April 11, 2024

Odia Express

News For Public

୨୦ ନଭେମ୍ବର ୨୦୧୯ ବୁଧବାର ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

1 min read

ମେଷ : ଆର୍ଥିକ ଯୋଜନା କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ କରିବେ। ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦ ମିଳିବ। ଆଜି କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ଯୋଗ ଅଛି। ସାମାଜିକ ଦୃଷ୍ଟିରୁ ଅପମାନିତ ନହେବାପାଇଁ ଧ୍ୟାନ ରଖିବେ। ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ପୈତୃକ ସଂପତ୍ତି ଲାଭ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ କମ ସମୟ ଦେବେ, ଏହି କାରଣରୁ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ : ଆଜି ଆପଣଙ୍କ ମନ କିଛି ଅଧିକ ଭାବନାଶୀଳ ରହିବ। ଭାବନାର ପ୍ରବାହରେ ବହି ଆପଣ କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ, ସାବଧାନ ରୁହନ୍ତୁ। ଚର୍ଚ୍ଚା ଏବଂ ବିବାଦରୁ ଦୂରରେ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବଢିଲା ପରି ନଜର ଆସିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ।  ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ମିଥୁନ : ମିତ୍ରମାନଙ୍କଠାରୁ ଲାଭ ମିଳିବାର ଯୋଗ ଅଛି। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସନ୍ତାନମାନଙ୍କ ସହିତ ସମ୍ବନ୍ଧ ସୁମଧୁର ରହିବ। ମଧ୍ୟାହ୍ନ ପରେ ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ, ଧ୍ୟାନ ରଖିବେ। ଉଗ୍ର ଚର୍ଚ୍ଚା-ବିବାଦରୁ ଦୂରରେ ରୁହନ୍ତୁ। ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ। ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବେ। ଅନ୍ୟଥା ସ୍ଵାସ୍ଥ୍ୟ ଖରାପ ହେବ। ଆକସ୍ମିକ ଧନ ଲାଭ ମଧ୍ୟ ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ : ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସରେ ଆପଣ ପ୍ରତ୍ୟେକ କାର୍ଯ୍ୟ ଆଜି ସରଳତା ପୂର୍ବକ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଆପଣଙ୍କ ବୁଦ୍ଧି ପ୍ରତିଭାକୁ ପ୍ରଶଂସିତ କରାଯିବ। ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ଆର୍ଥିକ ଲାଭ ହେବାର ଯୋଗଅଛି। ଆପଣ ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରି ପାରିବେ। ପରିଜନମାନଙ୍କର ସହିତ ସାମାଜିକ ସମାରୋହରେ ଭାଗ ନେବେ।  ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପିତା ଏବଂ ବଡ଼ଙ୍କର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ସମ୍ପୂର୍ଣ୍ଣ ଦିନ ଆନନ୍ଦରେ ବିତିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ସିଂହ : କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଉପସ୍ଥିତ ରହିବେ। ଆପଣଙ୍କ ବ୍ୟବହାର ମଧ୍ୟ ଆଜି କିଛି ନ୍ୟାୟପ୍ରିୟ ରହିବ। ହାନିକାରକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଦିନ ବହୁତ ଭଲ ଏବଂ ସଫଳତା ଭରା ରହିବ। ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନ ରଖିବେ। ଚାକିରିରେ ଆପଣଙ୍କ ଯଶ ବୃଦ୍ଧି ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ କିଛି ଅବରୋଧ ଆସିପାରେ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଗଣଙ୍କ ସହିତ ତାଳମେଳ ବନାଇ ରଖିବେ। ଉଚ୍ଚ ପଦାଧିକାରିମାନଙ୍କ ତଥା ବୃଦ୍ଧ ବର୍ଗଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ। ମାନପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।ଦ୍ୱ

ତୁଳା : ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ। ସ୍ଥାୟୀ ସଂପତ୍ତିର କାଗଜପତ୍ର ଉପରେ ଆଜି ହସ୍ତାକ୍ଷର କରନ୍ତୁ ନାହିଁ ପରେ ଦେଖିଚାହିଁ କରିବେ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟରେ ସୁଧାର ହେବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ। ରଚନାତ୍ମକ କ୍ଷମତା ଭଲ ରହିବ। ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ।ବ୍ୟାପାରରେ ବିକାସର ସୁଯୋଗ ମିଳିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗ ଅଛି।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ବିଚ୍ଛା : କାର୍ଯ୍ୟରେ ସଫଳତା ମିଳିବାରରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ଶତ୍ରୁ ମଧ୍ୟ ଆପଣଙ୍କଠାରୁ ପରାଜିତ ହେବେ। ଘରର ବାତାବରଣ ଭଲ ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ନକାରାତ୍ମକ ବିଚାର ଆପଣଙ୍କୁ ଚିନ୍ତାରେ ପକାଇପାରନ୍ତି। ଭାଗ୍ୟବୃଦ୍ଧିର ସଂକେତ ଅଛି। ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚର ଯୋଗ ଅଛି।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ।

ଧନୁ : ପରିଜନମାନଙ୍କ ସହିତ ବାତାବରଣ ଚିନ୍ତାପୂର୍ଣ୍ଣ ହୋଇପାରେ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ ବିଚାର ଅପେକ୍ଷା କମ ସଫଳତା ମିଳିବ। ମଧ୍ୟାହ୍ନ ପରେ ଆପଣଙ୍କ ସମୟ ଭଲ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଇ-ଭଉଣୀମାନଙ୍କଠାରୁ ଆପଣଙ୍କୁ ଲାଭ ମିଳିବ। ଚାକିରିରେ ପ୍ରତିଷ୍ଠା ବଢ଼ିବ। ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ। ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି। କାର୍ଯ୍ୟରେ କମ ସଫଳତା ମିଳିବ। ବିରୋଧୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କ ସହିତ ବିବାଦରେ ପଡ଼ନ୍ତୁ ନାହିଁ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ମକର : ଆପଣ ଆତ୍ମବିଶ୍ଵାସ ପୂର୍ଣ୍ଣ ରହିବ। ପ୍ରତ୍ୟେକ କାର୍ଯ୍ୟ ଦୃଢ ନିର୍ଣ୍ଣୟ ଶକ୍ତିରେ କରିବେ। କ୍ରୋଧର ଭାବନା ଅଧିକ ରହିପାରେ, ମନ ଶାନ୍ତ ରଖିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପରିଜନମାନଙ୍କର ସହଯୋଗ ମିଳିବ। ଆଜିର ଦିନ ଆନନ୍ଦପୂର୍ବକ ବିତିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଧନ ବୃଦ୍ଧି ହେବ। ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି। ବିରୋଧିମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଆନନ୍ଦ-ଉଲ୍ଲାସ ଏବଂ ଭାଗ୍ୟବୃଦ୍ଧି ପୂର୍ଣ୍ଣ ଦିନ ଅଟେ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ : ଆପଣଙ୍କ କାର୍ଯ୍ୟରେ ବିଘ୍ନ ଉପସ୍ଥିତ ହେବାରୁ କାର୍ଯ୍ୟପୂର୍ତ୍ତି ହେବାରେ ବିଳମ୍ବ ହୋଇପାରେ। ସହକର୍ମିମାନଙ୍କ ସହଯୋଗରେ ବାଧା ଆସିବ। ଦାମ୍ପତ୍ୟଜୀବନରେ ଅଶାନ୍ତିର ବାତାବରଣ ଲମ୍ବା ସମୟ ପର୍ଯ୍ୟନ୍ତ ନ ରହୁ ଏହାର ଧ୍ୟାନ ରଖିବେ। ବ୍ୟାପାରରେ ପାର୍ଟନର ସହିତ ସମ୍ଭାଳିକରି ରୁହନ୍ତୁ। ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ମୀନ : ଆଜିର ଦିନ ସମ୍ଭାଳିକରି ଚାଲନ୍ତୁ। ସ୍ଵାସ୍ଥ୍ୟ ବିଷୟରେ ଦାୟିତ୍ୱହୀନ ହୁଅନ୍ତୁ ନାହିଁ ଏବଂ ନିଷେଧାତ୍ମକ ବିଚାରକୁ ନିଜ ଉପରେ ପ୍ରଭାବୀ ହେବାପାଇଁ ଦିଅନ୍ତୁ ନାହିଁ। ଆକସ୍ମିକ ବ୍ୟୟ ପାଇଁ ମାନସିକ ରୂପରେ ପ୍ରସ୍ତୁତ ରୁହନ୍ତୁ। ଧାର୍ମିକ ସ୍ଥାନର ଯାତ୍ରା କରିପାରନ୍ତି। ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ। ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି। ଲଘୁ ପର୍ଯ୍ୟଟନ ହେବ। ସାର୍ବଜନିକ ଜୀବନରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *