March 25, 2024

Odia Express

News For Public

୧୭ ଜୁଲାଇ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ଶନିଦେବ ୧ ମାସ ଯାଏ ଏହି ୫ଟି ରାଶି ଉପରେ ଶୁଭ ଦୃଷ୍ଟି ଦେବେ

1 min read

ମେଷ – ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି ।  ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ ।ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ରହିବାକୁ ହେବ। ପରିଜନମାନଙ୍କ ସହିତ ବିନା କାରଣରେ ଚିନ୍ତା ବଢ଼ିପାରେ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ,ପ୍ରତିକାର:- କଳା ପିମ୍ପୁଡ଼ି ଓ ଜନ୍ଦା ଗାତ ପାଖରେ ଗୁଡ଼ ରଖନ୍ତୁ।

ବୃଷ – ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି । ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।ଆଜି ଆକସ୍ମିକ ଖର୍ଚ୍ଚ ହେବାର ଆଶଂକା ଅଛି। ଭବିଷ୍ୟତର ଯୋଜନାକୁ ନେଇକରି ମନ କିଛି ଚିନ୍ତା ରହିପାରେ, କିନ୍ତୁ ମଧ୍ୟାହ୍ନ ପରେ ଘରେ ସୁଖ-ଶାନ୍ତିର ବାତାବରଣ ବନିବ,ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

ମିଥୁନି – ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ ।ଆଜି ଆପଣଙ୍କ ଦିନ ଲାଭକାରୀ ହେବ। ବ୍ୟବସାୟରେ ଲାଭ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳ ହେବେ। ଯଶ-କୀର୍ତ୍ତି ପ୍ରାପ୍ତ ହେବ। ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧି ହେବ,ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ – ଆଜି ଆପଣ ସବୁ ଚ଼ିନ୍ତା ପରିତ୍ୟାଗ କରି କିଛି ସମୟ ପରିବାର ଲୋକଙ୍କ ସହିତ କଟାଇବାକୁ ଚ଼ାହିଁବେ ।ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ଅଟେ ।ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ।  ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।ଣୟ-ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ।ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ସିଂହ – ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ। ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ। ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

କନ୍ୟା – ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ । ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ। ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ। ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ। ଆକସ୍ମିକ ଖର୍ଚ୍ଚ ମାମଲାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ଅସୁସ୍ଥତା କାରଣରୁ ମିତ୍ରମାନଙ୍କ ସାଥିରେ ଉଗ୍ର ଚର୍ଚ୍ଚା କିମ୍ବା ଝଗଡ଼ା ନ ହେଉ, ଏହାର ମଧ୍ୟ ଧ୍ୟାନ ରଖିବେ,ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ ।

ତୁଳା – ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ । ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ । ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ ।ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆପଣଙ୍କ ବୈଚାରିକ ସମୃଦ୍ଧି ଅନ୍ୟ ଲୋମାନଙ୍କୁ ପ୍ରଭାବିତ କରିପାରିବ। ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟୀ ହେବ,ପ୍ରତିକାର:- କଳା ପିମ୍ପୁଡ଼ି ଗାତ ପାଖରେ ଗୁଡ଼ ରଖନ୍ତୁ।

ବିଛା – ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ । ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଭ୍ରମଣ ପାଇଁ ଆଜି ଦିନଟି ଶୁଭ ।ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ ।ଘରର ବାତାବରଣ ଆନନ୍ଦଦାୟୀ ରହିବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଅନୁଭବ କରିବେ। ସାମାଜିକ ଦୃଷ୍ଟିରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ନୂତନ ବସ୍ତ୍ରାଭୂଷଣ ପ୍ରାପ୍ତ ହେବ,ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ଧନୁ – ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ଆଜି ଆପଣଙ୍କୁ ଏଇଟା ଶିଖିବା ଆବଶ୍ୟକ ଅଟେ କି ଆପଣ ଅନ୍ୟମାନଙ୍କ ସାମନାରେ ନିଜକୁ କିପରି ଭଲ ଭାବରେ ଅଭିବ୍ୟକ୍ତ କରିବାକୁ ପଡ଼ିବ କାରଣ ଅନ୍ୟ ଲୋକ ସେଇଟା ବୁଝିବେ ଯେଉଁଟାକି ଆପଣ ତାଙ୍କୁ ବୁଝାଇବା କୁ ଚ଼ାହୁଁଛନ୍ତି । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ ।ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଆପଣଙ୍କୁ କ୍ଷତି ହୋଇପାରେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ। ଖର୍ଚ୍ଚ ଅଧିକ ହୋଇପାରେ। ବ୍ୟବସାୟୀ ବ୍ୟକ୍ତିମାନଙ୍କ ସହିତ ଉଗ୍ର ବିବାଦ ହେବାର ଆଶଂକା ଅଛି, କିନ୍ତୁ ଆପଣ ଏହାକୁ ଟାଳିବାକୁ ଚେଷ୍ଟା କରିବେ,ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

ମକର – ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ଉଚ୍ଚ ଅଧିକାରୀ ଆପଣଙ୍କ ରାସ୍ତାରେ କଣ୍ଟା ବିଛାଇ ପାରନ୍ତି । କିନ୍ତୁ ଆପଣ ନିଜର ରାସ୍ତାରେ ଦୃଢ଼ ରୁହନ୍ତୁ ଏବଂ ଆଗକୁ ବଢ଼ିଚ଼ାଲନ୍ତୁ । ଏହି ସମୟଟି ଖୁବଶୀଘ୍ର ବିତିଯିବ ଏବଂ ଆପଣ ଠିକ୍ ସମୟରେ ନିଜର କାର୍ଯ୍ୟ ଗୁଡ଼ିକୁ ପୂରା କରିପାରିବେ । ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ ।ଆଜି ଆପଣଙ୍କ ପାଖରେ ଘର ଏବଂ କାର୍ଯ୍ୟସ୍ଥଳରେ ଉତ୍ତମ ବାତାବରଣ ରହିବାରୁ ଅଧିକ ପ୍ରସନ୍ନତା ମିଳିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି,ପ୍ରତିକାର:-ଭିକାରିଙ୍କୁ ଅନ୍ନଦାନ କରନ୍ତୁ।

କୁମ୍ଭ –  ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି । ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।ମିତ୍ରମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପରିଜନମାନଙ୍କ ସହିତ ମତଭେଦ ହେବାରେ ମନରେ ଅସୁବିଧା ହୋଇପାରେ,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

ମୀନ – ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଦିନ ଶୁଭ ଅଟେ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହେବ। ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦପ୍ରାପ୍ତି ହେବ। ପର୍ଯ୍ୟଟନ ପାଇଁ ମିତ୍ର ତଥା ପରିଜନମାନଙ୍କ ସହିତ ଯୋଜନା ବନି ପାରିବ। ମନରେ ପ୍ରସନ୍ନତା ରହିବ,ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

Leave a Reply

Your email address will not be published. Required fields are marked *