April 10, 2024

Odia Express

News For Public

ବାଳ ଝଡିବାକୁ ଗୋଟେ ଥରରେ ରୋକି ଦେବ ଏହି ଘରୋଇ ଉପାୟ , ଆଜି ହିଁ ଜାଣିନିଅନ୍ତୁ ଏହାର ପ୍ରୟୋଗ ବିଧି…

1 min read

ଯଦି ଆପଣଙ୍କ ବାଳ ଅତ୍ୟାଧିକ ଝଡୁଛି ତେବେ ବଜାରରୁ କେଉଁ ମହଙ୍ଗା ପ୍ରଡକ୍ଟ କିଣିବାର ଆବଶ୍ୟକତା ନାହିଁ , ଘରେ ବସି ଏହି ଘରୋଇ ଉପଚାର କରି ନିଜ ବାଳକୁ ଆହୁରି ସୁନ୍ଦର କରିପାରିବେ , ତାହା ସହ ଘନ କେଶ କଳା ବି ହେବ ଓ ଚମକି ଉଠିବ । ମେଥୀ ପ୍ରକୃତରେ ଏକ ଅଦ୍ଭୁତ ମସଲା ଅଟେ , ଯାହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ,  ତାହା ସହ ବହୁତ ପ୍ରକାରର ମସଲାର କାମ ପାଈଁ ଏହା ବ୍ୟବହାର କରାଯାଏ , ଯେଉଁ କୌଣସି ଜିନିଷକୁ ଅଧିକା ସ୍ୱାଦିଷ୍ଟ କରିବାକୁ ହେଲେ ଏହା ବହୁତ ହିଁ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ମେଥିର ଦାନାରେ ପ୍ରୋଟିନ୍ ଭିଟାମିନ୍ ସି ଲୌହତତ୍ତ୍ୱ ପୋଟାସିୟମ୍ ଓ ନିକୋଟିନ୍ ପରି ପୋଷକ ତତ୍ତ୍ୱ ଉପସ୍ଥିତ ଥାଏ ,ଯାହା ଆମର ବାଳ ପାଈଁ ବହୁତ ଉପଯୋଗୀ ହୋଇଥାଏ,  ଆମର ବାଳରୁ ଉତ୍ପନ୍ନ ହେଉଥିବା ସମସ୍ୟାକୁ ଦୂର କରିଥାଏ, ଓ ତାହା ସହ ନୁଆ ଜୀବନ ଦେଇଥାଏ , ଯାହା ଦ୍ୱାରା ଆମ ବାଳ ଅଧିକା ଘନ ଓ ଚମକଦାର ହୋଇଥାଏ ।

 

ମେଥୀ ଦାନା ଦ୍ୱାରା ଉପଯୋଗର ବିଧି :

୧) ସର୍ବପ୍ରଥମେ ମେଥୀକୁ ୨୪ ଘଣ୍ଟା ପାଣିରେ ଭିଜାଇକରି ରଖିଦିଅନ୍ତୁ , ତାପରେ ମେଥି ପାଣିକୁ ଛାଣିକରି ଦୁହେଁଙ୍କୁ ଅଲଗା କରିଦିଅନ୍ତୁ , ଓ ଏହି ପାଣିକୁ ଉପଯୋଗ କରିବା ପାଈଁ ନିଜ ମୁଣ୍ତରେ ଲଗାନ୍ତୁ , ଭଲ ପରିଣାମ ପାଇବାପାଇଁ ପାଣିକୁ ରାତିରେ ଲଗାଇକରି ସକାଲୁ ଥଣ୍ତାପାଣିରେ ଧୋଇଦିଅନ୍ତୁ ।

୨) ମେଥି ମାସ୍କ ବନାଇବାପାଇଁ ମେଥିକୁ ପେଷିକରି ପାଉଡର୍ କରିନିଅନ୍ତୁ , ନଡିଆ ଓ କ୍ଷୀରକୁ ଭଲ ଭାବରେ ଫେଣ୍ଟି ଦୁହେଁଙ୍କୁ ମିକ୍ସ କରିଦିଅନ୍ତୁ , ଓ ଏହାକୁ ଅଧଘଣ୍ଟା ପାଈଁ ମୁଣ୍ତରେ ଲଗାଇ ଥଣ୍ତାପାଣିରେ ସ୍ୟାମ୍ପୁ କରିନିଅନ୍ତୁ ,

 

୩) ବାଳକୁ ଝଡିବାରେ ରୋକାପାଈଁ ଏହା ଆପଣ କରିପାରିବେ , ମେଥିର ଦାନାକୁ ଭଲ ଭାବରେ ପେଷି ପାଉଡର୍ କରିନିଅନ୍ତୁ , ଓ ନଡିଆତେଲ ଓ ଜୈତୁନ ତେଲରେ ମିଶାଇଦିଅନ୍ତୁ ,

ଏବେ ଏଇ ପ୍ରସ୍ତୁତ ହୋଇଥିବା ପେଷ୍ଟ ଯେଉଁ ଯେଉଁ ଜାଗା କ୍ଷତିଗ୍ରସ୍ତ ହୋଇଛି , ଅର୍ଥାତ୍ ଯେଉଁ ଜାଗାରେ ବାଳ ଝଡିବାର ସମସ୍ୟା ଅତ୍ୟାଧିକ ଅଛି , ଏହି ପେଷ୍ଟକୁ ଲଗାଈକରି ୧୦-୧୫ ମିନିଟ୍ ପାଈଁ ଛାଡିଦିଅନ୍ତୁ , ଓ ଏହାକୁ ପାଣିରେ ଧୋଇଦିଅନ୍ତୁ , ଏହାର ତୁରନ୍ତ ପ୍ରୟୋଗ କରିବାପରେ ଏହା ବହୁତ ଭଲ ତରିକାରେ କାମ କରିଥାଏ,  ଓ ଏହା ସହ ଗୋଟେ ମାସରେ ଲଗାଇଲେ ଦୁଇ ତିନି ଦିନରେ ଆପଣ ଯଦି ଟ୍ରାଇ କରିବେ , ତେବେ ବାଳ ସୁନ୍ଦର ଓ ଘନ କେଶ ହୋଇଯିବ ।

Leave a Reply

Your email address will not be published. Required fields are marked *