March 26, 2024

Odia Express

News For Public

ଏହି ଝିଅର ମୃତ୍ୟୁ ପରେ ସାପ ଯୋଡା ମୃତକର ଶବ ଉଠେଇବାକୁ ଦେଲେ ନାହିଁ , କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ..

ସାପ ଏହି ପୃଥିବୀରେ ଡାଇନୋସର ଯୁଗରୁ ରହିଆସିଛି । ଏତେ ଦୀର୍ଘ ସମୟରେ ଆମେ ସାପଙ୍କ ବିଷୟରେ ବହୁତ କିଛି ଜାଣିପାରିଚେ । ତଥାପି ସାପଙ୍କ ଦୁନିଆ ଆଜି ମଧ୍ୟ ରହସ୍ୟମୟ ଅଟେ । କୁହନ୍ତି ଯେ ସାପ ଏହ ପୃଥିବୀ ଉପରେ 130ମିଲିୟନ ବର୍ଷରୁ ଅଛି । ଦୁନିଆରେ ସାପଙ୍କର ପ୍ରାୟ 2500ରୁ ଅଧିକ ପ୍ରଜାତି ଅଛନ୍ତି । ଏଥିରୁ କେବଳ 20ପ୍ରତିଶତ ପ୍ରଜାତି ବିଷାକ୍ତ ହୋଇଥାନ୍ତି । ଭାରତରେ ସାପଙ୍କର ପାଖାପାଖି 300ପ୍ରଜାତି ମିଳନ୍ତି । ସାପ ବିଷୟରେ କୁହାଯାଏ ଯେ ସେ କୌଣସି ଜିନିଷ ଚୋବେଇ ଖାଆନ୍ତି ନାହିଁ କିନ୍ତୁ ସିଧା ଗିଳିଦିଅନ୍ତି । ଏମିତିରେ ତ ସାପ ମଣିଷ ଉପରେ ଆକ୍ରମଣ କରନ୍ତି ନାହିଁ କିନ୍ତୁ ଯଦି କିଏ ତାଙ୍କ ସହ ଲାଗନ୍ତି କିମ୍ବା ହଇରାଣ କରନ୍ତି ତେବେ ସେ ତାଙ୍କୁ ଛାଡନ୍ତି ନାହିଁ । କିଛି ସାପ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବିନା ଉଦ୍ଦେଶ୍ୟରେ ମଣିଷ ମାନଙ୍କ ଉପରରେ ଆକ୍ରମଣ କରିଥାନ୍ତି ।

 

ଏହି ପୋଷ୍ଟ ରେ ଆମେ ସାପଙ୍କ ବିଷୟ ଏଥିପାଇଁ କହୁଛୁ କାରଣ ଆଜି ଆମେ ଏକ ଏପରି ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ଚିନ୍ତାରେ ପଡିଯିବେ । ଏହି ଘଟଣା ଜାଣିବା ପରେ ସହରସାରା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହାହେଲା ପୁରା ଘଟଣା – ତ୍ରିବେଦୀଗଞ୍ଜ ଅଞ୍ଚଳର ଭବାନିପୁର ମଜରେ ଶିବନାମ ଥାନା ଲୋନିକଟରା ନିବାସୀ ଲବକୁଶ ରାୱତ ଙ୍କ ପତ୍ନୀ ରାଜକୁମାରୀଙ୍କ ସହ ଏକ ଏପରି ଘଟଣା ଘଟିଲା ଯାହାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଦିନବେଳେ ନିଜର ସବୁକାମ ସାରି ଯେତେବେଳେ ରାଜକୁମାରୀ ଆରାମ କରୁଥିଲେ ସେତେବେଳେ ଘର ଭିତରକୁ ଗୋଟିଏ ସାପ ଆସିଲା । ସାପ ଶୋଇଥିବା ରାଜକୁମାରୀଙ୍କୁ ଦଂଶନ କଲା। ଏ କଥା ଜଣାପଡିବାରୁ ତାଙ୍କ ଘରଲୋକେ ତୁରନ୍ତ ତାଙ୍କୁ ଲକ୍ଷ୍ନୋ ର ଟ୍ରମାସେଣ୍ଟରକୁ ନେଇଗଲେ । ଡାକ୍ତରଖାନା ରେ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରଙ୍କ ଦ୍ଵାରା ମୃତ ଘୋଷିତ ହେବାପରେ ରାଜକୁମାରୀଙ୍କ ଶରୀରକୁ ଘରଲୋକେ ନେଇଆସିଲେ । କିନ୍ତୁ ଯେବେ ପରିଜନ ମାନେ ତାଙ୍କର ଶବ ଉଠେଇବାକୁ ଲାଗିଲେ ସେତେବେଳେ କିଛି ଏପରି ଘଟିଲା ଯେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଶବ ଉଠେଇବା ସମୟରେ ହେଲା କିଛି ଏପରି – ଯେତେବେଳେ ସମ୍ପର୍କୀୟ ମୃତକର କୋକେଇ ଉଠେଇଲେ ସେତେବଳେ ଅଚାନକ ଘର ଭିତରକୁ ଦୁଇଟି ସାପ ପ୍ରବେଶ କଲେ । ସାପ ରାଜକୁମାରୀଙ୍କ କୋକେଇ ପାଖକୁ ଆସି ଜଗିଲେ। ଯେଉଁ ବ୍ୟକ୍ତି ମୃତକର ଶବ ପାଖକୁ ଆସିବାକୁ ଚେଷ୍ଟାକଲା ସାପ ତାକୁ କ୍ରୋଧରେ ଫୁତ୍କାର ଛାଡିବାକୁ ଲାଗିଲେ । ସେ କାହାକୁ ମଧ୍ୟ ଶବ ପାଖକୁ ଆସିବାକୁ ଦେଉନଥିଲେ । ଶେଷରେ ସାପ ଏମିତି କାହିଁକି କରୁଛି ଏକଥା କେହି ଜାଣିନଥିଲେ । ସାପ ଯୋଡାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ସେମାନେ ଭୟରେ ଇଆଡେସିଆଡେ ଦଉଡିବାରେ ଲାଗିଲେ।

ଏ ମଧ୍ୟରେ ସାପ ଯୋଡା କୁଆଡେ ଚାଲିଗଲେ । ଲୋକମାନେ ସଂପୂର୍ଣ୍ଣ ଘର ଖୋଜିଲେ କିନ୍ତୁ ସାପ ମିଳିଲେ ନାହିଁ । ଶେଷରେ ଲୋକମାନେ ହାଲିଆ ହୋଇ ସପଧାରାଳିଙ୍କୁ ଡକେଇଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସେମାନେ ମଧ୍ୟ ସାପକୁ ଧରି ପାରିଲେ ନାହିଁ । ପରେ ମୃତକର ଅନ୍ତିମ ସଂସ୍କାର କରିଦିଆଗଲା । କିନ୍ତୁ ଲୋକମାନଙ୍କୁ ଏକଥା ଏପର୍ଯ୍ୟନ୍ତ ଜଣାପଡିଲା ନାହିଁ ଯେ ସାପ ଦୁହେଁ ଏପରି କରୁଥିଲେ କାହିଁକି । କଣ ସାପମାନଙ୍କର ମୃତକ ସହ କିଛି ସମ୍ପର୍କ ଥିଲା କିମ୍ବା ଏହା କେବଳ ଏକ ସଂଯୋଗ ଥିଲା ।

Leave a Reply

Your email address will not be published. Required fields are marked *