March 22, 2024

Odia Express

News For Public

ବଲା ତ୍କାରୀ ଅଭିଯୁକ୍ତକୁ ସାଉଦୁ ଆରବରୁ ଭାରତକୁ ନିଜେ ଧରିକି ଆଣିଲେ ମହିଳା IPS ମରୀନ, କହିଲେ ରାକ୍ଷସକୁ ଛାଡିବି ନାହିଁ ଆଉ ତାପରେ..

କିଛି ବର୍ଷ ପୂର୍ବେ ଯେଉଁ ଆଇପିଏସ ଅଫିସର ମରୀନ ଜୋସେଫଙ୍କୁ ଦେଶର ସବୁଠାରୁ ସୁନ୍ଦରୀ ପୋଲିସ ଅଫିସର  କୁହାଯାଇଥିଲା ସେ ସବୁଠାରୁ ସାହସୀ ପ୍ରମାଣିତ ହେଇସାରିଲେଣି । କଥା ଏହା ଯେ ଆଇପିଏସ ଅଫିସର ମରୀନ ଜୋସେଫଙ୍କୁ ଖବର ମିଳିଲା ଯେ ଜଣେ ନାବାଳିକା ସହ ହୋଇଥିବା ବଳତ୍କାରକୁ ପୋଲିସ ଓ ଭାରତୀୟ ଏଜେନ୍ସି ଛୋଟ କେସ ଭବିଛନ୍ତି ତେଣୁ ସେ ନିଜେ ଏହି କେସର ତଦନ୍ତ ଦାୟିତ୍ଵ ନେବାକୁ ନିଷ୍ପତ୍ତି ନେଲେ ।ଆଜି ଫଳ ଏହା ଯେ 2ବର୍ଷ ପୂର୍ବରୁ ସାଙ୍ଗର ଭାଣିଜୀ ସହ ବଳତ୍କାର କରି ଫେରାର ଥିବା ଏହି ଅଭିଯୁକ୍ତକୁ ଏହି ଆଇପିଏସ ସୌଦି ଆରବରୁ ଧରିଲେ । ଘଟଣା କେରଳର କୋଲ୍ଲମ ର ଅଟେ । ମରୀନ ଯୋଶେଫ ସେଠାକାର ପୋଲିସ କମିଶନର ଦାୟିତ୍ଵ ନେବାପରେ ସେ ନାବାଳିକା ସହ ହୋଇଥିବା ଅପରାଧ ସମ୍ବନ୍ଧୀୟ ସମସ୍ତ ଫାଇଲ ମଗେଇଲେ । ଫାଇଲ ଯାଞ୍ଚ କରିବା ସମୟରେ ତାଙ୍କୁ ଏକ ଘଟଣା ଏପରି ଦେଖାଗଲା ଯାହାର ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛି ।

 

ସେ କେସର ଯାଞ୍ଚ କରେଇଲେ ତ ଜଣାପଡିଲା ଯେ କୋଲ୍ଲମର ଏକ 13ବର୍ଷୀୟ ନାବାଳିକା ସହ 2017ରେ ସୁନୀଲ କୁମାର ଭଦ୍ରାନ ନାମରେ ଜଣେ ବ୍ୟକ୍ତି ବଳତ୍କାର କରିଛି । ଅଭିଯୁକ୍ତ ଯେଉଁ ନାବାଳିକା ସହ ବଳତ୍କାର କରିଛି ସେ ତାର ସାଙ୍ଗର ଭାଣିଜୀ ଥିଲା । ନାବାଳିକା ଏହି ଘଟଣାର ନିଜର ପରିବାରକୁ ଜଣେଇଲା ଓ ତାପରେ ପରିବାର ଲୋକମାନେ ପୋଲିସ ନିକଟରେ ଅଭିଯୋଗ ଦାୟର କଲେ । ଏ ଘଟଣା ପରେ ନାବାଳିକା ଜଣକ ଆତ୍ମହତ୍ୟା କରିଦେଇଥିଲା । ଦୁଃଖଦ କଥା ଏହା ଯେ ନାବାଳିକା ଆତ୍ମହତ୍ୟା କରିବାପରେ ପୋଲିସକୁ ଜଣେଇବା ପରେ ନାବାଳିକାର ମାମୁ ମଧ୍ୟ ଆତ୍ମହତ୍ୟା କରିଦେଲେ । ଅଭିଯୁକ୍ତକୁ ଇଣ୍ଟରପୋଲ ଦ୍ଵାରା ସମନ ହେବାପରେ ମଧ୍ୟ ଦୁଇବର୍ଷ ପର୍ଯ୍ୟନ୍ତ ତାକୁ ଦେଶକୁ ଆଣିବାକୁ ପୋଲିସ ବିଫଳ ହେଲା ।

 

ଅଭିଯୁକ୍ତକୁ ଫେରାର ହେବା ଦୁଇବର୍ଷ ହୋଇଯାଇଥିଲା , କିନ୍ତୁ ପୋଲିସ ତା ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା ଏହାର କାରଣ କୁହାଯାଉଥିଲା ଯେ ପୋଲିସ ପାଇଁ , ଭାରତୀୟ ଏଜେନ୍ସି ପାଇଁ ଏହା ଏକ ଛୋଟ କେସ ଥିଲା । ଏହି କଥାକୁ ଯେମିତି ଆଇପିଏସ ମରୀନ ଜୋସେଫଙ୍କୁ ଜଣାପଡିଲା ସେ ନିଜେ ଦାୟିତ୍ଵ ସମ୍ଭାଳିଲେ ଓ ତାପରେ ଇଣ୍ଟରପୋଲ ଆରବ, ଭାରତୀୟ ଦୂତାବାସ, ଆନ୍ତର୍ଜାତୀୟ ଅନୁସନ୍ଧାନ ସେଲ ଭଳି ଏଜେନ୍ସି ସହ ସମ୍ପର୍କ କଲେ । ଅଭିଯୁକ୍ତକୁ ଧରିବା ପାଇଁ ସେ ଦିନରାତି ଏକ କରିଦେଲେ।

ଶେଷରେ ସେ ନିଜେ ରିୟାଦ ସୌଦି ଆରବ ପହଞ୍ଚି ଅଭିଯୁକ୍ତକୁ ଧରିକି ଦମ ନେଲେ । ଏହାପରେ ସେହି ଅଭିଯୁକ୍ତକୁ ଗତ ରବିବାର ଭାରତକୁ ଆଣିଛନ୍ତି । ଆଇପିଏସ ମରୀନ ଦେଶକୁ ଜଣେଇଦେଲେ ଯେ ଜଣେ ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଛୋଟ ଅପରାଧ ନୁହେଁ ଓ ସେ କୌଣସି ଅପରାଧୀକୁ ଛାଡିବେ ନାହିଁ ।

Leave a Reply

Your email address will not be published. Required fields are marked *