March 29, 2024

Odia Express

News For Public

ଏବେ ଆପଣଙ୍କୁ କପଡା ଧୋଇବା ପାଇଁ ଝାଳ ବୁହେଇବା ଆବଶ୍ୟକ ନାହିଁ , ଆସିଗଲା ନୂଆ କୌଶଳ…

1 min read

କପଡା ଧୋଇବା ଏକ ଏପରି କାର୍ଯ୍ୟ ଯାହାକୁ କରିବାରେ ସମସ୍ତଙ୍କୁ ଆଳସ୍ୟ ଆସେ। ଯଦି ଅମପର ଇଚ୍ଛା ହୁଏ ତ ଆମେ ପ୍ରତିଦିନ ନୂଆ ନୂଆ ପୋଷାକ ପିନ୍ଧନ୍ତୁ ଓ ବ୍ୟବହାର ପରେ ସେସବୁକୁ ଫିଙ୍ଗି ଦିଅନ୍ତୁ । କିନ୍ତୁ ସମସ୍ତଙ୍କ ପାଖରେ ଏତେ ଧନ ନଥାଏ । ତେଣୁ ଗୋଟିଏ ପୋଷାକ ବାରମ୍ବାର ପିନ୍ଧିବା ଓ ତାକୁ ଧୋଇବା ଆମର ଦୁର୍ବଳତା ହୋଇଯାଏ । ଯଦି ଆମେ ଘରର ମହିଳା ମାନଙ୍କ କଥା କହୁ ତେବେ ସେମାନେ ଥରକରେ ଯେମିତି ସେମିତ କରି କପଡା ଧୋଇନିଅନ୍ତି କିନ୍ତୁ ଆଜିକାଲିର ଯୁବପିଢି ନୂଆ ଯୁଗର ବୋହୁମାନେ , ଓ ହଷ୍ଟେଲରେ ରହୁଥିବା ଝିଅମାନେ ଓ ପୁଅମାନେ କପଡା ଧୋଇବାରେ ବହୁତ ହେଳା କରନ୍ତି ।

ଏବେ ଟିକେ ଭାବନ୍ତୁ କେତେ ଭଲ ହୁଅନ୍ତା ଯଦି ଆମ କପଡା ମଇଳା ନ ହୁଅନ୍ତା । ତାପରେ ଆମକୁ ଏଗୁଡ଼ିକୁ ଧୋଇବାରେ ପରିଶ୍ରମ କରିବାକୁ ଆଉ ପଡନ୍ତା ନାହିଁ । ଲାଗୁଛି ଭଗବାନ ଆପଣଙ୍କ କଥା ଶୁଣିଛନ୍ତି। ନିକଟରେ ଏକ ନୂତନ କୌଶଳର ବିକାଶ ହୋଇଛି ଯାହାର ପ୍ରୟୋଗ ଦ୍ଵାରା ଏଭଳି ପୋଷାକ ନିର୍ମାଣ ହୋଇପାରିବ ଯାହା କେବେ ଅପରିଷ୍କାର ହେବ ନାହିଁ ।

ହଁ ଆଜ୍ଞା! ଆପଣ ଠିକ ଶୁଣିଲେ । ଏହି କପଡା କେବେ ଅପରିଷ୍କାର ହେବ ନାହିଁ । ଆପଣ ବର୍ଷାରେ ଯାଆନ୍ତୁ , କାଦୁଅରେ ମସ୍ତି କରନ୍ତୁ କିମ୍ବା ଖାଦ୍ୟ ପଦାର୍ଥ ଏହା ଉପରେ ପଡୁ ଏହି କପଡା ଟିକେ ବି ଅପରିଷ୍କାର ହେବ ନାହିଁ । ଏହି କପଡାର ସ୍ଵତନ୍ତ୍ରତା ଏହା ଯେ ଏହା ବର୍ଷା କିମ୍ବା ପାଣିରେ ଓଦା ହେବ ନାହିଁ । ଅର୍ଥାତ ଏହା ସଂପୂର୍ଣ୍ଣ ରୂପେ ଧୁଳି ଏବଂ ଜଳ ମୁକ୍ତ ତତ୍ଵରୁ ପ୍ରସ୍ତୁତ କରାଯାଏ ।

କୌଶଳ କଣ

ଏହି ସ୍ଵତନ୍ତ୍ର ପ୍ରକାର କପଡା ପ୍ରସ୍ତୁତ କରିବାର ଶ୍ରେୟ ହଂକଙ୍ଗ ୟୁନିଭର୍ସିଟିର ପ୍ରଫେସର ୱାଙ୍ଗ ଲିକିୟୁ ଓ ତାଙ୍କର ସହଯୋଗୀ ଦଳକୁ ଯାଉଛି । ଏହି ଲୋକମାନେ ମାଇକ୍ରୋଫ୍ଲ୍ୟୁଡିକ-ଡ୍ରପଲେଟ ଉପରେ ଆଧାରିତ କୌଶଳର ପ୍ରୟୋଗ କରି ଏଭଳି ମାଟେରିଆଲ ପ୍ରସ୍ତୁତ କରିଛନ୍ତି ଯାହା ଉପରେ ତେଲ, କାଦୁଅ, ଧୁଳି , ପାଣି ସହିତ କୌଣସି ପ୍ରକାର ମଇଳାର ପ୍ରଭାବ ପଡିବ ନାହିଁ ।

ଏହି କୌଶଳରୁ ପ୍ରସ୍ତୁତ ପୋଷାକ ସହ କେବଳ ଗୋଟିଏ ସମସ୍ୟା ରହିଛି ଓ ତାହା ଏହା ଯେ ଏହା ଅପରିଷ୍କାର ତ ହେବନାହିଁ କିନ୍ତୁ ହୋଇପାରେ ଯେ କିଛି ମାସ ପରେ ଏଥିରୁ ଦୁର୍ଗନ୍ଧ ହେବ କିମ୍ବା ଜୀବାଣୁ ଏଥିରେ ଘର କରିନେବେ ଏମିତିରେ ଆପଣଙ୍କୁ ମାସରେ ଥରେ ଏସବୁକୁ ଧୋଇବାକୁ ହେବ । କିନ୍ତୁ ଏହି ବୈଜ୍ଞାନିକ ଲୋକମାନେ ଏହି ପ୍ରକାର ସମସ୍ୟାର ସମାଧାନ ବାହାରକରିବାରେ ଲାଗିଛନ୍ତି । ସୂଚନା ଅନୁଯାୟୀ ଏମାନେ ଅନ୍ୟ ଏକ ମାଟେରିଆଲ ଉପରେ କାର୍ଯ୍ୟ କରୁଛନ୍ତି । ଏହି ମାଟେରିଆଲ ରୁ ନିର୍ମିତ କପଡା ଉପରେ ଧୁଳି, ମାଟି ଛଡା କୌଣସି କୀଟାଣୁ କିମ୍ବା ବ୍ୟାକ୍ଟେରିଆ ଲାଗିବ ନାହିଁ । ଏହି ପ୍ରକାର ଆପଣଙ୍କୁ ଏହି କପଡାକୁ ଅନେକ ମାସ ପର୍ଯ୍ୟନ୍ତ ଧୋଇବାକୁ ପଡିବ ନାହିଁ ।

ଏହି ପ୍ରକାରର ସ୍ଵତନ୍ତ୍ର କପଡାକୁ ଭାରତୀୟ ବଜାରରେ ଆସିବାକୁ କିଛି ବର୍ଷର ସମୟ ଲାଗିପରେ ସେପର୍ଯ୍ୟନ୍ତ ଆପଣ ଯେମିତି ସେମିତି ନିଜର କପଡା ଧୁଅନ୍ତୁ ।

Leave a Reply

Your email address will not be published. Required fields are marked *