April 20, 2024

Odia Express

News For Public

ଅଚାନକ ଶିବଲିଙ୍ଗରେ ସାପ ଆସି ଗୁଡେଇ ହୋଇଗଲା… ଲୋକମାନେ ଦେଖି ହାତ ଯୋଡିଲେ – କିନ୍ତୁ ତାପରେ ଯାହା ହେଲା..

ଏହି ଦୁନିଆରେ ସତସତିକା ଆଶ୍ଚର୍ଯ୍ୟ ଘଟଣାର ଅଭାବ ନାହିଁ। ବହୁତ ସମୟରେ ଆମର ଭୟ ଆଶ୍ଚର୍ଯ୍ୟ ଘଟଣାରେ ଶେଷ ହୋଇଥାଏ । ଏହିଭଳି ଏକ ଘଟଣା ସେତେବେଳେ ଘଟିଲା ଯେବେ ଏକ ସାପ ଆସି ଶିବଲିଙ୍ଗରେ ଫଣା ଉଠାଇ ବସିପଡିଲା । ଏହି ଦୃଶ୍ୟ ଯେତିକି ଭୀତିପୂର୍ଣ୍ଣ ଥିଲା , ସେତିକି ଆଶ୍ଚର୍ଯ୍ୟରେ ପୂର୍ଣ୍ଣ ଥିଲା । ଲୋକ ଶ୍ରଦ୍ଧାଭାବରେ ସ୍ଵୟଂ ଶିବଲିଙ୍ଗ ଉପରେ ବସିଥିବ ସର୍ପ ଦେବତାଙ୍କୁ ହାତ ଯୋଡି ଠିଆ ହୋଇଗଲେ ।ଏହି ଘଟଣା ସେହି ସମୟର ଅଟେ ଯେବେ ଏହି ଦୀପ ଶ୍ରୀବାସ୍ତବ ବା ସ୍ନେକମ୍ୟାନ ସାପକୁ କଲ୍ୟାଣପୁର ଗ୍ରାମ ନିକଟରୁ ଧରି ଆଣିଥିଲେ ।

କିନ୍ତୁ ଯେମିତି ସେ ତାକୁ ଛାଡି ଦେଇଛନ୍ତି ସେ ସରସର ହୋଇ ଘରେ ଥିବା ଶିବଲିଙ୍ଗ ଉପରେ ଯାଇ ବସିଗଲା । ଏହି ଦୃଶ୍ୟ ଚମକେଇଲା ଭଳି ଥିଲା ଯେଉଁଥିପାଇଁ କିଛି ସମୟ ନିମନ୍ତେ ରୋମ ଟାଙ୍କୁରି ଉଠିଲା । ଫଣା ଟେକି ଫଁଫଁ ଶବ୍ଦ କରି ଶିବଲିଙ୍ଗ ଉପରେ ବସିଥିବ ସାପ ସମସ୍ତଙ୍କୁ ଡରେଇ ଦେଇଥିଲା କିନ୍ତୁ କିଛି ସମୟପରେ ସେ ଶାନ୍ତ ହୋଇଗଲା । ଉପସ୍ଥିତ ଲୋକମାନେ ତାକୁ ପ୍ରଣାମ କଲେ ଓ ଭୋଳାନାଥଙ୍କ ମହିମା ପୁଣି ସ୍ଵୀକାର କଲେ । ଏହି ସମୟରେ ସର୍ପର ଗତିବିଦ୍ଧି ଆକର୍ଷିତ କରିଲା ଭଳି ଥିଲା

ବିଶେଷଜ୍ଞ ମାନଙ୍କ ଅନୁଯାୟୀ ସାପ ନିଜକୁ ସୁରକ୍ଷିତ କରିବା ନିମନ୍ତେ ଏପରି କରିଥାଇପାରେ । କୁନତୁ ସାଧାରଣ ଭାବରେ ଏଭଳି ଦୃଶ୍ୟ କମ ଦେଖିବାକୁ ମିଳିଥାଏ । ପରେ ସାପଟିକୁ ଜଙ୍ଗଲରେ ଛାଡିଦିଆଗଲା । ଗ୍ରାମୀଣ କ୍ଷେତ୍ରରେ ସାପ ବାହାରିବା ଏକ ସାଧାରଣ କଥା । ଜଙ୍ଗଲି କ୍ଷେତ୍ର ହୋଇଥିବାରୁ ଅନେକ ସମୟରେ ଏମାନେ ଶିବମନ୍ଦିର ଆଖପାଖରେ ଦେଖାଯାଇଥାନ୍ତି । ମଣ୍ଡଳା ଜିଲ୍ଲାରେ ଗୋଟିଏ ଶିବ ମନ୍ଦିରରେ ନାଗନାଗୁଣୀ ଯୋଡି ଏକ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ।

Leave a Reply

Your email address will not be published. Required fields are marked *