ନଡିଆର କତାଗୁଡିକ ପ୍ରୟୋଗ ବିଷୟରେ ଜାଣିଲେ କେବେ ଫିଙ୍ଗିବେ ନାହିଁ , କହିବେ ପୂର୍ବରୁ କଣ ପାଇଁ କହିଲେ ନାହିଁ…

ଆମେ ନଡିଆ ପାଣି ପିଇଥାଉ, ଓ ଖାଇଥାଉ କିନ୍ତୁ ନଡିଆର କତାକୁ ପକେଇଦେଇଥାଉ , ଆଜି ଆମେ ଆପଣଙ୍କୁ ନଡିଆର କତା ର ବ୍ୟବହାର ସଂବନ୍ଧିତ କିଛି କହିବୁ, ଯାହାକୁ ଜାଣିଲାପରେ ଆପଣ କେବେ ବି ନଡିଆର କତାକୁ ପକାଇବେ ନାହୀଁ ଓ କହିବେ କି ଆଗରୁ କଣ ପାଇଁ କହିଲୁ ନାହିଁ , ନଡିଆର କତା ବହୁତ ଉପଯୋଗୀ ହୋଇଥାଏ , ଏହାକୁ କେବେ ପକାଇବେ ନାହିଁ ବରଂ ବ୍ୟବହାର କରିବେ , ଆସନ୍ତୁ ଜାଣିବା ଏହାର ବିଷୟରେ ।

ସବୁଠାରୁ ପ୍ରଥମେ ନଡିଆର କତାକୁ ଅଲଗା ଅଲଗା କରିଦିଅନ୍ତୁ , ନଡିଆର କତାକୁ ଅଲଗା ଅଲଗା କରିବାପରେ ଛୋଟ ଛୋଟ ଖଣ୍ତରେ କାଟିଦିଅନ୍ତୁ , କତାର ଖଣ୍ତକୁ କାଟିବାପରେ ଏହାକୁ ଏକ ମିକ୍ସର ଜାର୍ ରେ ପାଉଡର୍ କରିଦିଅନ୍ତୁ , ଏବେ ଏକ ପ୍ଲେଟ୍ ରେ ବାହାର କରିଦିଅନ୍ତୁ , ଆପଣ ଚାହିଁଲେ ଶିଳରେ ଏହାକୁ ପେଷିପାରିବେ , ନଡିଆ ପାଉଡର୍ ପ୍ଲେଟ୍ ରେ ବାହାର କରିବାପରେ ବଡ ବଡ ଭାଗ କରି ଅଲଗା ଅଲଗା କରିଦିଅନ୍ତୁ , ଓ ଏହାକୁ ପୁରା ଗୁଣ୍ତ କରିବାକୁ ହେବ ।

ଏବେ ଏହାକୁ ପାଣିରେ ପକାଇ ତାହାକୁ ଛୋଟ ଛୋଟ ବଲ୍ କରିଦିଅନ୍ତୁ , ତାପରେ ଏକ ପ୍ଲାଷ୍ଟିକ୍ ରେ ଷ୍ଟୋର୍ କରନ୍ତୁ , ଏହାର ବ୍ୟବହାର ଗଛରେ ସାର ରୁପେ କରିପାରିବେ , ଏହାକୁ ବ୍ୟବହାର କରିବାପାଇଁ ଗୋଟେ କୁଣ୍ତ ନିଅନ୍ତୁ ସେଥିରେ ତଳ ଭାଗରେ ନଡିଆ ପାଉଡର୍ ବଡ ବଡ ଗୋଳା ରଖିଦିଅନ୍ତୁ , ଓ ତାପରେ ମାଟି ପକାଇଦିଅନ୍ତୁ , ଏବେ ନଡିଆର ପାଉଡର୍ ଆପଣ ପକାଇଥିବା କୁଣ୍ତରେ ଗଛର ଆୟୁ ଆହୁରି ବଢାଇଦେବ , ଓ ଏହା ଏକ ଉତ୍ତମ ସାର ହିସାବରେ କାମ କରିବ , ଏହା ଛଡା ନଡିଆ କତା ନିଜ କୁଣ୍ତରେ ରଖିପାରିବେ , ଏହା ଗୋଟେ ଥର ପାଣି ଦେବାପରେ ପାଞ୍ଚ ଛଅ ମାସ ପାଣି ନଦେଲେ ଗଛ ଶୁଖିବ ନାହୀଁ ।

ଆପଣ ଯଦି କେଉଁ ଆଡେ ୧୫-୨୦ ଦିନ ବୁଲିବାକୁ ଯାଉଛନ୍ତି ତେବେ ନଡିଆର କତାରେ ତିଆରି ହୋଇଥିବା ପାଉଡର୍ କୁଣ୍ତରେ ପକାଇପାରିବେ , ଏହା ଦ୍ୱାରା ଗଛ ଶୁଖିବ ନାହିଁ , ଏହା ସହ ନଡିଆର ବଲ୍ କୁ ଚାରା ପକାଇଯାଆନ୍ତୁ , ଏହା ଦ୍ୱାରା ଗଛର କେଉଁ ପ୍ରକାର ହାନି ହୋଇନଥାଏ , ଏହା ଦ୍ୱାରା ଆପଣଙ୍କ ଗଛରେ କୌଣସି ପ୍ରକାର କ୍ଷତି ହେବ ନାହିଁ ।

Leave a Reply

Your email address will not be published. Required fields are marked *