April 19, 2024

Odia Express

News For Public

ସବୁଦିନ ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଜୀରା ର ପାଣି ମିଳିବ ଏମିତି ୧୦ ଟି ଲାଭ ଯାହା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଭାରତର ସବୁ ରୋଷେଇ ଘରେ ଆପଣଙ୍କୁ ଜିରା ନିଶ୍ଚିତ ମିଳିଯିବ । ଜିରା ଭାରତୀୟ ମସଲାରେ ଏକ ବଡ ମସଲା ଜାତୀୟ ଦ୍ରବ୍ୟ ଅଟେ । ଏହା ବିନା ଯେ କୌଣସି ମସଲାରେ ଛୁଙ୍କ ଦେବା ମଜା ଆସେନାହିଁ । ଜୀରାର ଛୁଙ୍କରେ ଡାଲି ଓ ତରକାରୀରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏବେ ଆପଣ ଜିରା ର ବ୍ୟବହାର ମସଲା କିମ୍ବା କୌଣସି ତରକାରି କଲାବେଳେ ବ୍ୟବହାର କରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି ଏହା ଭିତରେ କିଛି ଗୁଣ ବିଷୟରେ ଯାହା ଆପଣଙ୍କୁ ରୋଗରୁ ବଞ୍ଚାଇଥାଏ । ସକାଳୁ ସକାଳୁ ଜିରା ପାଣି ପିଇବା ଦ୍ୱାରା ବହୁତ ସାରା ରୋଗରୁ ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଜିରା ପାଣି ପିଇବା ଦ୍ୱାରା ଫାଇଦା ବିଷୟରେ କିଛି କହିବା ।

ଏମିତି ବନାନ୍ତୁ ଜିରାର ପାଣି : ରାତିରେ ଗୋଟେ ଗ୍ଲାସ୍ ପାଣିରେ ଗୋଟେ ଚାମଚ ଜିରା ପକାଇ ବତୁରେଇ ଦିଅନ୍ତୁ । ସକାଳୁ ଏହି ପାଣିକୁ ଗ୍ୟାସରେ ଫୁଟାଇ ଦିଅନ୍ତୁ ।ଯେବେ ପାଣି ଥଣ୍ତା ହୋଇଯିବ ତାକୁ ଆପଣ ସେବନ କରନ୍ତୁ ।

 

ଜିରା ପାଣିର ଫାଇଦା :

୧) ରକ୍ତ ପ୍ରବାହ : ସକାଳୁ ଜିରାର ପାଣି ପିଇବା ଦ୍ୱାରା ଶରୀରରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ ।

୨) ମାଂସପେଶୀ ଦରଜ ହେବା : ଯେଉଁ ଲୋକଙ୍କୁ ମାଂସପେଶୀରେ କଷ୍ଟ ଅନୁଭବ ହେଉଛି । ସେ ସକାଳୁ ଜିରା ପାଣି ପିଇବା ଉଚିତ୍ ।

 

୩) ବ୍ଲଡ୍ ପ୍ରେସର : ଯଦି ଆପଣଙ୍କୁ ହାଇ ବ୍ଲଡ୍ ପ୍ରେସର ଅଛି , ତେବେ ଆଜିଠୁ ଜୀରା ପାଣି ପିଇବା ଆରମ୍ଭ କରିଦିଅନ୍ତୁ । ଏହା ସବୁଦିନେ ପିଇବା ଦ୍ୱାରା ଶରୀରରେ ବ୍ଲଡର ପ୍ରେସର୍ ନିୟନ୍ତ୍ରିତ ହୋଇ ରହିଥାଏ ।

୪) ସ୍କ୍ରିନ୍ ପାଇଁ : ସବୁଦିନେ ଜିରା ପାଣି ପିଇବା ଦ୍ୱାରା ସ୍କ୍ରିନ୍ ହେଲଦି ରହିଥାଏ । ଓ ଚମକ ଆସିଥାଏ ।

୫) କବ୍ଜ କିମ୍ବା ଏସିଡିଟି : ଯେଉଁ ମାନଙ୍କ ସବୁଦିନ ପେଟ ଖରାପ ରହିଥାଏ ।ଓ କବ୍ଜ କିମ୍ବା ଏସିଡିଟିର ସମସ୍ୟା ଥାଏ ।ସେମାନେ ଜିରାର ପାଣି ପିଇବା ନିତାନ୍ତ ଜରୁରୀ

୬) ଓଜନ କମାଇବାକୁ ହେଲେ : ଖାଲି ପେଟରେ ଜିରାର ପାଣି ପିଇଲେ ଶରିରରୁ ଚର୍ବି ହଟିଯାଇଥାଏ ।

 

୭) ରକ୍ତ ହୀନତା : ଯେଉଁ ଲୋକଙ୍କୁ ରକ୍ତ ହୀନତା ହୋଇଥାଏ । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ୍ ମାତ୍ରା କମ୍ ହୋଇଥାଏ । ସେମାନଙ୍କୁ ଜିରାର ପାଣି ପିଇବା ଦ୍ୱାରା ରକ୍ତ ହୀନତା ଦୁର ହୁଏ ,

୮) ହୃଦରୋଗ ପିଡିତ ରୋଗୀଙ୍କୁ ଜିରାପାଣି ପିଇବା ଦ୍ୱାରା ବହୁତ ଲାଭ ହୋଇଥାଏ । ଏହାକୁ ସବୁଦିନ ସେବନ କଲେ ହୃଦ ଘାତ ହେବା ସମ୍ଭାବନା କମି ଯାଇଥାଏ ।

୯) ଡାଇବେଟିଜ୍ : ଜିରାର ପାଣି ପିଇଲେ ଶରୀରରେ ଗ୍ଲୁକୋଜର ଲେବଲ୍ ନିୟନ୍ତ୍ରଣ ହୋଇଥାଏ । ଓ ଏହା ଡାଇବେଟିଜ୍ ପାଇଁ ଫଳପ୍ରଦ ହୋଇଥାଏ ।

୧୦) ଜ୍ୱର : ଜିରା ପାଣି ପିଇବା ଦ୍ୱାରା ଥଣ୍ତା ଲାଗିଥାଏ । ଯାହା ଆପଣଙ୍କ ଶରିରରେ ତାପମାନକୁ କମ୍ କରିଥାଏ ।

Leave a Reply

Your email address will not be published. Required fields are marked *