April 14, 2024

Odia Express

News For Public

ବିବାହର ଦେଢବର୍ଷ ପରେ ଅନୁଷ୍କା ଖୋଲିଲେ ଗୁପ୍ତ ରହସ୍ୟ , କହିଲେ ‘କମ ବୟସରେ ବିବାହ କଲି, କାରଣ କୋହଲୀ….

ବଲିଉଡ଼ର ଶୀର୍ଷ ସ୍ତରୀୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍କା ଶର୍ମା ଗଣାଯାଆନ୍ତି । ସେ ବିବାହର ଦେଢବର୍ଷ ପରେ ଏକ ରହସ୍ୟ ଉନ୍ମୋଚନ କରିଛନ୍ତି , ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ହଁ ଆଜ୍ଞା , ଅନୁଷ୍କା ଶର୍ମା ୨୦୧୭ମସିହା ଡିସେମ୍ବର ମାସରେ ଭାରତୀୟ କ୍ରିକେଟ ଦଳର ଅଧିନାଯକ ବିରାଟ କୋହଲୀ ଙ୍କୁ ବିବାହ କରିଥିଲେ । ଏହାପରେ ଅନେକ ପ୍ରକାର ପ୍ରଶ୍ନ ଉଠିଲା । ଏତିକି ନୁହେଁ , ଅନୁଷ୍କା ଶର୍ମା ବିରାଟଙ୍କ ସହ ବିବାହର ନିଷ୍ପତ୍ତି ଏପରି ସମୟରେ ନେଇଥିଲେ ଯେତେବେଳେ ସେ ନିଜ କ୍ୟାରିଅରର ଶୀର୍ଷରେ ଥିଲେ । ଏହାଉପରେ ସେ ଆଜି ଏକ ବଡ ରହସ୍ୟ ଉପରୁ ପରଦା ହଟେଇଛନ୍ତି । ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ସ୍ଵତନ୍ତ୍ର ଅଛି ।

 

ବଲିଉଡ଼ର ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ନିକଟରେ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ  ନିଜର ବିବାହକୁ ନେଇ ଅନେକ ଗୁପ୍ତ କଥା କହିଲେ, ସେଥିମଧ୍ୟରୁ କମ ବୟସରେ ବିବାହ କରିବା ପ୍ରମୁଖ ଥିଲା । କଥା ଏହା ଯେ , ଜଣେ ଅଭିନେତ୍ରୀ ହିସାବରେ ଅନୁଷ୍କା ଶର୍ମା ବହୁତ କମ ବୟସରେ ବିବାହ କରିନେଇଥିଲେ । ଏହାପରେ ତାଙ୍କର ବୃତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, କିନ୍ତୁ ଏବେ ଯାଇ ସେ ଉତ୍ତର ଦେଲେ । ଜଣେଇ ଦେଉଛୁ ଯେ ଅନୁଷ୍କା ଶର୍ମା ୨୯ବର୍ଷ ବୟସରେ ବିରାଟ କୋହଲୀଙ୍କୁ ବିବାହ କରିଥିଲେ , ଏହାପରେ ଅନେକ ପ୍ରକାର ଗୁଜବ ଉଠିଥିଲା ।

 

ଅନୁଷ୍କା ଜଣେଇଲେ କମ ବୟସରେ ବିବାହ କରିବାର ରହସ୍ୟ

ସାକ୍ଷାତକାରରେ ଅନୁଷ୍କା ଶର୍ମା କହିଲେ ଯେ ଅଭିନେତ୍ରୀ ହିସାବରେ ମୁଁ ବହୁତ ଶୀଘ୍ର ବିବାହ କରିନେଲି, ଏହି କାରଣରୁ ଲୋକମାନେ କହୁଥିଲେ ଯେ ଏବେ ମୋର କ୍ୟାରିଅର ଶେଷ ହୋଇଯିବ , କିନ୍ତୁ ମୋର ମାନିବା ଏହା ଯେ ଆମ ଦର୍ଶକ ଅନେକ ପରିବର୍ତ୍ତନ ହୋଇସାରିଲେଣି , ସେମାନଙ୍କୁ କିଛି ତଫାତ ପଡେ ନାହିଁ ଆମ ବ୍ୟକ୍ତିଗତ ଜୀବନରେ କଣ ଘଟୁଛି , କାରଣ ସେମାନେ ଆପଣଙ୍କୁ କେବଳ ପରଦା ଉପରେ ଦେଖିବାକୁ ଚାହାନ୍ତି । ଅନୁଷ୍କା ଶର୍ମା କହିଲେ ଯେ କମ ବୟସରେ ବିବାହ କରିବାର ଏହା ଅର୍ଥ ନୁହେଁ ଯେ କ୍ୟାରିଅର ଶେଷ ହୋଇଯିବ , ତା ବଦଳେ ଆମେ ନିଜର ଦାୟିତ୍ଵ ଭଲଭାବେ ବୁଝିପାରୁ ।

 

ଆମ ସଂପର୍କକୁ ଏକ ନୂଆ ଉଚ୍ଚତାରେ ପହଞ୍ଚେଇବାକୁ ଚାହୁଁଥିଲି

ଅନୁଷ୍କା ଶର୍ମା କହିଲେ ମୋତେ ବିରାଟ କୋହଲୀଙ୍କସହ ପ୍ରେମ ହୋଇଯାଇଥିଲା । ଏହି କାରଣରୁ ଏହି ସଂପର୍କକୁ ଏକ ନୂତନ ସଜ୍ଞା ଦେବାକୁ ଚାହୁଁଥିଲି ଓ ତେଣୁ ବିବାହ ବନ୍ଧନରେ ବାନ୍ଧି ହୋଇଗଲି । ସେ ପୁଣି କହିଲେ ମୁଁ ବହୁତ ଭାଗ୍ୟବତୀ ଅଟେ ଯେ ମୋତେ ତାଙ୍କ ଭଳି ଜୀବନସଠି ମିଳିଲେ, ଯିଏ କି ବହୁତ ଅଧିକ ସଚ୍ଚୋଟ । ସେ ଆହୁରି ମଧ୍ୟ କହିଲେ ଯେ ତାଙ୍କ ପାଖରେ ମିଛ ବୋଲି କିଛି ନାହିଁ , କେବଳ ସତ ଅଛି , ଯେଉଁ କାରଣରୁ ନିଜ କ୍ୟାରିଅରର ଶୀର୍ଷରେ ଥାଇ ମଧ୍ୟ ମୁଁ ବିବାହ କରିଛି ଏବଂ ଆଜି ବହୁତ ଖୁସିରେ ଅଛି ।

 

ବିବାହ ପରେ କାମ କରିବାକୁ ଭୟ ନାହିଁ – ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା କହିଲେ ଯଦି ବିବାହ ପରେ ପୁରୁଷ କାମ କରିବାରେ ଜମା ଡରନ୍ତି ନାହିଁ , ତେବେ ଆମ ମହିଳା ମାନେ ମଧ୍ୟ ଡରିବା ଉଚିତ ନୁହେଁ , ଏଥିପାଇଁ ମୁଁ ନିଜର ସୁନ୍ଦର ମୂହୁର୍ତ୍ତ ସମୟରେ କ୍ୟାରିଅର ଶେଷ ହୋଇଯିବାର ଭୟ ମନରେ ରଖିନଥିଲି ଓ କୋହଲୀଙ୍କ ସହ ବିବାହ କରିଲି । ଜଣେଇଦେଉଛୁ ଯେ ଅନୁଷ୍କା ଶର୍ମା ଓ ବିରାଟ କୋହଲୀ ୧୧ଡିସେମ୍ବର ୨୦୧୭ରେ ଇଟାଲୀରେ ବିବାହ କରିଥିଲେ , ଏହାପରେ ଦୁହେଁ ଭାରତରେ ଭବ୍ୟ ବିବାହ ଭୋଜି ଦେଇଥିଲେ ।

Leave a Reply

Your email address will not be published. Required fields are marked *