March 28, 2024

Odia Express

News For Public

ଅମ୍ବାତୀ ରାଇଡୁ ସନ୍ୟାସ ନେବା ଉପରେ ବିରାଟ କୋହଲି ଟ୍ୱିଟ୍ କରିଲେ – କିନ୍ତୁ ଲୋକ ରାଗିକି କହିଲେ ତୁମେ କଣ କରିପକାଇଛ କି..

ବିଶ୍ୱକପ୍ ରେ ଦୁଇଟି ଭାରତୀୟ ଖେଳାଳୀ ଆଘାତପ୍ରାପ୍ତ ହେବା ପରେ ମଧ୍ୟ ଅମ୍ବାତୀ ରାଇଡୁଙ୍କୁ ଟିମ୍ ରେ ଜାଗା ମିଳିଲା ନାହିଁ , ଯାହାର କାରଣରୁ ସେ ବୁଧବାରକୁ ସନ୍ୟାସ ନେବାପାଇଁ ଘୋଷଣା କଲେ , ଅମ୍ବାତି ରାଇଡୁଙ୍କ ସନ୍ୟାସ ନେବାର ଘୋଷଣା ପରେ ବହୁତ ମହାନ୍ ଖେଳାଳୀ ତାଙ୍କ ସମର୍ଥନରେ ବାହାରିଥିଲେ , ସେମିତି କିଛି ବିସିସିଆଇ ଓ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନକରିଥିଲେ,  ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି ଅମ୍ବାତି ରାଇଡୁଙ୍କ ଆସୁଥିବା ଲାଇଫ୍ ବିଷୟରେ ନେଇ ଶୁଭକାମନା ଦେଇଥିଲେ,  ତେବେ ଫ୍ୟାନ୍ସ ରାଗରେ ତାଙ୍କୁ କିପରି କଟାକ୍ଷ କରିଛନ୍ତି ଆସନ୍ତୁ ଜାଣିବା ଆମର ଲେଖରେ । ଅମ୍ବାତୀ ରାଇଡୁ ବୁଧବାରକୁ ଅଚାନକ ସନ୍ୟାସ ନେବାର ଘୋଷଣା କରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା , ଯାହାପରେ ବହୁତ ମହାନ୍ ଖେଳାଳୀମାନେ ତାଙ୍କ ସହ ଠିଆ ହୋଇଥିଲେ, କିନ୍ତୁ ଏହି କଡିରେ ଭିଭିଏସ୍ ଲକ୍ଷ୍ମଣ ଓ ଗୌତମ ଗାମ୍ଭୀରଙ୍କ ନାଁ ବେଶୀ ଆଲୋଚନା ହେଉଛି , ବିବିଏସ୍ ଲକ୍ଷ୍ମଣ ଓ ଗୌତମ ଗାମ୍ଭୀର ଅମ୍ବାତି ରାଇଡୁଙ୍କ ସନ୍ୟାସ ନେବା ଉପରେ ବିସିସିଆଇଙ୍କୁ ଓ ଚୟନକର୍ତ୍ତାଙ୍କୁ ପ୍ରଶ୍ନ କରିଥିଲେ,  ଯାହାପରେ ବିରାଟ କୋହଲି ଏମିତି ଟ୍ୱିଟ୍ କରିଦେଲେ କି ଲୋକଙ୍କ ମନରେ ଆହୁରି କ୍ରୋଧ ଜାତ ହୋଇଯାଇଥିଲା ।

 

ବିରାଟ କୋହଲି ଅମ୍ବାତି ରାଇଡୁଙ୍କ ସନ୍ୟାସ ନେବା ଖବର ପାଇଁ ଟ୍ୱିଟ୍ କରିଥିଲେ ଓ ଆଗାମୀ ପାରି ଖେଳିବାକୁ ବଧାଇଦେଲେ , ଏହି ଟ୍ୱିଟ୍ ରେ କୋହଲି ଅମ୍ବାତି ରାଇଡୁଙ୍କୁ ଟପ୍ ମ୍ୟାନ୍ କହିଥିଲେ,  ଯାହାପରେ ଫ୍ୟାନ୍ସ ନାରାଜ୍ ହୋଇଗଲେ , ଅମ୍ବାତି ରାଇଡୁ ଗତ ଦୁଇ ବର୍ଷରେ ଟିମ୍ ସହ ଖେଳୁଥିଲେ  ଯେଉଁଥିରେ ସେ ଭଲ ପ୍ରଦର୍ଶନ୍ କରିଥିଲେ, କିନ୍ତୁ ତାଙ୍କୁ ପରେ ୱାର୍ଲଡ କପ ରୁ ବାହାର କରିଦେଇଥିଲେ , ଓ ପରେ ଶିଖର ଧବନ ଓ ବିଜୟ ଶଙ୍କରଙ୍କ ସ୍ଥାନରେ ତାଙ୍କୁ ଟିମ୍ ରେ ଜାଗା ଦିଆଯାଇନଥିଲା ।

 

ଜଣେ ୟୁଜର୍ କମେଣ୍ଟ କରିଥିଲେ କି ଯଦି ଅମ୍ବାତିଙ୍କୁ ୱାର୍ଲଡ୍ କପ୍ ରେ ଖେଳେଇବାର ନଥିଲା , ତେବେ ତାଙ୍କୁ ଗତ ଦୁଇ ବର୍ଷରୁ କଣ ପାଇଁ ଖେଳାଉଥିଲେ,  ଆଉଜଣେ ୟୁଜର୍ ଲେଖିଲେ କି ଯଦି ଆଇପିଏଲ୍ ରେ ପ୍ରଦର୍ଶନରେ ଚୟନ ହୋଇଥିଲା ତେବେ କୋହଲି ତୁମେ କଣ ଏମିତି କରିପକାଇଛ , ଯେବେ ତୁମେ ଅମ୍ବାତିଙ୍କୁ ଖେଳାଇନାହଁ । ସେମିତି ଅମ୍ବାତିଙ୍କ ଏକ ଫ୍ୟାନ୍ ଏକ ପିକ୍ଚର୍ ପଠାଇଥିଲେ ଯେଉଁଥିରେ ବିରାଟ କୋହଲି ଏକ ମାସ୍କ୍ ଲଗାଇଥିବାର ନଜର ଆସିଛି ।

 

ୱାର୍ଲଡ୍ କପ୍ ପାଇଁ ରିଜର୍ଭ ଖେଳାଳୀ ଥିବାସତ୍ତ୍ୱେ ଅମ୍ବାତିଙ୍କୁ ୧୫ ଜଣ ସଦସ୍ୟର ଟିମ୍ ରେ ଜାଗା ମିଳିଲା ନାହିଁ  ଯେବେ କି ଶିଖର ଓ ବିଜୟ ଶଙ୍କର ଆଘାତପ୍ରାପ୍ତ ହୋଇଛନ୍ତି , ତାଙ୍କ ଜାଗାରେ ରିଷଭ ପନ୍ଥଙ୍କୁ ଜାଗା ମିଳିଲା , କିନ୍ତୁ ଅମ୍ବାତିଙ୍କୁ ନୁହେଁ , ଯାହାପରେ ଅମ୍ବାତି ବୁଧବାରକୁ ସନ୍ୟାସ ନେଇଯାଇଥିଲେ , ଅମ୍ବାତିଙ୍କ ସନ୍ୟାସ ନେବାପରେ ଗୌତମ ଗାମ୍ଭୀର ବିସିସିଆଇଙ୍କ ଉପରେ ରାଗ ଦେଖାଇଥିଲେ,  ଓ କହିଲେ କି ତାଙ୍କର ଚୟନ ନ କରି ଚୟନକର୍ତ୍ତା ଆମକୁ ନିରାଶ କରିଛନ୍ତି , କାରଣ ସେ ଏହା ଅନ୍ୟାୟ କଲେ , ସେପଟେ ଅମ୍ବାତି ରାଇଡୁଙ୍କ ଆୟର୍ଲାଣ୍ତ ନିଜ ଟିମ୍ ରେ ଖେଳିବାକୁ ନିମନ୍ତ୍ରଣ କରିଛି ।

Leave a Reply

Your email address will not be published. Required fields are marked *