April 23, 2024

Odia Express

News For Public

ପାଞ୍ଚବର୍ଷ ପୂର୍ବେ ଶେଷଥର ସାକ୍ଷାତ ହୋଇଥିଲା ସୈଫ ଓ ଅମୃତା, ସାରା କହିଲେ – ମାଆ ବିଛଣା ଠିକ କରୁଥିଲେ ଓ ସେହି ସମୟରେ ବାପା..

1 min read

ଲଗାତାର ଦୁଇଟି ହିଟ ଫିଲ୍ମ ଦେବାପରେ ସାରା ଅଲି ଖାନ ବଲିଉଡ଼ର ଆଗାମୀ ଚାଞ୍ଚଲ୍ୟକାରୀ ଅଭିନେତ୍ରୀ ବନିଯାଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ତାଙ୍କର ଫିଲ୍ମ ‘କେଦାରନାଥ’ ବକ୍ସଅଫିସରେ ସୁପରହିଟ ଘୋଷିତ ହୋଇସାରିଛି । ଏହାପରେ ୨୮ଡିସେମ୍ବର ଦିନ ସାରାଙ୍କ ଦ୍ଵିତୀୟ ଫିଲ୍ମ ‘ଶିମ୍ବା’ ମୁକ୍ତିଲାଭ କରିଥିଲା ଓ କିଛିଦିନ ମଧ୍ୟରେ ଚଳଚିତ୍ର ୩୦୦କୋଟି ଅଙ୍କ ପାର କରିଥିଲା । ଫିଲ୍ମ ‘ଶିମ୍ବା’ ର ନିର୍ଦେଶକ ରୋହିତ ସେଟ୍ଟୀ ଓ ପ୍ରଯୋଜକ କରଣ ଜୋହର ଅଟନ୍ତି । ଫିଲ୍ମରେ ସାରାଙ୍କ ବିପକ୍ଷରେ ରନବୀର କପୁର ଅଭିନୟ କରିଛନ୍ତି । କିଛିଦିନ ପୂର୍ବେ ଖବର ଆସିଥିଲା ଯେ ସାରା ନିଜର ମାଆ ଅମୃତା ସିଂହଙ୍କ ଘରଛାଡି ଅଲଗା ଫ୍ଲାଟକୁ ଚାଲିଯାଇଛନ୍ତି।

କିଛିଦିନ ପୂର୍ବେ ସାରା ଅଲି ଖାନ ନିଜର ମା ଅମୃତା ସିଂହ ଓ ପିତା ସଇଫଙ୍କ ସମ୍ପର୍କକୁ ନେଇ ଅନେକ କଥା କହିଛନ୍ତି । ନିକଟରେ ଏକ ସାକ୍ଷାତକାର ବେଳେ ସାରା ପୁଣି ଥରେ ନିଜର ମାଆ ଓ ବାପା ଙ୍କୁ ସ୍ମରଣ ପୂର୍ବକ କହିଲେ ଯେ ଶେଷ ଥର ସେ ପାଞ୍ଚ ବର୍ଷ ପୂର୍ବେ ଦୁଇ ଜଣଙ୍କୁ ଏକାଠି ଦେଖିଥିଲେ । ଏକଥା କହିକହି ସାରା ଭାବୁକ ହୋଯାଇଥିଲେ । ସାରା କଣ କହିଲେ ଆସନ୍ତୁ ଜାଣିବା

 

୫ବର୍ଷ ପୂର୍ବେ ହୋଇଥିଲା ସଇଫ ଓ ଅମୃତାଙ୍କ ମଧ୍ୟରେ ଶେଷ ସାକ୍ଷାତ

ସାରା କହିଲେ ଯେ ଶେଷଠାର ସଇଫ ଓ ଅମୃତାଙ୍କ ମଧ୍ୟରେ ଶେଷଥର ସାକ୍ଷାତ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା । ଜଣେଇଦେଉଛୁ ଯେ ଛାଡପତ୍ର ନେବାପରେ ଗତ ୧୫ବର୍ଷ ହେବ ସଇଫ ଓ ଅମୃତ ଅଲଗା ରହୁଛନ୍ତି । ଅଲଗା ହେବାପରେ ଦୁଇ ସନ୍ତାନଙ୍କର ପ୍ରତିପାଳନ ଅମୃତା ଏକାକୀ କରିଛନ୍ତି ।

 

ଏକ ସାକ୍ଷାତକାର ସମୟରେ ଯେବେ ସାରାଙ୍କୁ ତାଙ୍କ ଅଭିଭାବକଙ୍କ ସମ୍ପର୍କ ବିଷୟରେ ପଚରାହେଲା ତ ସେ କହିଲେ ଯେ “ ଯେବେ ପାପା ମୋତେ କଲମ୍ବିଆ ୟୁନିଭରସିଟି ଛାଡିବାକୁ ଯାଇଥିଲେ ତେବେ ସେହିସମୟରେ ମାଆ ମୋ ପାଖରେ ଥିଲେ ।ଆମେ ଏକତ୍ର ରାତ୍ରଭୋଜନ କରିଥିଲୁ । ସେ ସମୟ ପ୍ରକୃତରେ ବହୁତ ଭଲ ଥିଲା । ମୋତେ ମୋର ଅଭିଭାବକମାନେ କଲେଜ ଛାଡିବାକୁ ଆସିଥିଲେ “। ସାରା ଆହୁରି କହିଲେ ଯେ “ସେମାନେ ମୋତେ କଲେଜରେ ଛାଡି ଫେରିଗଲେ ମୋର କିଛି ହାଲୁକା ଦୃଶ୍ୟ ସ୍ମରଣ ଅଛି ଯେ ସେହି ରାତ୍ରିରେ ମାଆ ମୋର ବିଛଣା ଠିକ କରୁଥିଲେ ଓ ପାପ ଲ୍ୟାମ୍ପରେ ବଲ୍ବ ଲଗଉଥିଲେ। ଏହି ସୁନ୍ଦର ଓ ହାଲୁକା ସ୍ମୃତି କୁ ମୁଁ ସବୁଦିନ ପାଇଁ ମନରେ ରଖିବାକୁ ଚାହେଁ ।

 

ସାରା ଛାଡିଲେ ଅମୃତାଙ୍କ ଘର

ନିକଟରେ ସାରା ମାଆ ଅମୃତାଙ୍କ ଘର ଛାଡି ଚାଲିଯିବା ଜଣାପଡିଛି ଓ ସେ କିଛି ଦିନ ପୂର୍ବରୁ ନିଜର କାର ରେ ଘର ସମ୍ମୁଖରେ ରଖିବାର ଦୃଷ୍ଟିଗୋଚର ହୋଇଥିଲେ । ଏହାଦେଖି ଲୋକମାନେ ଆକଳନ କରୁଛନ୍ତି ଯେ ସେ ନିଜ ମାଆ ଙ୍କ ସହ ମନାନ୍ତର ହେତୁ ଘରଛାଡିଛନ୍ତି । ଏ ବିଷୟରେ ଯେବେ ସାରାଙ୍କୁ ପଚରାଗଲା ତ ସେ କହିଲେ ଯେ ସେ ଅନ୍ୟ ଷ୍ଟାର-କିଡ୍ସଙ୍କ ଭଳି ସ୍ଵାଧୀନ ହେବାକୁ ଚାହାନ୍ତି ଏଥିପାଇଁ ସେ ଘରଠାରୁ ଅଲଗା ରହିବାର ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ବି-ଟାଉନରେ ଆଜିକାଲି ଅଭିଭାବକଙ୍କ ଘର ଛାଡି ଅଲଗା ରହିବାର ଫେସନ ଚାଲୁଅଛି । ଏଥିପାଇଁ ସାରା ମଧ୍ୟ ଏହି ରାସ୍ତାର ଅନୁଗାମୀ ହୋଇ ଅଲଗା ରହିବାର ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *