April 10, 2024

Odia Express

News For Public

୧୬ ଜୁଲାଇ ୨୦୧୯ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିର ଦିନ ଏହି ୫ଟି ରାଶି ପାଇଁ ଖୁବ ଖୁସି ଦେବ

1 min read

ମେଷ – ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ ।  ଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚ଼ାଲିବ । ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ସ୍ନେହୀଜନଙ୍କର ପ୍ରତିଷ୍ଠାରେ ହାନି ହେବ,ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ – ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଏହି ଅବସରର ପୁରା ଲାଭ ଉଠାନ୍ତୁ । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ । ଆଜି ସ୍ଵାସ୍ଥ୍ୟ ନରମ ରହିପାରେ। ବୈଚାରିକ ମତଭେଦ କାରଣରୁ ମାନସିକ ଚିନ୍ତା ରହିବ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପେ ଅନୁକୂଳତା ଅନୁଭବ କରିବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ।

ମିଥୁନି – ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରନ୍ତି। ପାରିବାରିକ କଳହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାମଣାରୁ ବଞ୍ଚନ୍ତୁ। ଯୋଗରେ ମନରେ ଉତ୍ପନ୍ନ ନକାରାତ୍ମକ ବିଚାର ଦୂର ହୋଇଯିବ | ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କର୍କଟ – ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ଆଜି ଧାର୍ମିକ ଯାତ୍ରା ହୋଇପାରେ। ଆପଣ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରି ପାରିବେ। ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଏହାଦ୍ୱାରା ଫୁର୍ତ୍ତି ଏବଂ ପ୍ରସନ୍ନତା ରହିବ। ପରିବାରରେ ମାଙ୍ଗଳିକ ପ୍ରସଙ୍ଗ ବନିବ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ – ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।  ବୋଧହୁଏ ସେମାନେ ଆପଣଙ୍କ ଘରେ ରହିପାରନ୍ତି । ତଥାପି ଆପଣଙ୍କ ଦିନଚ଼ର୍ଯ୍ୟାରେ ପରିବର୍ତ୍ତନ ହେବ । ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ | ବ୍ୟବସାୟ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭ ଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତାର କାରଣରୁ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ଉତ୍ଥାନର ମଧ୍ୟ ଯୋଗ ଅଛି।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କନ୍ୟା – ଆଜି ଆପଣଙ୍କର ଘର ଉପରେ ଖୁସି ବିଛାଇ ହୋଇଥିବ । ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ । ଏହି ଅବସରର ଲାଭ ଉଠାଇବା ସହିତ ଆପଣ ସେହି ଲୋକଙ୍କ ସହିତ ମିସିପାରିବେ ଯାହାକୁ ଆପଣ ଅଧିକ ସମୟ ଧରି ମିସି ନଥିବେ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି। ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପେୟରେ ଉଚିତ ଅନୁଚିତର ବିବେକ ରଖିବେ। ଆଜି କାର୍ଯ୍ୟଭାର ଅଧିକ ରହିବ। ସେଥିପାଇଁ ସୁସ୍ଥତା ରହିବ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା – ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ । ଏବେ ଖୁସିର ସମୟ ଆସିଗଲାଣି । ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୁର୍ତ୍ତିର ଆଜି ଅଭାବ ହୋଇପାରେ ଏବଂ ମାନସିକ ରୂପରେ ମଧ୍ୟ ଚିନ୍ତା ରହିପାରେ। ପତ୍ନୀଙ୍କ ସହିତ କଲହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ,ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ।

ବିଛା – ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ|  ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ଆଜିର ଦିନ ଲାଭଦାୟୀ ଅଟେ। ଭାଗ୍ୟ ବହୁତ ସାଥୀ ଦେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜି ଲାଭଦାୟୀ ଦିନ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବାରୁ ମନରେ ଆନନ୍ଦ ରହିବ। ତାଙ୍କ ସହିତ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ନୂଆ କାର୍ଯ୍ୟର ଶୁଭାରମ୍ଭ ଆପଣଙ୍କ ପାଇଁ ଲାଭଦାୟୀ ରହିବ,ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ – ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ । ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି । ଆଜି ସୃଜନାତ୍ମକତା ଏବଂ କଳା ସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକ ପାଇଁ ଦିନ ଶ୍ରେଷ୍ଠ ଅଟେ। ବିଦ୍ୟାର୍ଥୀ ଅଭ୍ୟାସରେ ନିଜର ଭଲ ପ୍ରଦର୍ଶନ କରି ପାରିବେ। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ ହେବ,ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ମକର- ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ ।ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।  ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ । ଆଜିର ଦିନ ଆନନ୍ଦରେ ବିତିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ। ସ୍ଵଜନମାନଙ୍କ ସହିତ ଆଜି ଭେଟ ହେବ। ମାନସିକ ରୂପରେ ପ୍ରସନ୍ନତା ବନି ରହିବ। ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ। ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କୁମ୍ଭ – ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।  କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି । ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ | କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସ୍ଵସ୍ଥତା କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିପାରନ୍ତି। ଅତ୍ୟଧିକ କାମର ବୋଝରେ ଆଳସ୍ୟ ଏବଂ ମାନସିକ ଅଣନିଶ୍ୱାସୀ ଲାଗିପାରେ।ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ।

ମୀନ – ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ ।  ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ବ୍ୟବସାୟରେ ଆଜିର ଦିନ ଲାଭ ହେବ। କାର୍ଯ୍ୟାଳୟ ସହିତ କାମ କରୁଥିବା ଲୋକଙ୍କର ସହଯୋଗ ମିଳିବ। ପରିଜନମାନେ ଆପଣଙ୍କ ସହିତ ଆଜି ଆନନ୍ଦ ପୂର୍ବକ ସମୟ ବିତାଇବେ। ମାନସିକ ରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ। ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।<

Leave a Reply

Your email address will not be published. Required fields are marked *