April 17, 2024

Odia Express

News For Public

ପାକିସ୍ଥାନୀ ହିରୋଇନ କହିଲେ ପୁରା ପାକିସ୍ଥାନ ନେଇ ଯାଅ କିନ୍ତୁ ଧୋନୀ ଙ୍କୁ ଆମକୁ ଦେଇଦିଅ , ଏମିତି ବ୍ୟକ୍ତି କେଉଁଠି ଦେଖିନାହିଁ କାରଣ..

ଭାରତରେ କ୍ରିକେଟ୍ ର କେଉଁ ଧର୍ମ ନାହିଁ , ଏହି ଖେଳ ଖେଳୁଥିବା ଖେଳାଳୀଙ୍କୁ ଭଗବାନଙ୍କ ପରି ପୁଜା କରାଯାଏ , ଯେଉଁଠି ତାଙ୍କ ଫ୍ୟାନ୍ସ ତାଙ୍କୁ ଘେରି ନିଅନ୍ତି , ଓ ତାଙ୍କ ସହ ଫଟୋ ବି ଉଠାଇନିଅନ୍ତି , ସେମିତି ମହେନ୍ଦ୍ର ସିଂ ଧୋନୀଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ସେପରି ଅଟେ । ଭାରତରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି , ତାଙ୍କର ପରିଚୟ କେଉଁ ଫିଲ୍ମ ତାରକାଙ୍କ ଠାରୁ କମ୍ ନୁହେଁ , ସେ ଯେତେ ବଡ ଖେଳାଳୀ ଅଟନ୍ତି , ସେତେ ଭଲ ବ୍ୟକ୍ତି ବି ଅଟନ୍ତି , ସେ ବହୁତ ମଉକାରେ ନିଜକୁ ସାବିତ୍ କରିଛନ୍ତି । ପୂର୍ବ ପାକିସ୍ଥାନୀ ରାଷ୍ଟ୍ରପତି ପରଭେଜ ମୁଶାରଫ୍ ତାଙ୍କ ଲମ୍ବା କେଶ ପାଇଁ ପ୍ରଶଂସା କରିଥାନ୍ତି ,

 

ମୁଶାରଫ୍ ଙ୍କ ଛଡା ଆଉ ଏକ ପାକିସ୍ଥାନୀ ଅଛନ୍ତ୍ ଯିଏ କି ମହେନ୍ଦ୍ର ସିଂ ଧୋନୀଙ୍କର ବହୁତ ବଡ ଫ୍ୟାନ ଅଟନ୍ତି , ଏହି ଫ୍ୟାନଙ୍କ ନାଁ ହେଲା ମାଥିରା ଖାନ୍ , ମାଥିରା ପାକିସ୍ଥାନୀ ଅଭିନେତ୍ରୀ ଓ ସିଙ୍ଗର ଅଟନ୍ତି , ସେ କେଉଁ ପାକିସ୍ଥାନୀ ଖେଳାଳି ନୁହେଁ ବରଂ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ପାଗଳ ହୋଇଛନ୍ତି , ମଥିରା କହନ୍ତି କି ଧୋନୀ ତାଙ୍କର ଇନଷ୍ଟାଗ୍ରାମରେ ତାଙ୍କ ଇମିଗ୍ରେସନ ସମୟରେ ସାହାଯ୍ୟ କରିଛନ୍ତି , ସେ ମଜାକ୍ ରେ କହିଲେ କି ଯଦି ପାକିସ୍ଥାନର ରାଷ୍ଟ୍ର ଅଧ୍ୟକ୍ଷ୍ୟ ହୋଇଥାନ୍ତେ , ତେବେ କହିଥାନ୍ତି କି ପୂରା ପାକିସ୍ଥାନ ନେଇଯାଏ , କିନ୍ତୁ ଧୋନୀଙ୍କୁ ଦେଇଦିଅ ।

 

ମାଥିରା ଏକ ସାକ୍ଷାତକାରରେ କହିଲେ କି ଆଜିଠୁ କିଛି ବର୍ଷ ପୂର୍ବରୁ ଟିମ୍ ଈଣ୍ତିଆ ପାକିସ୍ଥାନ ଗ୍ରସ୍ତରେ ଆସିଥିଲେ , ସେ ସେତେବେଳେ କେବଳ ୧୫ ବର୍ଷର ଥିଲେ , ସଂଯୋଗରୁ ଗୋଟେ ସଂନ୍ଧ୍ୟାରେ ଯେଉଁ ହୋଟେଲ୍ ରେ ଡିନର୍ କରୁଥିଲେ , ସେଠାରେ ଭାରତ ପାକିସ୍ଥାନର ଦୁଇଟି ଟୀମ୍ ଖେଳାଳୀ ଆସିଥିଲେ , ମାଥିରା କହିଲେ କି ମୁଁ ଜଣେ ସାଧାରଣ ବ୍ୟକ୍ତି ପରି ନିଜ ପସନ୍ଦର ଖେଳାଳୀଙ୍କୁ ଦେଖି ଉତ୍ସାହିତ ହୋଇଉଠିଥିଲି , ଓ ସମସ୍ତଙ୍କ ପାଖକୁ ଅଟୋଗ୍ରାଫ୍ ନେବାକୁ ପହଞ୍ଚିଗଲି ,

 

ସେହି ସମୟରେ କିଛି ପାକ୍ ଖେଳାଳୀ ମୋତେ ଅଟୋଗ୍ରାଫ୍ ଦେଇଥିଲେ କିନ୍ତୁ ମୋ ଉପରେ ସେମାନେ ଭଡକି ଉଠିଥିଲେ , ମୋତେ ତାନା ମାରିଥିଲେ କି ଶାନ୍ତିରେ ଖାଇବାକୁ ବି ଦେଉନାହାନ୍ତି ବୋଲି କହିଥିଲେ , ମୋର ମନ ଦୁଃଖ ହୋଇଯାଇଥିଲା , ମୋତେ କାନ୍ଦ ବି ଆସିଥିଲା , ମୁଁ ଯେତେବେଳେ ମୋର ଟେବୁଲ୍ ଆଡକୁ ଗଲା ବେଳେ ଜଣେ ଇଣ୍ତିଆନ୍ କ୍ରିକେଟିୟର୍ ପଛ ପଟୁ ଡାକିବାକୁ ଲାଗିଲେ , ଓ କହିଲେ କି ଆମେ କ୍ରିକେଟିୟର୍ ବି ଅଟୁ , ଏଠାକୁ ଆସି ଅଟୋଗ୍ରାଫ୍ ନେଇଯାଅ ।

ମୁଁ ପଛକୁ ବୁଲି ଦେଖିଲା ବେଳକୁ ସେ ଆଉ କେହି ନୁହେଁ ବରଂ ବେଷ୍ଟ ଅଧିନାୟକ ମିଷ୍ଟର ଧୋନୀ ଥିଲେ , ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ କି ମୋତେ କେତେ ଖୁସି ଲାଗିଥିଲା , ଧୋନୀ ନା କେବଳ ମୋତେ ଅଟୋଗ୍ରାଫ୍ ଦେଇଥିଲେ , ବରଂ ମୋତେ ରିଲାକ୍ସ ହେବାକୁ କହିଥିଲେ , ମାଥିରା କହିଲେ କି ଏତେ ବଡ ଖେଳାଳୀ ଓ ତାଙ୍କ ମନରେ ଗର୍ବ ବୋଲି କିଛି ବି ନାହିଁ , ମୁଁ ପ୍ରକୃତରେ ତାଙ୍କର ବହୁତ ବଡ ଫ୍ୟାନ୍ ଅଟେ , ମୁଁ ଇଶ୍ୱରଙ୍କୁ ତାଙ୍କର ରକ୍ଷା ପାଇଁ ପ୍ରାର୍ଥନା କରୁଛି ।

Leave a Reply

Your email address will not be published. Required fields are marked *