ଏବେ ଏହି ଗୋଟିଏ ଜିନିଷ ଦ୍ୱାରା ମିନିଟ୍ ସମୟ ମଧ୍ୟରେ ବାହାର କରିପାରିବେ କପଡାରେ ଲାଗିଥିବା ପୁରୁଣା ଜଙ୍କ୍ ର ଦାଗ ..

ବର୍ଷା ଦିନରେ ଲୁହାର ତାରରେ କପଡା ଶୁଖାଇଲେ ଜଙ୍କ୍ ଲାଗିଯାଏ , ଓ ଜଙ୍କ୍ ର କପଡାରେ ଦେଖିବାକୁ ମିଳେ , ଓ ପିନ୍ଧିବାକୁ ବହୁତ ଖରାପ ବି ଲାଗିଥାଏ , ଏମିତିରେ ଜଙ୍କ୍ ଲାଗିଥିବା କପଡା ଦାଗ କିପରି ଛଡାଇବେ , ବହୁତ ଲୋକଙ୍କର ଏହି ସମସ୍ୟା ଅଛି, କାରଣ ଏହି ଜଙ୍କ୍ ବହୁତ କଠିନ ହୋଇଥାଏ ଯାହା ସହଜରେ ଛାଡେ ନାହିଁ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଧି କହିବାକୁ ଯାଉଛୁ , ଯାହାର ବ୍ୟବହାର କରି ଆପଣ କପଡାରୁ ଜଙ୍କ୍ କିଛି ମିନିଟ୍ ମଧ୍ୟରେ ବାହାର କରିପାରିବେ , ଏହାପାଇଁ ଆପଣଙ୍କୁ ମହଙ୍ଗା ଡିଟରଜେଣ୍ଟ କିଣିବାକୁ ପଡିବ ନାହିଁ ।

ମିନିଟ୍ ମଧ୍ୟରେ କପଡାରୁ ଜଙ୍କ୍ ଦାଗ ଛଡାଇବାକୁ ହେଲେ ପ୍ରଥମେ ଜଙ୍କ୍ କପଡା ନିଅନ୍ତୁ , ଏବେ ଏହାକୁ ଖୋଲିଦିଅନ୍ତୁ , ଓ ତାପରେ ଟୟଲେଟ୍ କ୍ଲିନର୍ ନିଅନ୍ତୁ , ଆପଣ ଚାହିଁଲେ ହାର୍ପିକ୍ ଟୟଲେଟ୍ କ୍ଲିନର୍ ବ୍ୟବହାର କରିପାରିବେ , ଏବେ କପଡାରେ ଯେଉଁଠି ଜଙ୍କ୍ ଲାଗିଛି , ସେଠାରେ ହାର୍ପିକ୍ କ୍ଲିନର୍ ର ଗୋଟେ ଡ୍ରପ୍ ପକାନ୍ତୁ , ଏହା କେବଳ ଜଙ୍କ୍ ଦାଗ ଥିବା ଅଂଶରେ ଲଗାନ୍ତୁ , ଏବେ ଟୁଥ୍ ବ୍ରଶ୍ କିମ୍ବା କେଉଁ ଡିଟରଜେଣ୍ଟ ପାଉଡର୍ ନିଅନ୍ତୁ , ଓ ଟିକିଏ ପକାଇ ରଗଡନ୍ତୁ , ଏବେ ସେଥିରେ ହାର୍ପିକ୍ କ୍ଲିନର୍ ବି ପକାଇଥିବେ ।

ଯେବେ ଆପଣ ଟୟଲେଟ୍ କ୍ଲିନର୍ ରେ ଜଙ୍କ୍ ଦାଗ ସଫା କରୁଛନ୍ତି ତ ଗୋଟିଏ ଥରରେ ଏହା ସଫା ହେବ ନାହିଁ , କିନ୍ତୁ ଏହା ହାଲକା ହୋଇଯିବ , ଏବେ ଏହାକୁ ସଫା ପାଣିରେ ଧୋଇକରି ଦେଖନ୍ତୁ , ଯଦି ଜଙ୍କ୍ ଦାଗ ଭଲ ଭାବେ ସଫା ହୋଇଯାଇଛି , ତେବେ ଏହି ପ୍ରକିୟା ଆଉଥରେ ବ୍ୟବହାର କରିବା ଠିକ୍ ନୁହେଁ , ଯଦି ଆହୁରି ଦାଗ ରହିଛି ତେବେ ସେହିପରି ଆଉଥରେ ଟୟଲେଟ୍ କ୍ଲିନର୍ ପକାଇ ସଫା କରନ୍ତୁ , ଏହା ଦ୍ୱାରା ଜଙ୍କ୍ ପୁରା ଭାବେ ସଫା ହୋଈଯିବ , ଓ ଏହାକୁ ପାଣିରେ ଧୋଇ ସୁଖାଇଦିଅନ୍ତୁ , ନୁଆ କପଡାକୁ ଖରାରେ ସୁଖାନ୍ତୁ ନାହିଁ , କିନ୍ତୁ ଯଦି ଦାଗ ହୋଇଥିବା କପଡା ଅଛି ତେବେ ଖରାରେ ସୁଖାନ୍ତୁ । ଟୟଲେଟ୍ କ୍ଲିନର୍ ଛଡା ଆପଣ କୋଲ୍ଡ ଡ୍ରିଙ୍କ୍ସ ଦ୍ୱାରା ସଫା କରିପାରିବେ , ଏହାପାଇଁ ଆପଣଙ୍କୁ ଜଙ୍କ୍ ଲାଗିଥିବା କପଡାରେ କୋଲ୍ଡ ଡ୍ରିଙ୍କ୍ସ୍ ର କିଛି ଡ୍ରପ୍ ପକାଇବାର ଅଛି , ତାପରେ ଟିକିଏ ବ୍ରଶ୍ କରି ଡିଟରଜେଣ୍ଟ ପାଉଡର୍ ପକାଇ ଘସିବାର ଅଛି , ଏହାପରେ ସଫା ପାଣିରେ ଧୋଇ ସୁଖାଇଦେବାର ଅଛି , ଏବେ କପଡା ଆଉଥରେ ନୁଆ ପରି ଲାଗିବ ।

Leave a Reply

Your email address will not be published. Required fields are marked *