April 25, 2024

Odia Express

News For Public

ଅନେକ ବର୍ଷତଳେ ଏଠାରେ ଜଣେ ଝିଅ କୁ କବର ଦିଆଯାଇଥିଲା – ଏବେ ଯାଏଁ କବର ମଧ୍ୟରୁ ସୁଗନ୍ଧ ଆସୁଛି – କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହେବେ..

1 min read

ଯେବେ ଲୋକମାନେ କୁହନ୍ତି ଭୁତ-ପ୍ରେତ ଓ ଆତ୍ମା ମାନଙ୍କ କଥା ତେବେ ପ୍ରତ୍ୟେକ ମନୁଷ୍ୟ ଏମାନଙ୍କୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥାନ୍ତି । କିଛି ଲୋକ କୁହନ୍ତି ଯେ ଭୁତ ପ୍ରେତ ଓ ଆତ୍ମା ଭଳି କୌଣସି ଜିନିଷ ଦୁନିଆରେ ନାହିଁ , ସେଠାରେ ଅନ୍ୟ କିଛି ଲୋକଙ୍କର କହିବା ହେଲା ଯେ ଭୁତ ପ୍ରେତ ଓ ଆତ୍ମା ସେମାନେ ନିଜ ଆଖିରେ ଦେଖିଛନ୍ତି । ଓ ସେମାନେ ତାଙ୍କୁ ବିଶ୍ଵାସ କରନ୍ତି । ଏହିଭଳି କିଛି ଦୁନିଆରେ ଘଟଣାମାନ ଘଟିତ ହୋଇଥାଏ ଯାହାର ବିଜ୍ଞାନ ମଧ୍ୟ ରହସ୍ୟ ଭେଦ କରିପାରିନାହିଁ ଓ ଏଭଳି ଘଟଣା ଯାହା ପଛରେ ବିଜ୍ଞାନର ମଧ୍ୟ ବୁଦ୍ଧି କାମ କରୁନାହିଁ , ସେହି ଘଟଣା ପଛରେ ଦୈବୀ ଶକ୍ତି କିମ୍ବା କୌଣସି ଖରାପ ଶକ୍ତିର ହାତ ରହିଛି ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଗୋଟିଏ ଝିଅର କବର ତିଆରି ହୋଇଥିଲା ଯେଉଁଥିରୁ ଆଜି ମଧ୍ୟ ଅଦ୍ଭୁତ ପ୍ରକାର ସୁଗନ୍ଧ ଆସେ ।

ଏହି ଝିଅର କବରରୁ ସୁଗନ୍ଧ ଆସୁଥିବାରୁ ଆଶ୍ଚର୍ଯ୍ୟ ଏଥିପାଇଁ ହେଉଛନ୍ତି କାରଣ ଏହି ଝିଅକୁ ଆଜି ନୁହେଁ କିନ୍ତୁ ଅନେକ ବର୍ଷ ପୂର୍ବେ କବର ଦିଆଯାଇଥିଲା । ଏହାଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହା ଯେ ଯେବେ ଏହି ଝିଅର ଶବ ଆଜିପର୍ଯ୍ୟନ୍ତ ପଚିନାହିଁ , କିନ୍ତୁ ଯେବେ ତାକୁ ସମାଧି ଦିଆଗଲା ସେତେବେଳେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଠିକ ସେହିଭଳି ଶବ ପଡିଛି । ଏହି କବର ୟମନର ବାହର ଗ୍ରାମରେ ସ୍ଥିତ । ଏହି ଝିଅର ଏହି ଗ୍ରାମରେ 20ବର୍ଷ ବୟସରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାକୁ ନୀତିନିୟମ ମୁତାବିକ କବ୍ରସ୍ଥାନରେ ସମାଧି ଦିଆଯାଇଥିଲା । ଶୁଣାଯାଉଛି ଯେ ଥରେ ଗ୍ରାମରେ ବହୁତ ଅଧିକ ବର୍ଷା ହୋଇଥିଲା ଓ ବର୍ଷା ରେ ପଡୁଥିବା ବୁନ୍ଦା ବହୁତ ଜୋରରେ ପଡୁଥିଲା ଯେ ସବୁ ଶବ କବରରୁ ବାହାରି ଆସିଥିଲେ ।

ସେହି ସବୁ ଶବକୁ ଗ୍ରାମବାସୀ ଆଉଥରେ କବ୍ରସ୍ଥାନରେ ପୋତି ଦେଇଥିଲେ। କିନ୍ତୁ ସେମାନେ ଯେବେ ଏହି ଝିଅର ଶବ ଦେଖିଲେ, ଯାହାକୁ କିଛି ବର୍ଷ ତଳେ ପୋତାଯାଇଥିଲା ସେ ସେହିଭଳି ଦେଖାଯାଉଥିଲା । ଯଦିଓ ଏତେ ବର୍ଷରେ ଶବ କଙ୍କାଳରେ ବଦଳିଯିବା କଥା ।

ତାସହ ସେହି ଝିଅର ଶବରୁ ବହୁତ ସୁଗନ୍ଧ ଆସୁଥିଲା । ସେହି ଝିଅକୁ ଗ୍ରାମବାସୀ ମାନେ ପୁଣି ଆଉଥରେ କବ୍ରସ୍ଥାନରେ ପୋତିଦେଇଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ସେହି ଝିଅର କବରମଧ୍ୟରୁ ସୁଗନ୍ଧ ଆସୁଛି ।

Leave a Reply

Your email address will not be published. Required fields are marked *