March 28, 2024

Odia Express

News For Public

୨୦ ଜୁଲାଇ ୨୦୧୯ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ଏହି ୨ଟି ରାଶିର କୁବେର ଖଜାନା ଖୋଲିବେ ମା ଲକ୍ଷ୍ମୀ

1 min read

ମେଷ – ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।  ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି। ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ। ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆବଶ୍ୟକ ନିର୍ଣ୍ଣୟ ନେବା ଆଜି ଉଚିତ ନୁହେଁ,ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ

ବୃଷ – ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।  ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।ଆଜିର ଦିନ ଆପଣ ସାବଧାନ ଏବଂ ସତର୍କତାରେ କଟାଇବାକୁ ଚେଷ୍ଟା କରନ୍ତୁ। ବାଣୀ ବା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ଏବଂ କୌଣସି ଭାବରେ ବିବାଦରୁ ଦୂରରେ ରୁହନ୍ତୁ। ମାତାଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି। ନକାରାତ୍ମକତା ନିଜର ମନରେ ଯେପରି ଚାପ ନ ପକାଇବ ସେଥିପାଇଁ ଚେଷ୍ଟା କରିବେ,ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ।

ମିଥୁନି – ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି ।  ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ। ପରିବାର ସୁଖ-ଶାନ୍ତିର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ

କର୍କଟ – ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ । ଏହି ଉପହାର ପାଇଁ ଆପଣ ବନ୍ଧୁଙ୍କୁ ଧନ୍ୟବାଦ ଦିଅନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ ।ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ। କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ। କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି। ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ | ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ। ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ।ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ – ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ ।କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ। ବ୍ୟବହାରରେ ଅଲଗାପଣ ଛାଡ଼ି ସ୍ନେହଭାବ ରଖିଲେ ପରିଣାମ ସକାରାତ୍ମକ ଆସିବ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

କନ୍ୟା – ଆଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।  ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ ।ଆଜି ସାଂସାରିକ ବିଷୟଗୁଡ଼ିକରୁ ଦୂରରେ ରହିକରି ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ। ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ପ୍ରତି ଆଜି ଆପଣଙ୍କର ଅଧିକ ଆକର୍ଷଣ ରହିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ମଧ୍ୟ ଯୋଗ ଅଛି। ତଥାପି ମଧ୍ୟ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ତେବେ ବିପତ୍ତିଗୁଡ଼ିକରୁ ଦୂରରେ ରହି ପାରିବେ।ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

ତୁଳା – ଆଜି ଆପଣଙ୍କର ନୂଆ ପରିଚୟ ଦ୍ୱାରା ନୂଆ ବନ୍ଧୁ କରିବେ ।ଭଲ ହେବ ଯଦି ଆପଣ ଏହି ଦିଗରେ ପ୍ରଥମେ ପାଦ ବଢାଇବେ ଏବଂ କଥା ଆରମ୍ଭ କରିବେ । ।ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ । ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି ।ଆଜିର ଦିନ ଲାଭଦାୟୀ ଅଟେ। ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ। ବିବାହୋତ୍ସୁକଙ୍କୁ ଉଚିତ ପାତ୍ର ମିଳିବାରରୁ ଆନନ୍ଦରେ ବୃଦ୍ଧି ହେବ। ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା – ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ। ବ୍ୟାପାରୀଗଣଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି। ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

ଧନୁ – ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ ,ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ ।ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ। ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ। ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି|ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ।

ମକର – ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ। ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ। ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି। ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ -ନିକଟ ସମ୍ପର୍କିୟ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ଏବଂ ଆପଣ ଖୁସିରେ ମଧ୍ୟ ରହିବେ । ନିଜ ସମ୍ପର୍କକୁ ଦୃଢ କରିବା ପାଇଁ ଆପଣ ବହୁତ ଚେଷ୍ଟା କରିଛନ୍ତି ଏବଂ ଏହି ଚେଷ୍ଟା ଆପଣଙ୍କର ଫଳବତି ମଧ୍ୟ ହୋଇଛି । ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ। ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ। ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି। କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ,ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମୀନ – ଆପଣଙ୍କ ନିଜ ପୁରୁଣା ବନ୍ଧୁ ଫେରି ପାରନ୍ତି କିନ୍ତୁ ସେଥିପାଇଁ ଆପଣଙ୍କୁ ପ୍ରଥମ ପାଦ ବଢାଇବାକୁ ପଡିବ । ଆପଣଙ୍କୁ ଏହି ରାଗିଥିବା ବନ୍ଧୁ ପାଖକୁ ଖବର ପଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଏବଂ ମସ୍ତିସ୍କ ଦ୍ୱାରା ସାହାଯ୍ୟ ମିଳିବ । ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି । ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ। କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ। ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ। ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ,ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *