March 28, 2024

Odia Express

News For Public

ବିଶ୍ୱକପ ପରେ ପରେ ଧୋନିଙ୍କ ବିସ୍ପୋରକ ବୟାନ – କହିଲେ ‘ମୁଁ ସନ୍ନ୍ୟାସ ନେଉନାହିଁ କିନ୍ତୁ କିଛି ଲୋକ ଚାହୁଁଛନ୍ତି ଆଜି ନେଇଯାଏ ସେଥିପାଇଁ ମୁଁ ଆଜି..

ମହେନ୍ଦ୍ର ସିଂହ ଧୋନୀ। ଏହି ନାମ ସହ ଅନେକ ଉତ୍କଣ୍ଠା ଯୋଡିହୋଇ ରହିଛି । ଏହା କେବଳ ଏକ ନାମ ନୁହେଁ କୋଟିକୋଟି ଲୋକଙ୍କର ହୃଦୟର ସ୍ପନ୍ଦନ ଅଟେ । ଚଳିତ ସମୟରେ ଧୋନୀ ବିଶ୍ଵକପ ୨୦୧୯ରେ ଭାରତୀୟ ଦଳ ସହ ଅଛନ୍ତି । ଧୋନୀ ଓ ଅଧିନାଯକ ବିରାଟ କୋହଲୀ ଙ୍କ ନେତୃତ୍ଵରେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଛି । ଆଜି ମାନେ ୧୦ଜୁଲାଇରେ ଭାରତର ନିଉଜିଲାଣ୍ଡ ସହ ସେମିଫାଇନାଲ ମ୍ୟାଚର ବାକିଥିବା ଖେଳ ହେବ । ଯଦି ଭାରତୀୟ ଦଳ ଆଜିର ମ୍ୟାଚ ଜିତିଯାଏ ତେବେ 14ଜୁଲାଇରେ ଫାଇନାଲ ମ୍ୟାଚ ଖେଳିବ । ଏହି ସମୟରେ କିଛି ଏପରି ଖବର ଆସୁଛି ଯେ ଧୋନୀ ବିଶ୍ଵକପ ଶେଷ ହେବା ପରେ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି । ଏହି ଖବର ଶୁଣି ଧୋନୀଙ୍କ ପ୍ରଶଂସକ ମାନଙ୍କ ମନରେ ନିରାଶା ଥିଲା । ସବୁଆଡେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳୁଥିଲା ।

 

ସନ୍ନ୍ୟାସ ନେବାର ଏହି ଖବର ମଧ୍ୟରେ ଧୋନୀ ନିଜର ମୁହଁ ଖୋଲିଛନ୍ତି । ଯେବେ ଏବିପି ନ୍ୟୁଜର ସଂବାଦଦାତା ଧୋନୀଙ୍କ ମୁହଁରୁ ସନ୍ନ୍ୟାସ ନେବା ବିଷୟ ଜାଣିବାକୁ ଚାହିଁଲେ ସେତେବେଳେ ଧୋନୀ କହିଲେ “ ମୁଁ ଜାଣିନି ମୁଁ କେବେ ସନ୍ନ୍ୟାସ ନେବି, କିନ୍ତୁ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଚାହାନ୍ତି ମୁଁ ଆଜି ମ୍ୟାଚ ପୂର୍ବରୁ ସନ୍ନ୍ୟାସ ନେଇଯାଏ” ।

 

ଜେଇଦେଉଛୁ ଯେ ଧୋନୀ ଏଠାରେ ସେମିଫାଇନାଲ ମ୍ୟାଚ କଥା କହୁଥିଲେ । ତାଙ୍କୁ ଏହି ପ୍ରଶ୍ନ ମ୍ୟାଚର ଏକଦିନ ପୂର୍ବରୁ ପଚରାଯାଇଥିଲା । ଉଲ୍ଲେଖାଯୋଗ୍ୟ କଥା ଏହି ଯେ ଏଠାରେ ଧୋନୀ ଯେଉଁ ‘କିଛି ଲୋକ’ ମାନଙ୍କ କଥା କହିଥିଲେ ସେମାନେ କିଏ? ଏ ବିଷୟରେ ଧୋନୀ ସ୍ପଷ୍ଟ ରୂପେ କିଛି କହିନାହାନ୍ତି । କିନ୍ତୁ ସଂବାଦଦାତା ଏ କଥା ସ୍ପଷ୍ଟ କରିଥିଲେ ଯେ ଧୋନୀଙ୍କ ସଂକେତ ଦଳ କିମ୍ବା ପରିଚାଳନା ସହ ସମ୍ପୃକ୍ତ କାହା ଆଡକୁ ନଥିଲା । ଦଳର ଅଧିନାଯକ ବିରାଟ କୋହଲୀ ତ ଧୋନୀଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ସେ ଧୋନୀଙ୍କ ସହ ଲଗାତର ଖେଳିବାକୁ ଓ ଶିଖିବାକୁ ଇଚ୍ଛୁକ ।

 

କିଛି ଲୋକ ମାନନ୍ତି ଯେ ଧୋନୀଙ୍କ ଅବସରର ଗୁଜବ ତାଙ୍କର ବିଶ୍ଵକପ ରେ ଖରାପ ପ୍ରଦର୍ଶନ କୁ ନେଇ ଉଠିଛି । କିନ୍ତୁ ସର୍ବମୋଟ ଦେଖିବାକୁ ଗଲେ ଧୋନୀଙ୍କ ପ୍ରଦର୍ଶନ ଏତେ ଖରାପ ମଧ୍ୟ ନୁହେଁ । ବ୍ୟାଟିଂ କରିବା ଛଡା ସେ ଦଳରେ ଆହୁରି ଅନେକ ମହତ୍ବପୂର୍ଣ୍ଣ ଭୂମିକା ତୁଲୋଉଛନ୍ତି । ଏଥି ମଧ୍ୟରେ ସମ୍ମୁଖ ଦଳକୁ ପରାସ୍ତ କରିବାର ଯୋଜନା ଓ ପଡିଆରେ ଉଇକେଟ କିପିଙ୍ଗ ମଧ୍ୟ ସାମିଲ ।

 

ଅନେକ ଗଣମାଧ୍ୟମ ସଂସ୍ଥା ଓ ପିଟିଆଇ ଖବର ମାଧ୍ୟମରେ ସେମାନେ ଏହି ସଂକେତ ଦେଉଥିଲେ ଯେ ଧୋନୀ ବିଶ୍ଵକପ ଚାଲୁଥିବା ସମୟରେ ସନ୍ନ୍ୟାସ ନେଇପାରନ୍ତି । ତାଙ୍କର ଏହା କହିବା ଥିଲା ଯେ ଯଦି ଭାରତ ଫାଇନାଲ ରେ ପହଞ୍ଚିଯାଏ ଓ ଜିତିଯାଏ ତେବେ ଏହା ଧୋନୀଙ୍କ ପାଇଁ ସନ୍ନ୍ୟାସ ନେବାର ଉପଯୁକ୍ତ ସମୟ ରହିବ । କିନ୍ତୁ ଧୋନୀ ଏହି ସବୁ ଗୁଜବ ଓ ବିରୋଧୀଙ୍କ ମୁହଁ ଚୁପ କରିଦେଇଛନ୍ତି ଓ ସ୍ପଷ୍ଟ କରିଛନ୍ତି ଯେ ସେ ନିକଟରେ ସନ୍ନ୍ୟାସ ନେବାର ମନସ୍ଥ କରିନାହାନ୍ତି ।

ଏହି ଖବର ପରେ ଧୋନୀଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ଆମେ ମଧ୍ୟ ଏହା ଚାହୁଁ ଯେ ଧୋନୀ ଆଉ କିଛି ବର୍ଷ ପଡିଆରେ ଉପସ୍ଥିତ ରୁହନ୍ତୁ । ତାଙ୍କ ଯୋଗୁ ଅନ୍ୟ ଖେଳାଳି ମାନଙ୍କୁ ବହୁତ କିଛି ଶିଖିବାକୁ ମିଳୁଛି । ଜଣେଇଦେଉଛୁ ଯେ ୭ଜୁଲାଇରେ ଧୋନୀଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଆଇସିସି ଏକ ଭିଡିଓ ଜାରି କରି ତାଙ୍କୁ ‘ଭାରତୀୟ କ୍ରିକେଟର ଚେହେରା ବଦଳେଇ ଦେଇଥିବା ନାମ’ କହି ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *