April 24, 2024

Odia Express

News For Public

ପ୍ରାଇଭେଟ୍ ମେଡିକାଲ୍ ରେ ୫-୧୦ ହଜାରରେ ହେଉଥିବା MRI ଓ CT ସ୍କାନ୍ ଏବେ ଗୁରୁଦ୍ୱାରାରେ ମାତ୍ର ୨୦ ଟଙ୍କାରେ ହେବ..

1 min read

ଆପଣ ଯେ କୌଣସି ପ୍ରାଇଭେଟ୍ ମେଡିକାଲ୍ ରେ ଚାଲିଯାଆନ୍ତୁ , ଯଦି ଆପଣଙ୍କୁ MRI ଓ CT ସ୍କାନ୍ କରିବାର ଅଛି ତେବେ ଆପଣଙ୍କୁ ୫-୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ , ଉପରୁ ଅତିରିକ୍ତ ଚାର୍ଜ ଅଲଗା ଲାଗିବ , ସେମିତି ଯଦି ସରକାରୀ ମେଡିକାଲ୍ ରେ ଯିବେ ତେବେ ଆପଣଙ୍କୁ ପଇସା କମ୍ ଦେବାକୁ ହେବ କିନ୍ତୁ ଭିଡ ଟିକେ ସମସ୍ୟା ଅଛି , ଯଦି ଆପଣଙ୍କୁ MRI ଓ CT ସ୍କାନ୍ କରିବାର ଅଛି ତେବେ ଆପଣଙ୍କୁ ବଡ ଖୁସିଖବର ଅଛି , Only My Health ୱେବସାଇଟ୍ ର ରିପୋର୍ଟ ଅନୁସାରେ ଜଲଦି ହିଁ ଏହି ଦୁଇଟି ସୁବିଧା ନୁଆ ଦିଲ୍ଲୀ ଓ ଗୁରୁଦ୍ୱାରା ବଙ୍ଗଳା ସାହେବରେ ମିଳିବାକୁ ଲାଗିବ , ସବୁଠାରୁ ଖାସ୍ କଥା ଏହି କି ଯେ ଆପଣଙ୍କୁ ୫-୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କେବଳ ୨୦ ଟଙ୍କାର ଏକ ରସିଦ୍ ନେଇ ଆପଣ ଏହି ଟେଷ୍ଟ କରିପାରିବେ ।

 

ଗୁରୁଦ୍ୱାରାରେ ଏହି ସୁବିଧା ମିଳିଗଲେ ଏବେ ସରକାରୀ ମେଡିକାଲ୍ ରେ ଭିଡରୁ ମୁକ୍ତି ମିଳିଯିବ , ଗୁରୁଦ୍ୱାରାରେ ସେବା ଭାବରୁ ଲୋକେ ଦୁହେଁ ସୁବିଧା ଦିଆଯିବ , ଗୁରୁଦ୍ୱାରାର ବଙ୍ଗଳା ସାହେବଙ୍କ ପାଖରେ ଗଙ୍ଗାରାମ LNJP ପନ୍ଥ ଯେପରି ବଡ ମେଡିକାଲ୍ ଅଛି , ଏହି ମେଡିକାଲ୍ ପୁରା ଦେଶରେ ହଜାର ରୋଗୀଙ୍କର ଚିକିତ୍ସା କରାଇଥାନ୍ତି , ସରକାରୀ ମେଡିକାଲ୍ ଥିବା ଯୋଗୁଁ ରୋଗୀଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଏହି ମେଡିକାଲ୍ ରେ ଚିକିତ୍ସା କରାଇବାକୁ ଅପେକ୍ଷା କରିବାକୁ ପଡୁଥିଲା ।

 

ଗୁରୁଦ୍ୱାରା ବଙ୍ଗଳା ସାହେବ ମାତ୍ର ୨୦-୫୦ ଟଙ୍କାରେ ଏହି ସୁବିଧା ଦେଉଥିବାରୁ ଲୋକଙ୍କ ଭିଡରୁ ମୁକ୍ତି ମିଳିବ , ଗୁରୁଦ୍ୱାରା ବଙ୍ଗଳା ସାହେବ ରୋଗୀଙ୍କ ସହ ଆସୁଥିବା ପରିଜନଙ୍କୁ ଗୁରୁଦ୍ୱାରାରେ ରହିବା ପାଇଁ ଜାଗା ରହିବା ସ୍ଥଳୀ ଦିଆଯିବ , ଏମିତିରେ ତାଙ୍କୁ ଆଉ ରହିବାର ଅସୁବିଧା ଭୋଗିବାକୁ ପଡିବ ନାହିଁ । ଏହା ଛଡା ଗୁରୁଦ୍ୱାରାରେ ଦ୍ୱିପହରରେ ଓ ସଂନ୍ଧ୍ୟା ସମୟରେ ଲଙ୍ଗର ଚାଲିଥାଏ , ଯେଉଁଥିରେ ରୋଗୀଙ୍କର ଖାଇବା ଓ ରହିବାର ଅସୁବିଧାରୁ ମୁକ୍ତି ମିଳିପାରିବ ,

 

ଗୁରୁଦ୍ୱାରା ପରିସରରେ ଏମ୍ ଆର୍ ଆଇ ଓ ସିଟି ସ୍କାନ୍ ମେସିନ୍ ଲଗାଇବାର ପ୍ରସ୍ତାବ ଗତ ୨ ବର୍ଷରୁ ଦିଆଯାଈଛି, କିନ୍ତୁ କମିଟି ଅନୁସାରେ ଏହି ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି ପୁରା ହୋଇଯିବ , ଓ ରୋଗୀଙ୍କୁ ସବୁ ସୁବିଧା ମିଳିପାରିବ , ବଙ୍ଗଳା ସାହେବ ପରିସରରେ ଏକ ପଲି କ୍ଲିନିକ୍ ଅଛି , ଯେଉଁଠି ଦାନ୍ତ ଓ ଆଖିର ଚିକିତ୍ସା ସହ ଇସିଜି ଆଦି ସୁବିଧା ମିଳୁଛି, ଏଠାରେ ଦିନରେ ଦୁଇଥର ସ୍ପେସାଲିଷ୍ଟ ଡାକ୍ତରମାନେ ଆସି ଚିକିତ୍ସା କରିଥାନ୍ତି ।

Leave a Reply

Your email address will not be published. Required fields are marked *