March 19, 2024

Odia Express

News For Public

ବଲିଉଡ଼ର ଏହି ତାରକାମାନେ ଯାହାଙ୍କର ନିର୍ବନ୍ଧ ତ ହୋଇଥିଲା କିନ୍ତୁ ହୋଇପାରିନଥିଲା କେବେ ବିବାହ – ଦେଖନ୍ତୁ ସଲମାନ କାହାକୁ ବିବାହ କରୁ କରୁ ରହିଗଲେ..

1 min read

ବନ୍ଧୁଗଣ ବଲିଉଡ଼ ଫିଲ୍ମ ଜଗତରେ ପ୍ରେମ, ନିର୍ବନ୍ଧ, ବିବାହ ଓ ଛାଡପତ୍ର ହେବ ଏକ ସାଧାରଣ କଥା ଅଟେ । କେଉଁ ସେଲିବ୍ରିଟିଙ୍କ ସମ୍ପର୍କ କେତେ ଦୀର୍ଘ ଚାଲିବ , ଏହାର ଅନୁମାନ ପ୍ରଶଂସକ ଓ ତାଙ୍କର ଘନିଷ୍ଠତାର ଖବରରୁ ହିଁ ଲଗେଇଥାନ୍ତି । କିଛି ସମ୍ପର୍କ ଏପରି ମଧ୍ୟ ଅଛି , ଯାହା ନିର୍ବନ୍ଧ ପର୍ଯ୍ୟନ୍ତ ତ ପହଞ୍ଚିଛି କିନ୍ତୁ ବିବାହ ପୂର୍ବରୁ ତାଙ୍କର ଏହି ସମ୍ପର୍କ ଭାଙ୍ଗିଯାଇଛି । ଆଜି ଆମେ ଆପଣାକୁ ବଲିଉଡ଼ର କିଛି ଏପରି ଯୋଡିଙ୍କ ବିଷୟରେ କହିବୁ, ଯେଉଁମାନଙ୍କର ନିର୍ବନ୍ଧ ତ ହୋଇଛି କିନ୍ତୁ ବିବାହ ହୋଇପାରିନାହିଁ । ଆସନ୍ତୁ ଜାଣିବା ଏହି ତାରକାଙ୍କ ବିଷୟରେ!

ସଂଗୀତା ବିଜିଲାନୀ ଓ ସଲମାନ ଖାନ – ସଂଗୀତା ବିଜିଲାନୀ ଓ ସଲମାନ ଖାନଙ୍କର ଘନିଷ୍ଠତା ବହୁତ ଚର୍ଚାରେ ଥିଲା । ୧୯୮୬ରେ ପରସ୍ପରର ନିକଟତର ହୋଇଥିଲେ ଓ ପ୍ରାୟ ୧୦ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଏହା ମଧ୍ୟ କୁହାଯାଏ ଯେ ସଲମାନ ଓ ସଂଗୀତାଙ୍କର ବିବାହର ତାରିଖ ପର୍ଯ୍ୟନ୍ତ କଥା ଆସିଥିଲା । ଏତିକି ନୁହେଁ କାର୍ଡ ମଧ୍ୟ ଛପା ସରିଥିଲା କିନ୍ତୁ ଏ ମଧ୍ୟରେ ପୁରା ଘଟଣା ଉପରେ ପାଣି ପଡିଯାଇଥିଲା । ସଲମାନ ଖାନଙ୍କ ଜୀବନରେ ଅଭିନେତ୍ରୀ ସୋମୀ ଅଲି ଆସିଯାଇଥିଲେ । ସଂଗୀତା ଯେବେ ସୋମୀ ଅଲିଙ୍କର ସଲମାନଙ୍କ ସହ ଘନିଷ୍ଠତା ବିଷୟରେ ଜାଣିଲେ ସେ ବିବାହ ନକରିବାର ନିଷ୍ପତ୍ତି ନେଲେ । ଓ ପରେ ସେ କ୍ରିକେଟର ଅଝାରୁଦ୍ଦିନଙ୍କୁ ବିବାହ କରିନେଲେ ।

ଅଭିଷେକ ବଚ୍ଚନ – ବଲିଉଡ଼ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ କରିସ୍ମା କପୁର ପରସ୍ପରକୁ ଭଲପାଉଥିଲେ ଓ ନିର୍ବନ୍ଧ ମଧ୍ୟ ସରିଥିଲା କିନ୍ତୁ ପରେ ଏହି ନିର୍ବନ୍ଧ ଭାଙ୍ଗିଗଲା । ଯଦିଓ ଏହାର କାରଣ କଣ ଥିଲା ତାହା ଜଣା ନାହିଁ, କିନ୍ତୁ ଏପରି କୁହାଯାଉଛି ଯେ ଏହି ନିର୍ବନ୍ଧ ଭାଙ୍ଗିବାର କାରଣ କରିସ୍ମାଙ୍କ ମାଆ ବବିତା ଥିଲେ । ଆଜି ଐଶ୍ଵର୍ଯ୍ୟା ରାୟ ଅଭିଷେକଙ୍କ ସହ ବିବାହ କରିସାରିଛନ୍ତି ।

ରବିନା ଟଣ୍ଡନ – ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଘନିଷ୍ଠତାର ଚର୍ଚା ମଧ୍ୟ ଗୋଟିଏ ସମୟରେ ବହୁତ ଅଧିକ ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଦୁହେଁ ଗୁପ୍ତାରେ ନିର୍ବନ୍ଧ କରିନେଇଥିଲେ । କିନ୍ତୁ ପରେ ଯେବେ ରବିନାଙ୍କୁ ଜଣାପଡିଲା ଯେ ଅକ୍ଷୟ ତାଙ୍କୁ ଶିଳ୍ପା ସେଟ୍ଟୀଙ୍କ ପାଇଁ ଧୋକା ଦେଇଛନ୍ତି ତ ସେ ଏହି ସମ୍ପର୍କ ଶେଷ କରିଦେଲେ ।

କରିସ୍ମା ତନ୍ନା ଓ ଉପେନ ପଟେଲ – ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ଓ ଫିଲ୍ମ ଅଭିନେତା ଉପେନ ପଟେଲ ରିଆଲିଟି ଟିଭି ସୋ ବିଗବସ ରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ । ଏଠାରେ ଦୁହିଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଶୋ ରୁ ବାହାରିବା ପରେ ଦୁହିଙ୍କ ପ୍ରେମ ଚାଲିଥିଲା । ଏହାପରେ ଦୁହେଁ ଏକ ନୃତ୍ୟ ପ୍ରତିଯୋଗୀତାରେ ସାମିଲ ହେଲେ କିନ୍ତୁ ଧୀରେଧିରେ ଦୁହିଙ୍କ ମଧ୍ୟରେ ଝଗଡାର ଖବର ଆସିବାକୁ ଲାଗିଲା ଓ ତାପରେ ଏମଙ୍କ ପ୍ରେମ ଶେଷ ହୋଇଗଲା ।

ସାଜିଦ ଖାନ ଓ ଗୌହର ଖାନ – ବଲିଉଡ଼ ଫିଲ୍ମ ନିର୍ମାତା ସାଜିଦ ଖାନ ଓ ମଡେଲ-ଅଭିନେତ୍ରୀ ଗୌହର ଖାନ ୨୦୦୩ରେ ପରସ୍ପରକୁ ଡେଟିଙ୍ଗ କରୁଥିଲେ । ଦୁହେଁ ନିଜର କ୍ୟାରିଅର ପ୍ରାରମ୍ଭ କରୁଥିଲେ , ଥରେ ସାଜିଦ ଖାନ ଗୌହର ଖାନଙ୍କ ନାଁ ନନେଇ କହିଥିଲେ ଯେ ତାଙ୍କର ନିର୍ବନ୍ଧ ଏକ ଏପରି ଝିଅ ସହିତ ହୋଇଥିଲା ଯେଇ ଏକ ଚର୍ଚିତ ନାମ ଅଟେ । ସେ କହିଥିଲେ ଯେ ସେହି ସମୟରେ ମୁ ଖରାପ ମଣିଷ ନଥିଲି , ମୁ ତାଙ୍କ ସହ କୌଣସି ଧୋକା କରିନଥିଲି। ମୋତେ ଲାଗୁଛି ଯେ ସେ ମୋଠାରୁ ନିରାଶ ହୋଇଯାଇଥିଲେ । ଏହି ସମ୍ପର୍କ ଭାଙ୍ଗିବା ପରେ ସାଜିଦ ଆଜିପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

Leave a Reply

Your email address will not be published. Required fields are marked *