March 28, 2024

Odia Express

News For Public

ICC ଦେଲେ ଧୋନୀଙ୍କୁ ସମ୍ମାନ – କହିଲେ ଏମ୍ ଏସ୍ ଧୋନୀ ଏକ ଏପରି ନାଁ , ଯିଏକି ବଦଳାଇଦେଲେ ଭାରତୀୟ କ୍ରିକେଟ୍ ର ଚେହେରା..

1 min read

ମହେନ୍ଦ୍ର ସିଂ ଧୋନୀଙ୍କ ଏବେ ଟିମ୍ ରେ କେଉଁ ପୋଜିସନ୍ ଅଛି ତାହା ସମସ୍ତେ ଜାଣିଛନ୍ତି , ଏମିତିରେ ଧୋନୀ ନିଜ କ୍ୟାରିୟରକୁ ସେଲିବ୍ରେଟ୍ କରିବାପାଇଁ ଆଇସିସି ତାଙ୍କୁ ଏକ ଭବ୍ୟ ସଂବର୍ଦ୍ଧନା ଦେଇକରି ଏକ ଭିଡିଓ ଜାରି କରିଛନ୍ତି , ଆଇସିସିଙ୍କ କହିବା କଥାକି ଧୋନୀ ଏମିତି ଜଣେ ବ୍ୟକ୍ତିତ୍ୱ ଅଟନ୍ତି ଯିଏକି ଭାରତୀୟ କ୍ରିକେଟ୍ ଚେହେରା ବଦଳାଇଦେଲେ , ଧୋନୀଙ୍କ କାରଣରୁ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ରେ ବହୁତ କିଛି ପରିବର୍ତ୍ତନ ଆସିଲା , କହିଦେବୁ କି ଧୋନୀ ଜଣେ ଏମିତି ଜଣେ ଅଧିନାୟକ ଅଟନ୍ତି ଯିଏକି ଓଡିଆଇ ୱାର୍ଲଡ କପ୍ ୨୦୧୧, ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ୨୦୦୭ ରେ ଚ୍ୟାମ୍ପିୟନ୍ ଟ୍ରଫି ହାସିଲ୍ କରିଛନ୍ତି , ୭ ଜୁଲାଇ ୨୦୧୯ କୁ ସେ ୩୮ ବର୍ଷର ହେବେ , ଏମିତିରେ ଧୋନୀଙ୍କ ଉପଲ୍ଲବ୍ଧୀଗୁଡିକୁ ସେଲିବ୍ରେଟ୍ କରିବାପାଈଁ ଆଇସିସି ଏହି ଭିଡିଓ ସେୟାର୍ କରିଥିଲେ ।

 

ଭିଡିଓକୁ ସେୟାର୍ କରି ଆଇସିସି ନିଜ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଲେଖିଥିଲେ କି ଗୋଟେ ନାଁ ଯିଏକି ଭାରତୀୟ କ୍ରିକେଟ୍ ଟିମ୍ ର ଚେହେରା ବଦଳାଇଦେଲା , ଜଣେ ଲୋକ ଯିଏକି ଲକ୍ଷାଧିକ ଲୋକଙ୍କୁ ପ୍ରେରିତ କରିଛି, ଏମ୍ ଏସ୍ ଧୋନୀ କେବଳ ନାଁ ହିଁ ସବୁ କିଛି ।

 

ଆଇସିସିଙ୍କ ଏହି ଭିଡିଓରେ ବିରାଟ କୋହଲି ଓ ଜଶପ୍ରୀତ ବୁମରାହ୍ କହିଲେ କି କେଉଁ ଭଳିଭାବେ ଧୋନୀ ତାଙ୍କୁ ପ୍ରେରିତ କରିଛନ୍ତି । ଭିଡିଓର ସବୁଠାରୁ ପ୍ରଥମେ କୋହଲି କହୁଥିଲେ । ଆପଣ ଯାହା ବାହାରୁ ଦେଖାଯାଆନ୍ତି , ତାହା ତୁଳନାରେ ଭିତରୁ କିଛି ଅଲଗା ହୋଇଥାନ୍ତି , ସବୁବେଳେ ଶାନ୍ତ ଓ ସନ୍ତୁଳିତ ରହିଥାନ୍ତି , ଆପଣଙ୍କ ଠାରୁ ବହୁତ କିଛି ଶିଖିବାର ଅଛି , ସେ ମୋର ଅଧିନାୟକ ଥିଲେ , ଓ ସବୁବେଳେ ମୋର ଅଧିନାୟକ ରହିବେ , ଆମ ଦୁହେଁଙ୍କର ବୁଝାମଣା ବହୁତ ବଢିଆ ଅଛି , ମୁଁ ତାଙ୍କ ଉପଦେଶ ଶୁଣିବାକୁ ସବୁବେଳେ ପ୍ରସ୍ତୁତ ରହୁଛି ।

 

ଏହାପରେ ବୁମରାହ୍ କହନ୍ତି କି ଯେବେ ମୁଁ ୨୦୧୬ ରେ ଟିମ୍ ରେ ସାମିଲ୍ ହେଲି , ତେବେ ସେ ମୋର ଅଧିନାୟକ ଥିଲେ,  ତାଙ୍କର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି, ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ତତ୍ପର ରୁହନ୍ତି ।

 

କେବଳ ଭାରତୀୟ ଖେଳାଳୀ ନୁହେଁ ବରଂ ଇଂଲଣ୍ତର ଅଲରାଉଣ୍ତର ବେନ୍ ଷ୍ଟ୍ରୋକ୍ସ ବି ଧୋନୀଙ୍କ ପ୍ରଶଂସା କରିଥିଲେ ,ବେନ୍ ଆଇପିଏଲ୍ ସିରିଜ୍ ସମୟରେ ଧୋନୀଙ୍କ ସହ ଡ୍ରେସିଙ୍ଗ୍ ରୁମ୍ ସେୟାର୍ କରିଥିଲେ । ସେ କହିଲେ କି ଧୋନୀଙ୍କ ଖେଳ ସବୁଠାରୁ ମହାନ୍ ଓ ଉନ୍ନତଧରଣର ଅଟେ , ମୋତେ ଲାଗୁଛି କି ତାଙ୍କ ପରି ଆଉ କେହି ହୋଇପାରିବେ ।

 

ଇଂଲଣ୍ତର ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ବି ଧୋନୀଙ୍କ ପ୍ରଶଂସା କରି କହିଥିଲେ ଧୋନୀଙ୍କ ୱିକେଟ୍ କିପିଙ୍ଗ୍ ସବୁବେଳେ ମୋର ଆଦର୍ଶ ରହିଆସିଛି , ଯେବେ ସେ ଫିଲ୍ଡରେ ଥାନ୍ତି ତାଙ୍କର ଅନ୍ଦାଜ ବହୁତ ବଢିଆ ଲାଗେ , ତାଙ୍କ ହାତ ବିଜୁଳି ବେଗରେ ବହୁତ କ୍ଷିପ୍ର ଥାଏ,  ଯେବେ ସେ ବ୍ୟାଟିଙ୍ଗ୍ କରନ୍ତି , ତେବେ ସେ ବହୁତ ଶାନ୍ତ ରୁହନ୍ତି , ତାଙ୍କ ଖେଳରେ ସମସ୍ତେ ଆମ୍ବାସଡର ଅଛନ୍ତି , ତାଙ୍କର ମୁଂ ବହୁତ ବଡ୍ ଫ୍ୟାନ୍ ଅଟେ ।

କହିଦେବୁ କି ସଚିନ୍ ଙ୍କ ପରେ ଧୋନୀ ଅଟନ୍ତି ଯାହାଙ୍କର କ୍ରେଜ୍ ଲୋକଙ୍କ ମଧ୍ୟରେ ସବୁଠାରୁ ଅଧିକା ଅଟେ , ଧୋନୀଙ୍କ ମୁକାବଲା ଆଉ କେହି କରିପାରିବେ ନାହିଁ , ଯିଏ ଧୋନୀଙ୍କ ପ୍ରଶଂସାକରିଛି , ସିଏ ତାଙ୍କର ପ୍ରଦର୍ଶନ ଓ ବ୍ୟକ୍ତିତ୍ୱ ବିଷୟରେ ନିଶ୍ଚିତ ଆଲୋଚନା କରିଛି ଏହି କଥାରେ କୌଣସି ସନ୍ଦେହ ନାହୀଁ କି ସେ ଜଣେ ଭଲ ଖେଳାଳୀ ହେବାସହ ଜଣେ ଭଲ ବ୍ୟକ୍ତି ଅଟନ୍ତି ।

Leave a Reply

Your email address will not be published. Required fields are marked *