March 27, 2024

Odia Express

News For Public

ସରଳତାର ଉଦାହରଣ ଅଟନ୍ତି ଭାରତର ଏହି ବିଧାୟକ , ଛୋଟିଆ ଘରେ ରହି ଆଜି ମଧ୍ୟ ଚାଷ କରୁଛନ୍ତି , ଚାରା କାଟୁଛନ୍ତି – ସବୁ ନେତା ତାଙ୍କଠୁ ଶିଖିବା ଦରକାର..

ବୈଜନାଥ ରାୱତ ଉତ୍ତରପ୍ରଦେଶ ର ବାରବାଙ୍କି ଜିଲ୍ଲାରେ ଅବସ୍ଥିତ ହାଇଦରଗଡ ବିଧାନସଭା ନିର୍ବାଚନ କ୍ଷେତ୍ରରୁ  ବିଧାୟକ ଅଛନ୍ତି । ଆଜି ମଧ୍ୟ ବୈଜନାଥ ରାୱତ ନିଜର ପକ୍କା କିନ୍ତୁ ବିନା ପ୍ଲାଷ୍ଟର ଓ ଚଟାଣ ଥାଇ ଅସୁନ୍ଦର ଘରେ ରହୁଛନ୍ତି । ସେ ନିଜେ ନିଜର ଘର ବାହାରେ ଏକ ସାଧାରଣ ମନୁଷ୍ୟ ପରି ଝାଡୁ ଲଗାନ୍ତି । ପଶୁମାନଙ୍କ ପାଇଁ ମେସିନରେ ଚାରା କାଟି ନିଜ ହାତରେ ଖୁଆନ୍ତି ଓ ଏତିକି ନୁହେଁ ସେ ଚାଷ ପାଇଁ ବିହନ ବୁଣିବାଠାରୁ ଆରମ୍ଭ କରି ଫସଲ କାଟିବା ପର୍ଯ୍ୟନ୍ତ ସବୁ କାମ ଏକ ସାଧାରଣ କୃଷକ ଭଳି କରିଥାନ୍ତି ।

 

ମୋଦୀ ଲହର ଯୋଗୁ ୟୁପିର ବାରବାଙ୍କି ର ହାଇଦରଗଡ ସିଟ ରୁ ବିଜୟଲାଭ କରିଥିବା ବୈଜନାଥ ହାଇଦରଗଡର ଭୁଲଭୁଲିଆ ଗ୍ରାମର ବାସିନ୍ଦା ଅଟନ୍ତି । 1998ରେ ବାରବାଙ୍କି ସିଟରୁ ଜିତିକରି ସାଂସଦ ହୋଇଥିଲେ । ଦୁଇଥର ବିଧାୟକ ରହିସାରିଛନ୍ତି । ପୂର୍ବରୁ ଥରେ ୟୁପିର ଶକ୍ତି ମନ୍ତ୍ରୀ ଥିଲେ । ଏହିଥର ସେ ସମାଜବାଦୀ ପାର୍ଟିର ଦୁଇଥର ବିଧାୟକ ଥିବା ରାମମଗନ ଙ୍କୁ 33ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି , କିନ୍ତୁ ଏହାଙ୍କର ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ ।

 

ବୈଜନାଥଙ୍କୁ ସଫଳତା ବହୁତ ମିଳିଛି କିନ୍ତୁ ସେ ସର୍ବଦା ଭୂମି ସହ ଯୋଡିହୋଇ ଅଛନ୍ତି । ଆଜିମଧ୍ୟ ସେ ଲୋକମାନଙ୍କ ସହ ସେହି ପୁରୁଣା ଶୈଳୀରେ ମିଶନ୍ତି, ଯେପରି ସେ ବିଧାୟକ ଓ ମନ୍ତ୍ରୀ ହେବାପୂର୍ବରୁ ମିଶୁଥିଲେ । ଅଞ୍ଚଳର ଲୋକମାନେ ମଧ୍ୟ ତାଙ୍କର ଏହି ସଚ୍ଚୋଟତା ଓ ସରଳତାର ପ୍ରଶଂସକ ।

Leave a Reply

Your email address will not be published. Required fields are marked *