April 16, 2024

Odia Express

News For Public

ଏହି ଗଛର ଫଳ ନୁହେଁ ବରଂ ଏହାର ପତ୍ରଗୁଡିକ ବି ଶରୀର ପାଇଁ ଅମୃତ ସମାନ ହେଇଥାଏ – ଜାଣିରଖନ୍ତୁ ଏବେ..

ପିଜୁଳି ସମସ୍ତଙ୍କ ପସନ୍ଦର ଫଳ ଅଟେ , ଅଧିକାଂଶ ଲୋକେ କଞ୍ଚା ପିଜୁଳି ଖାଇବାକୁ ଅଧିକା ପସନ୍ଦ କରନ୍ତି । ଥଣ୍ତା ଦିନରେ ଫଳ ପୁରା ମୌସୁମରେ ଲୋକଙ୍କ ମନକୁ ପସନ୍ଦ ଆସିଥାଏ , କିନ୍ତୁ ବୋଧେ ଆପଣ ଜାଣିନଥିବେ କି ପିଜୁଳି ଯେତେକି ହିତକାରୀ ତା ସହ ତାହାର ପତ୍ରଗୁଡିକ ବି ସେତିକି ଲାଭକାରୀ ହୋଇଥାଏ । ଏହାର କିଛି ଏପରି ଗୁଣ ହୋଇଥାଏ ଯାହା ଆମ ଶରୀର ପାଈଁ ଫାଇଦା ଦେଇଥାଏ , ଆପଣଙ୍କୁ କହିଦେବୁ କି ପିଜୁଳିର ପତ୍ରରେ ଆଣ୍ଟିଏକ୍ସିଡେଣ୍ତ ଟେନିନ୍ ୟୁଜିନଲ୍ ନାମକ ଗୁଣ ଥାଏ ,ଯାହା ଶରୀର ପାଈଁ ଫାଇଦା ଯୋଗାଈଥାଏ ।

 

ତ୍ୱଚାରେ ଦାଗ ହଟାଇବାପାଇଁ ଏହା ବହୁତ ଲାଭକାରୀ ହୋଇଥାଏ , ମାମୁଲି ଦେଖାଯାଉଥିବା ଏହାର ପତ୍ରରେ ଆଣ୍ଟିସେପ୍ଟିକ୍ ନାମକ ଗୁଣ ମିଳିଥାଏ , ଯାହା ମୁହଁରୁ କଳା ଦାଗ ଦୂର କରିଥାଏ , ସବୁଦିନ ପିଜୁଳିର ପତ୍ରକୁ ପେଷିକରି ମହୁ ମିଶାଈ ଲଗାଇଲେ ତ୍ୱଚା ସଂବନ୍ଧୀ ରୋଗ ଦୂର ହୋଈଯାଏ ।

ଅଧିକାଂଶ ଲୋକଙ୍କ ଦୃଷ୍ଟି ଶକ୍ତି ସକାଶେ ବହୁତ ଚିନ୍ତିତ ରୁହନ୍ତି , ଛୋଟ ଛୋଟ ଛୁଆ ବହୁତ କମ୍ ବୟସରେ ଚଷମା ବ୍ୟବହାର କରିବସନ୍ତି , ଆଖିର ଦୃଷ୍ଟି ଶକ୍ତି ବଢାଇବାକୁ ହେଲେ ସବୁଦିନ ପିଜୁଳିର ପତ୍ରକୁ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ , ପିଜୁଳିର ପତ୍ରର ମଧ୍ୟରେ ଭିଟାମିନ୍ ଏ ମିଳିଥାଏ । ଯାହା ଆଖିର ରଶ୍ନୀକୁ ବଢାଇଥାଏ ।

ବହୁତ ଲୋକଙ୍କର ବାଳ ଝଡିବାର ସମସ୍ୟା ଦେଖାଯାଏ , ଏମିତି ଲୋକ ପିଜୁଳିର ପତ୍ରକୁ ଘୋଳ କରି ସପ୍ତାହରେ ଦୁଇଥର ବାଳରେ ଲଗାଇଲେ ଏହା ବାଳ ଝଡିବାରେ ରୋକିଥାଏ , ଏଥିରେ ଆଣ୍ଟିଅକ୍ସିଡେଣ୍ତ ଆଣ୍ଟି ମାଇକ୍ରୋବିୟଲ୍ ଗୁଣ ମିଳିଥାଏ ।

Leave a Reply

Your email address will not be published. Required fields are marked *