March 29, 2024

Odia Express

News For Public

ବାଉଁଶ ଜଳେଇବାର ଭୟାବହ ପରିଣାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, କେବେ ଏପରି କରନ୍ତୁ ନାହିଁ…

ଯଦି ଆପଣ ଭାରତୀୟ ଅଟନ୍ତି ଏବଂ ଆପଣଙ୍କ ସମ୍ପର୍କ ଗ୍ରାମ ସହ ଜଡିତ , ତେବେ ଆପଣ ବାଉଁଶ ବିଷୟରେ ନିଶ୍ଚିତ ଜାଣିଥିବେ । ଏହା ଏକ ପ୍ରକାରର ଗଛ ଅଟେ ଯାହା ଅନ୍ୟ ବୃକ୍ଷ ଅପେକ୍ଷା ବହୁତ ଅଧିକ ଲମ୍ବା ହୋଇଥାଏ । ଏମିତିରେ ତ ଏହାକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଏ କିନ୍ତୁ ଏହାର ଏକ ସ୍ଵତନ୍ତ୍ର ବ୍ୟବହାର ହିନ୍ଦୁ ସମାଜରେ ଲୋକମାନଙ୍କ ଦ୍ଵାରା କରାଯାଏ । ପ୍ରକୃତରେ ହିନ୍ଦୁ ସମାଜରେ ଯେବେ କାହାର ମୃତ୍ୟୁ ହୁଏ ତେବେ ତାହାର ପାର୍ଥିବ ଶରୀରକୁ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରାଯାଏ। ଉଲ୍ଲେଖାଯୋଗ୍ୟ ଏହା ଯେ ପାର୍ଥିବ ଶରୀର ଘରଠାରୁ ଶ୍ମଶାନ ପର୍ଯ୍ୟନ୍ତ ନେବାପାଇଁ ଏହି ଲମ୍ବା ବାଉଁଶ ର ବ୍ୟବହାର କରାଯାଏ । ଏହା ପଛରେ ଏକ କାରଣ ଅଛି ଯାହାକି ଏହା ଯେ ବାଉଁଶ ମଜବୁତ ହେବା ସହ ନମନୀୟ ହୋଇଥାଏ ।

କିନ୍ତୁ ଏଠାରେ ଧ୍ୟାନ ରଖିବା ଉଚିତ ଯେ ଯେବେ ବ୍ୟକ୍ତିର ପାର୍ଥିବ ଶରୀର କୁ ଚିତା ଉପରେ ରଖାଯାଏ ସେତେବେଳେ ବାଉଁଶକୁ ବାହାର କରିଦିଆଯାଏ । ତେଣୁ କେଏନ ଆପଣ ଜାଣନ୍ତି ଏପରି କାହିଁକି କରାଯାଏ? ଯଦି ଆପଣଙ୍କୁ ଏହା ବିଷୟରେ ଜଣା ନାହିଁ ତେବେ ଏଠାରେ ଜାଣିପାରିବେ , କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହା ଜାଣିକି ଆପଣ ଭୟଭୀତ ହୋଇପାରନ୍ତି । କାରଣ ଏହାର ପରିଣାମ ବହୁତ ଖରାପ ହୋଇଥାଏ ।

ପ୍ରକୃତରେ ଧାର୍ମିକ ବିଶେଷଜ୍ଞ ମାନଙ୍କର ଶାସ୍ତ୍ର ଆଧାରରେ କୁହନ୍ତି ଯେ ବାଉଁଶ ଜଳେଇବାରେ ପିତୃ ଦୋଷ ଲାଗେ । ଏଥିପାଇଁ ବାଉଁଶର କାଠ ଜଳେଇବା ଉଚିତ ନୁହେଁ । କୁହାଯାଏ ଯେ ବାଉଁଶର ଉପଯୋଗ କରିବା ପରେ ଏହାକୁ ନଷ୍ଟ କରିବାରେ ବାରଣ କରାଯାଏ । ଏହି ବାଉଁଶ ନଜଳେଇବା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

କୁହାଯାଏ ଯେ ବାଉଁଶରେ ଶିସା ସହ ଅନ୍ୟ କେତେ ପ୍ରକାରର ଧାତୁ ମଧ୍ୟ ରହିଛି । ଏମିତିରେ ଯଦି ଆପଣ ଏହାକୁ ଜଳେଇ ନଷ୍ଟ କରନ୍ତି ତେବେ ଏହି ଧାତୁ ସବୁ ନିଜର ଅକସାଇଡ ତିଆରି କରିଦିଅନ୍ତି , ଯେଉଁ କାରଣରୁ ନା କେବଳ ବାତାବରଣ ଦୂଷିତ ହୋଇଥାଏ ତାଛଡା ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ, କାରଣ ଏହାର ଅଂଶ ବାୟୁରେ ମିଶିଥାଏ ଓ ଯେବେ ଆପଣ ପ୍ରଶ୍ଵାସ ନିଅନ୍ତି ତେବେ ଏହା ଆପଣଙ୍କ ଶରୀରରେ ପ୍ରବେଶ କରେ । ଯେଉଁ କାରଣରୁ ନ୍ୟୁରୋ ଓ ଲିଭର ସମ୍ବନ୍ଧୀୟ ଅସୁବିଧାର ବିପଦ ବଢିଯାଏ ।

Leave a Reply

Your email address will not be published. Required fields are marked *