଆଲ ମିଡିଆ ରେ ଦୃଷ୍ଟିଗୋଚର ହୋଇଛି ଓ ଆସିବା ସଙ୍ଗେସଙ୍ଗେ ଭାଇରାଲ ହୋଇଛି ।

ଫଟୋ ଗୁଡିକରେ ଧର୍ମେନ୍ଦ୍ର ଏପରି କାମ କରିବାରେ ଦୃଷ୍ଟିଗୋଚର ହେଉଛନ୍ତି ଯେପରି ଗ୍ରାମର କେଉଁ ସାଧାରଣ ଲୋକ କରେ । ତାସହ ତାଙ୍କ ପତ୍ନୀ ହେମମାଳିନୀ ଯିଏକି ଡ୍ରିମଗାର୍ଲ ଓ ତାଙ୍କ ପାଇଁ ଲକ୍ଷାଧିକ ଲୋକ ପାଗଳ ଥିଲେ ସେ ଆଜି ନିଜର ସ୍ଵାମୀଙ୍କ ସହ ଏକାଠି ରହିବାକୁ ପସନ୍ଦ କରୁଛନ୍ତି । ଧର୍ମେନ୍ଦ୍ର ଓ ହେମମାଳିନୀ ଏହି ସମୟରେ କୋଟିକୋଟିର ସମ୍ପତ୍ତିର ମାଲିକ ଅଟନ୍ତି ଓ ଏକ କୋଟିପତିଙ୍କ ଗ୍ରାମରେ ଶ୍ରମିକ ଭଳି କାମ କରିବା ଦେଖିବାକୁ ଠିକ ଲଗୁନଥିଲେ ମଧ୍ୟ ଧର୍ମେନ୍ଦ୍ର ସବୁବେଳେ ଭୂମି ସହ ଯୋଡି ହୋଇ ରହୁଥିବା ସାଧାରଣ ମଣିଷ ଅଟନ୍ତି । ସେ ନିଜର ଗାଁ ରେ ନିଜର ଗାଈ ମାନଙ୍କର ନିଜେ ଦାୟିତ୍ଵ ନେବାକୁ ପସନ୍ଦ କରନ୍ତି ।

ଧର୍ମେନ୍ଦ୍ର ଓ ହେମମାଳିନୀ ଙ୍କ ଯୋଡି ବଲିଉଡର ଭଲ ଯୋଡିମାନଙ୍କ ମଧ୍ୟରେ ଗଣାଯାଆନ୍ତି । ଏହି ଯୋଡି ଶୋଲେ, ଡ୍ରିମ ଗାର୍ଲ, ସିତା ଔର ଗୀତା , ଯୁଗନୁ , ଧର୍ମାତ୍ମା, ଚରସ, ଅଜଡ, ଆଲିବାବା40ଚୋର, କିନାରା, ଦୋସ୍ତ, ରେଜିଆ ସୁଲତାନ, ସମ୍ରାଟ, ଆସ-ପାସ, ପ୍ରତିଜ୍ଞା, ଦିଲ୍ଲଗୀ, ନୟା ଜମାନା, ମାଆ ଓ ତୁମ ହସୀନ ମେ ଜୱାନ ଭଳି ସୁପରହିଟ ଫିଲ୍ମ ରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *