April 12, 2024

Odia Express

News For Public

୩ ଜଣ ଝିଅ ଭୋକରେ ଆଉଟୁପାଉଟୁ ହେଉଥିବା ଦେଖି କୁଲି ହୋଇଗଲେ ଏହି ମହିଳା – କହିଲେ କଷ୍ଟ ହୋଇଥାଏ କିନ୍ତୁ ମୁଁ କେଉଁଠି ଭିକ ମାଗିପାରିବିନି କାରଣ..

କୁଲି ଫିଲ୍ମର ଏହି ଗୀତ ସାରି ଦୁନିଆଁ କା ବୋଝ ହମ୍ ଉଠାତେ ହେଁ । ବରାଡାର ମହିଳା ରାଶିବାଳାଙ୍କ ଉପରେ ଠିକ୍ ବସିଥାଏ , ଯିଏ ନିଜ ସହ ନିଜର ତିନି ଝିଅଙ୍କର ପେଟ ପୋଷିବାପାଇଁ କୁଲି କାମ ପାଇଁ ବାଧ୍ୟ ହୋଇଥିଲେ । ତାଙ୍କର କହିବା କଥା କି ସ୍ୱାମୀ ର ମୃତ୍ୟୁ ପରେ ପରିଶ୍ରମ କରିବା ଛଡା ତାଙ୍କ ପାଖରେ ଆଉ କିଛି ଚାରା ନଥିଲା । ପ୍ରଥମେ ତ ସେ ବହୁତ ଜାଗାରେ ଘୃଣାର ପାତ୍ର ହେଲେ ତାପରେ କାମ ଖୋଜିବାକୁ ଯାଇ ବହୁତ ଜାଗାରେ ନିରାଶା ହାତରେ ଆସିଥିଲା । ପରିବାରରେ ତିନୋଟି ଝିଅଙ୍କ ଭୋକ ମେଣ୍ଟାଇବା ପାଇଁ ସେ କୁଲି କାମ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କର କହିବା କଥା କି ସରକାରଙ୍କ ବେଟି ବଚାଓ ଓ ବେଟି ପଢାଓର ଏହି ସବୁ ନାରାରେ କୌଣସି ତାଙ୍କର ଲେଣଦେଣ ନାହିଁ , ସେ ଲୋକଙ୍କର ବୋଝ ଉଠାଇକରି ସେଥିରୁ ମିଳୁଥିବା ପଇସାରେ ନିଜ ଛୁଆଙ୍କ ଭୋକ ମେଣ୍ଟାଇପାରୁଛନ୍ତି ।

 

ସେମିତି ଷ୍ଟେସନରେ ନିଜ ଭାରି ଜିନିଷ ଚଳାଇବାପାଇଁ ଏହି ପରିବାର ଯେବେ କେଉଁ କୁଲି ଖୋଜୁଥିଲା ତେବେ ସାମ୍ନାରେ ମହିଳା କୁଲି ଠିଆ ହୋଇଥିବା ଦେଖି ତାଙ୍କୁ ଲାଗିଲା କି କାହିଁକି ନା କୁଲିର ସାହାଯ୍ୟ କରାଯାଉ , ଯାହାକୁ ନେଇ ରାଶି ଓ ତାଙ୍କର ସାଥି ନିଜ ଭାରି ଜିନିଷ ଉଠାଇକରି ରେଲୱେ ଷ୍ଟେସନରେ ରଖିଦେଲେ ।

 

ଏହି ପରିବାରର କହିବା କଥା କି ସରକାର ଯଦି ବେଟି ବଚାଓ ଅଭିଯାନ ଦ୍ୱାରା ସମାଜରେ ସବୁ ଝିଅଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି ତେବେ ଏମିତି ଲୋକଙ୍କୁ ସାହାଯ୍ୟ କରୁ ଯାହାଙ୍କୁ ଆର୍ଥିକ ସହାୟତା ସହ ଚାକିରି ବି ମିଳିପାରିବ , ଓ ତାଙ୍କ ଛୁଆଙ୍କୁ ମାଗଣା ଶିକ୍ଷା ବି ମିଳିପାରିବ , ଓ ଏମିତି ଦକ୍ଷତା ପ୍ରତିପାଦନ କରିପାରୁଥିବା ମହିଳାଙ୍କୁ ସାହାସ ମିଳିପାରୁ ।

Leave a Reply

Your email address will not be published. Required fields are marked *