April 16, 2024

Odia Express

News For Public

୨୨ ଅଗଷ୍ଟ ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀଙ୍କ କୃପା ରୁ ଏହି ୨ଟି ରାଶି ଧନଵାନ ହେବେ

1 min read

ମେଷ : ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ । ଆର୍ଥିକ ଏବଂ ବ୍ୟବସାୟ ରୂପରେ ଆଜିର ଦିନ ଲାଭଦାୟକ ଅଟେ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଖୁବ ଆନନ୍ଦରେ ଦିନ କଟିବ। ଲୋକହିତ କାମ କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବୃଷ : ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ । ଲୋକମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବାଚନ ଏବଂ ଲେଖନ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ। ପରିଶ୍ରମ କମ ସଫଳତା ମିଳିବାର ଉପରେ ମଧ୍ୟ ନିଷ୍ଠାପୂର୍ବକ ଆପଣ ଆଗକୁ ବଢ଼ିବେ।ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ : ଆଜି ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଆଜି ଆପଣଙ୍କ ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ । ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆପଣ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ମାତାଙ୍କର ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ହୋଇପାରିଲେ ଯାତ୍ରା ଟାଳନ୍ତୁ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କର୍କଟ : ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । କାର୍ଯ୍ୟର ସଫଳତା ଏବଂ ନୂଆ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ସହିତ ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହିତ ମିଳାମିଶା ବନି ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ।ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ : ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ଚ଼ିନ୍ତାଧାରା ନ ମିଶିଲେ ମଧ୍ୟ ଆପଣ ଏହା ଅନୁଭବ କରିବେ ଯେ ଆପଣଙ୍କ ପରିବାରର ଲୋକ ଆପଣଙ୍କ କଥା ବୁଝନ୍ତି । ଆପଣ ମଧ୍ୟ ଏହା ଦେଖାନ୍ତୁ ଯେ ଆପଣ ସେମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ଦୂରରେ ବାସ କରୁଥିବା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିଜର ବାକପଟୁତାରେ କୌଣସି ଲୋକର ମନକୁ ଜୀତି ପାରିବେ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ରମାନଙ୍କର ସହଯୋଗ ମିଳିବ।ପ୍ରତିକାର:- କୁକୁରକୁ ଖାଦ୍ୟ କିଛି ଦିଅନ୍ତୁ।

କନ୍ୟା : ଆଜି ଆପଣ ଜାଣିପାରିବେ ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ବନ୍ଧୁମାନେ ସବୁବେଳେ ଆଗଭର ଅଟନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୈଚାରିକ ସମୃଦ୍ଧିରେ ଆପଣଙ୍କୁ ଲାଭ ହେବ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ନିଜ ବନ୍ଧୁମାନଙ୍କ ସହିତ ସାକ୍ଷାତକରି ହେବ ଏବଂ ସୁଖ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ ।

ତୁଳା : ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆପଣଙ୍କ ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। କୁଟୁମ୍ବ ଜନମାନଙ୍କ ସହିତ ମତଭେଦ ହେବାର ଆଶଂକା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିପାରେ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବିଚ୍ଛା : ଆଜି ଆପଣ ନିଜକୁ କୌଣସି ପରିବାରର କାର୍ଯ୍ୟ ବ୍ୟସ୍ତ ରଖିବେ ।ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ ।ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ ।ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ । ଗୃହସ୍ଥଜୀବନରେ ସୁଖ ଏବଂ ଶାନ୍ତିର ଅନୁଭୂତି କରିବେ। ଜୀବନସାଥୀ ତଥା ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ଚାକିରି ବ୍ୟବସାୟରେ ଭଲ ସୁଯୋଗ ମିଳିବ ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ : ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ଆର୍ଥିକ ଏବଂ ବ୍ୟାପାରିକ ଆୟୋଜନ କରିବା ପାଇଁ ଶୁଭ ଦିନ ଅଟେ। କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ରହିବ। ଆମୋଦ-ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ପ୍ରମୋଶନ ଏବଂ ମାନ-ସମ୍ମାନ ପ୍ରାପ୍ତ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ।ପ୍ରତିକାର-ଗାଈକୁ କିଛି ଖୁଆନ୍ତୁ।

ମକର : ଏହି ସମୟ ବର୍ତ୍ତମାନ ପରିବାର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାର ସମୟ ଅଟେ ଯାହାଦ୍ୱାରା ଆପଣ ନିଜକୁ ପରିବାର ଲୋକଙ୍କ ନିକଟତର ପାଇବେ । ଆଜି ଆପଣ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହିଁବେ । ଆପଣଙ୍କ ଆଜିର ଦିନ ମିଶ୍ରତ ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଅମଳ କରିବେ। ଲେଖନ ଏବଂ ସାହିତ୍ୟ ସମ୍ବନ୍ଧିତ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ସୃଜନାତ୍ମକତା ଦେଖାଯିବ।ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ

କୁମ୍ଭ : ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନୂଆ ପରିଚ଼ୟ ମିଳିପାରେ । ଏଥିପାଇଁ ବୋଧହୁଏ ତାଙ୍କୁ ବହୁତ ପ୍ରଶଂସା ମିଳିପାରେ । ଆଜି ନିଜ ପରିବାରର କିଛି ସଦସ୍ୟଙ୍କର ଦେଖାଶୁଣା କରିବାକୁ ପଡ଼ିପାରେ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ । ନକାରାତ୍ମକ ବିଚାର ମନରେ ହତାଶା ସୃଷ୍ଟି କରିପାରେ। ଖର୍ଚ୍ଚ ବଢ଼ିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ତେବେ ପରିବାରରେ ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟ ପ୍ରଭାବିତ ହୋଇପାରେ। ଧ୍ୟାନ ପୂଜନରେ ମାନସିକ ଶାନ୍ତି ମିଳିବ।ପ୍ରତିକାର- ଗୁଡରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜିର ଦିନ ସୁଖ-ଶାନ୍ତିରେ ବ୍ୟତୀତ ହେବ। କାରୋବାରରେ ଭାଗିଦାରୀ ପାଇଁ ଉତ୍ତମ ସମୟ ଅଟେ। ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ସହିତ ମିଳନ ହେବ। ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *