March 26, 2024

Odia Express

News For Public

ସଚିନ ବାଛିଲେ ବିଶ୍ଵକପ ୨୦୧୯ର ନିଜର ଡ୍ରିମ ଟିମ , ଧୋନୀଙ୍କୁ କଲେ ବାହାର – ଏହି ଖେଳାଳି ହେଲେ ସାମିଲ..

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ମହାନ କ୍ରିକେଟର ସଚିନ ତେନ୍ଦୁଲକର ବିଶ୍ଵକପ ୨୦୧୯ର ନିଜର ଡ୍ରିମ ଟିମ ପ୍ରସ୍ତୁତ କରିଛନ୍ତି । ସେ ୱିକେଟକିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଜ ଦଳରୁ ବାହାର କରିଦେଇଛନ୍ତି ଯିଏ ଇଂଲଣ୍ଡ ଆଣ୍ଡ ୱେଲ୍ସରେ ହୋଇଥିବା ଆଇସିସି ବିଶ୍ଵକପ ରେ ମନ୍ଥର ବ୍ୟାଟିଂ କାରଣରୁ ଆଲୋଚନାର ବିଷୟ ହେଲେ । ସଚିନ ନିଜର ପ୍ଲେଇଙ୍ଗ ଇଲେଭେନରେ ୫ଭାରତୀୟ ଖେଳାଳିଙ୍କୁ ରଖିଛନ୍ତି । ସଚିନ ରବୀନ୍ଦ୍ର ଜଡେଜାଙ୍କ ପ୍ରଦର୍ଶନ ଦେଖି ଖୁସି ହୋଇଛନ୍ତି । ଏଥିପାଇଁ ନିର୍ବାଚିତ ହେଲେ ଜଡେଜା

 

ସଚିନ ଜଡେଜାଙ୍କୁ ବାଛିବା ଉପରେ କହିଲେ ଯେ ସେମିଫାଇନାଲରେ ରବୀନ୍ଦ୍ର ଜଡେଜାଙ୍କ ୭୭ରନ ର ଉନ୍ନତ ବ୍ୟାଟିଂ ମୋତେ ବହୁତ ପ୍ରଭାବିତ କରିଛି । ସଚିନ କହିଲେ ଯେ ରବୀନ୍ଦ୍ର ଜଡେଜାଙ୍କ ଲେଫ୍ଟ ଆର୍ମ ସ୍ପିନ ବୋଲିଂ ମଧ୍ୟ ବହୁତ ଭଲ ଓ ସେ ମୋର ଦଳରେ ସାମିଲ ଅନ୍ୟ ବାମହାତି ସ୍ପିନର ଶକିବ ଅଲ ହସନଙ୍କ ସହ ଉତ୍ତମ ଯୋଡି ହେବେ । ଜଣେଇଦେଉଛୁ ଯେ ଶକିବ ଏକମାତ୍ର ବାଂଲାଦେଶୀ ଖେଳାଳି ଯାହାଙ୍କୁ ସଚିନ ନିଜର ଦଳରେ ରଖିଛନ୍ତି ।

 

ଏହାଙ୍କୁ କରିଛନ୍ତି ଅଧିନାୟକ – ସେ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ନୁହେଁ ତା ବଦଳରେ ୱିଲିୟମସନଙ୍କୁ ଦେଇଛନ୍ତି, ଯିଏକି ନ୍ୟୁଜିଲାଣ୍ଡ ଦଳକୁ ଏହି ବିଶ୍ଵକପର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚେଇଛନ୍ତି । ଓପନିଂ ନିମନ୍ତେ ସେ ରୋହିତ ଶର୍ମା ଓ ଇଂଲଣ୍ଡର ଜନି ବେୟାରଷ୍ଟୋଙ୍କୁ ଦେଇଛନ୍ତି । ତୃତୀୟ ସ୍ଥାନରେ ୱିଲିଅମସନ ଓ ଚତୁର୍ଥ ନମ୍ବର ରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଖେଳିବେ । ଏହା ବ୍ୟତୀତ ସଚିନ ନିଜର ଦଳରେ ଚାରିଜଣ ପ୍ରସିଦ୍ଧ ଅଲରାଉଣ୍ଡରଙ୍କୁ ସ୍ଥାନ ଦେଇଛନ୍ତି ।

 

ଛଅ ନମ୍ବରରେ ଖେଳିବେ ଷ୍ଟୋକସ – ତାଙ୍କର ଦଳରେ ପାଞ୍ଚ ନମ୍ବରରେ ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ ସାମିଲ ଅଛନ୍ତି ଯିଏ ଏହି ବିଶ୍ବକପରେ ୬୦୬ରନ କରିବା ସହ ୧୧ୱିକେଟ ମଧ୍ୟ ନେଇଛନ୍ତି । ଛଅ ନମ୍ବର ସ୍ଥାନରେ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସ , ସାତ ନମ୍ବରରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଆଠ ନମ୍ବରରେ ରବୀନ୍ଦ୍ର ଜଡେଜା ଙ୍କୁ ସ୍ଥାନ ଦେଇଛନ୍ତି । ନଅ ନମ୍ବରରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ୧୦ନମ୍ବର ରେ ଯୋଫ୍ରା ଆର୍ଚର ଓ ୧୧ରେ ଭାରତର ଜସପ୍ରିତ ବୁମରାଙ୍କୁ ରଖିଛନ୍ତି ।

Leave a Reply

Your email address will not be published. Required fields are marked *