April 20, 2024

Odia Express

News For Public

ଯୁବରାଜ ସିଂ ଓ ଅମ୍ବାତି ରାୟଡୁଙ୍କ ପରେ ଏବେ ଏବେ ପୂର୍ବତନ ଅଧିନାୟକ କ୍ରିକେଟରୁ ନେଲେ ସନ୍ନ୍ୟାସ – ଦେଖନ୍ତୁ କିଏ ସେ ମହାନ ଖେଳାଳି..

1 min read

ଯୁବରାଜ ସିଂହ ଓ ଅମ୍ବାତି ରାୟଡୁଙ୍କ ପରେ ଏବେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ଅଧିନାୟକ ବେଣୁଗୋପାଳ ରାୱ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ କ୍ରିକେଟ ସଂଘ ତରଫରୁ କୁହାଯାଇଛି ଯେ ,‘ଆନ୍ଧ୍ରପ୍ରଦେଶ ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ଭାରତ ତରଫରୁ 16ଏକଦିବସୀୟ ଓ ଆଇପିଏଲ ରେ 65ମ୍ୟାଚ ଖେଳିଥିବା ବେଣୁଗୋପାଳ ରାୱ କ୍ରିକେଟର ସମସ୍ତ ଶ୍ରେଣୀରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି’।୩୦ଜୁଲାଇ ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଡେବ୍ୟୁ କରିଥିବା ବେଣୁଗୋପାଳ ଭାରତ ପାଇଁ ୧୬ଏକଦିବସିୟ ଖେଳିଛନ୍ତି , ସେ ପ୍ରଥମଶ୍ରେଣୀ କ୍ରିକେଟରେ ୭୦୦୦ରୁ ଅଧିକ ରନ କରିଛିନ୍ତି । ଲିଷ୍ଟ ଏ କ୍ରିକେଟରେ ତାଙ୍କ ନାମରେ ୪୦୦୦ରୁ ଅଧିକ ରନ ଅଛି ।

 

ଯଦିଓ ଆନ୍ତର୍ଜାତୀୟ କ୍ରିକେଟରେ ସେ ନିଜ ପ୍ରତିଭା ସହ ନ୍ୟାୟ କରିପାରିନଥିଲେ ଓ ତାଙ୍କର ବ୍ୟାଟିଂ ହାରାହାରି ମାତ୍ର ୨୪.୨୨ ଥିଲା । ରାୱ ନିଜର ଶେଷ ଏକଦିବସୀୟ୨୩ମେ ୨୦୦୬ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୱେସେଷ୍ଟର ଠାରେ ଖେଳିଥଲେ।ଜଣେଇଦେଉଛୁ ଯେ ୨୦୦୦ମସିହାରେ ଭାରତକୁ under-୧୯ ବିଶ୍ଵକପ ଦଳର ସଦସ୍ୟ ବେଣୁଗୋପାଳ ରାୱ ମଧ୍ୟ ଥିଲେ । ରାୱ ୧୨୧ପ୍ରଥମଶ୍ରେଣୀ ମ୍ୟାଚ ରେ ୭୦୮୧ରନ କରିଥିଲେ ଯେଉଁଥିରେ ୧୭ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲରେ ରାୱ ୨୦୦୮ରୁ ୨୦୧୪ପର୍ଯ୍ୟନ୍ତ ଡେକାନ ଚାର୍ଜର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦରାବାଦ ତରଫରୁ ଖେଳିଥିଲେ । ସେ ୨୦୦୯ରେ ଚମ୍ପିୟାନ ହୋଇଥିବା ଡେକାନ ଚାର୍ଜର୍ସର ସଦସ୍ୟ ଥିଲେ ।

 

ସୌରଭ ଗାଙ୍ଗୁଲୀଙ୍କ ଭାରତୀୟ ଦଳରୁ ବାଦ ପଡିବା ପରେ ବେଣୁଗୋପାଳ ଲଗାତାର ସୁଯୋଗ ସୃଷ୍ଟି କରିବାର ଚେଷ୍ଟା କରିଥିଲେ । ଯଦିଓ ତାଙ୍କୁ କୌଣସି ଖେଳାଳି ଆହତ ହେବାପରେ ସୁଯୋଗ ମିଳୁଥିଲା ଯାହାର ପ୍ରଭାବ ତାଙ୍କର ବ୍ୟାଟିଂ ଉପରେ ମଧ୍ୟ ଦେଖାଯାଇଥିଲା ଓ ସେ ଘରୋଇ କ୍ରିକେଟ ଭଳି ପ୍ରଦର୍ଶନ ଆନ୍ତର୍ଜାତୀୟ କ୍ରିକେଟରେ କରିପାରି ନଥିଲେ ।

Leave a Reply

Your email address will not be published. Required fields are marked *