March 12, 2024

Odia Express

News For Public

ଚାଣକ୍ୟ ନୀତି ଅନୁସାରେ ଏହି ୪ ଟି କାମ କରିବାପରେ ଗାଧୋଇବା ନିହାତି ଦରକାର – ଜାଣନ୍ତୁ ଏହାର କାରଣ କଣ..

ଆଜି ଆମେ ଆପଣଙ୍କୁ ୪ ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ , ଯାହା ଚାଣକ୍ୟ ନୀତି ଅନୁସାରେ ବହୁତ ଅନିର୍ବାର୍ଯ୍ୟ ଅଟେ , ତେବେ ଆସନ୍ତୁ ଜାଣିବା କେଉଁ କାମ ଅଟେ ।

୧) ତେଲ ମାଲିସ୍ କରିବା ପରେ : ଯେବେ ଆପଣଙ୍କ ଶରୀରରେ ତେଲ ମାଲିସ୍ କରନ୍ତି ତେବେ ଗୋଧେଇବା ଜରୁରୀ ଅଟେ , କାରଣ ତେଲ ମାଲିସ୍ କଲାପରେ ଶରୀରରେ ରକ୍ତ ସଂଚାଳନ ହୋଇଥାଏ , ଓ ଏମିତିରେ ଶରିରରେ ଛୋଟ ଛୋଟ ଛିଦ୍ର ଥାଏ , ଯାହା ଆପଣଙ୍କ ଛିଦ୍ର୍ ଶରୀରର ଝାଳକୁ ବାହାର କରିଥାଏ , ଓ ତେଲ ମାଲିସ୍ କଲେ ଶରୀରରୁ ସବୁ ଦୁର୍ଗନ୍ଧ ବାହାରିଯାଇଥାଏ , ଏହାକୁ ଦୂର କରିବାପାଇଁ ଆପଣଙ୍କୁ ଗାଧୋଇବା ଜରୁରୀ ଅଟେ ।

 

୨) ଶ୍ମଶାନରୁ ଆସିବା ପରେ : ଆପଣ ଯେବେ ବି ଶ୍ମଶାନରୁ ଫେରିବା ପରେ ସ୍ନାନ କରିବା ଉଚିତ୍ । କାରଣ ଶବ ସହ ଯିବା ଦ୍ୱାରା ତା ଆଖପାଖ ବାତାବରଣ ଦୂଷିତ ହୋଇଥାଏ , ଓ ଶ୍ମଶାନରୁ ବହୁତ ସାରା କିଟାଣୂ କପଡାରେ ଲାଗିରହିଥାନ୍ତି , ଯେଉଁ କାରଣରୁ ଆପଣଙ୍କୁ ସଂକ୍ରମଣ ହୋଇପାରେ , ଯଦି ଆପଣ ଶ୍ମଶାନରୁ ଫେରିବାପରେ ସ୍ନାନ କରନ୍ତି ନାହିଁ ତେବେ ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି , ଏଥିପାଇଁ ଶ୍ମଶାନରୁ ଫେରିବାପରେ ସ୍ନାନ କରିବା ଉଚିତ୍ ।

 

୩) ବାଳ କାଟିବା ପରେ : ଯେବେ ଆପଣ ନିଜ ବାଳକୁ କାଟି ସାରନ୍ତି ତେବେ ସ୍ନାନ କରିବା ଜରୁରୀ ଅଟେ , କାରଣ ଆପଣଙ୍କ ବାଳ ଯେବେ କାଟିଥାନ୍ତି ତେବେ ଆପଣଙ୍କ ଶରୀରରେ ଛୋଟ ଛୋଟ ବାଳ ଲାଗିରହିଥାନ୍ତି , ଯାହା କି ଏକ ପ୍ରକାର ମଇଳା ଓ ଦୁର୍ଗନ୍ଧ ସୃଷ୍ଟି କରିଥାନ୍ତି , ଏମିତିରେ ବାଳକୁ ଦୂର କରିବାପାଇଁ ଗାଧୋଇବା ଜରୁରୀ ହୋଇଥାଏ ।

 

୪) ମେଡିକାଲ୍ ରୁ ଫେରିବାପରେ : ଯଦି ଆପଣ ମେଡିକାଲ୍ ରେ କିଛି ଦିନ ପାଇଁ ଭର୍ତ୍ତି ହୋଇଛନ୍ତି , ଓ ଯେବେ ଘରକୁ ଆସନ୍ତି ତେବେ ଗାଧୋଇବା ନିହାତି ଜରୁରି ହୋଇଥାଏ , କାରଣ ମେଡିକାଲ୍ ରେ ବହୁତ ସଂକ୍ରମଣ ବ୍ୟାପିଥାଏ , ତାହା ଦ୍ୱାରା ଶରୀରରେ ନାନାଦି ସୃଷ୍ଟି କରିଥାଏ । ଯାହା ଅନ୍ୟ ଲୋକଙ୍କୁ ସଂକ୍ରମଣ ହେବାରେ ଆଶଙ୍କା ଥାଏ , ଓ ଯେବେ ଆପଣ ଘର ଆସି ସ୍ନାନ କରିନିଅନ୍ତି ତେବେ ସଂକ୍ରମଣ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *