March 27, 2024

Odia Express

News For Public

BSF ଯବାନ ୧୧ ଲକ୍ଷ ଯୌତୁକ ନେବା ପାଇଁ ମନାକରିଦେଲେ , କହିଲେ ମୋ ପାଇଁ ପଇସାଠୁ ବଡ ମୋ ସ୍ତ୍ରୀ ଅଟେ…

1 min read

ଜୟପୁର । ଯୌତୁକ ଲେଣ-ଦେଣ କରିବା ଘୋର ପାପ ଅଟେ , ଓ ଆଇନଗତ ଦଣ୍ତନୀୟ ଅପରାଧ ଅଟେ , ଏହି ଦିବ୍ୟଜ୍ଞାନ ବହୁତ ଲୋକ ଦେଇଥାନ୍ତି , ବହୁତଥର କନ୍ୟାଘରର ଲୋକେ ଲୋଭୀ ବର ଘରକୁ ମଣ୍ତପର ବାହାର ରାସ୍ତା ବି ଦେଖାଯାଈଥାଏ , କିନ୍ତୁ ଏମିତି ଉଦାହରଣ କମ୍ ଦେଖିବାକୁ ମିଳେ ଯେଉଁଠି ନିଜେ ବର ଯୌତୁକ ନେବାରେ ମନା କରିଦିଏ , ହଁ ଆଜ୍ଞା ରାଜସ୍ଥାନର ରାଜଧାନୀ ଜୟପୁରରେ ଏପରି କିଛି ହୋଇଥିଲା , ବିଏସ୍ ଏଫ୍ ର କନଷ୍ଟେବଳ ଜିତେନ୍ଦ୍ର ସିଂ ପରମ୍ପରା ନାଁରେ ସମାଜରେ ବ୍ୟାପିଥିବା ଏହି ଯୌତୁକ ନାଁର ବିଷକୁ ପିଇବାକୁ ମନା କରିଦେଇଥିଲେ , ନିଜ ବାହାଘରରେ ସେ ୧୧ ଲକ୍ଷା ଟଙ୍କା ନେବା ପାଈଁ ମନା କରିଦେଇଥିଲେ , ଏହାର ବଦଳରେ ସେ ଆଶିର୍ବାଦ ରୁପରେ ମାତ୍ର ୧୧ ଟଙ୍କା ଓ ଏକ ନଡିଆ ନେବାକୁ କହିଥିଲେ ।

ଜଣାଯାଏ କି ଜୟପୁରର ଅମ୍ବା ବାରୀ ଇଲାକାରେ ବିଏସ୍ ଏଫ୍ ଜବାନ ଜିତେନ୍ଦ୍ର ସିଂ ଓ ଚଞ୍ଚଳ ସେଖାୱତ ଶନିବାରକୁ ବିବାହ କରିଥିଲେ , ଝିଅର ବାପା ଏହି ସମୟରେ ବରକୁ ୧୧ ଲକ୍ଷ ଟଙ୍କାର ଉପହାର ଦେବାକୁ ଚାହିଁଥିଲେ , କିନ୍ତୁ ବର ସିଧା ମନା କରିଦେଇଥିଲେ , ଝିଅଘର ଲୋକଙ୍କୁ ଲାଗିଲା କି ବର କିଛି କଥା ଯୋଗୁଁ ରାଗିଛନ୍ତି , ଓ ସେ ଭୟଭୀତ ହୋଇଯାଇଥିଲେ , କିନ୍ତୁ ଯେବେ ବର କହିଲେ କି ସେ ବିନା ଯୌତୁକରେ ବିବାହ କରିବାକୁ ଇଚ୍ଛୁକ ତେବେ ସେଠାରେ ଉପସ୍ଥିତ ଝିଅଘର ଲୋକେ ଭାବୁକ ହୋଇଗଲେ ,

ଝିଅର ବାପା ଗୋବିନ୍ଦ ସିଂ ସେଖାୱତ କହିଲେ କି ମୁଁ ପୂର୍ବରୁ ଟିକିଏ ଭୟଭୀତ ହୋଇଯାଇଥିଲି ଓ  ଭାବିଲି କି ବର କିମ୍ବା ବରଯାତ୍ରୀର କେଉଁ ସଦସ୍ୟ କେଉଁ କଥାକୁ କେନ୍ଦ୍ର କରି ରାଗିଛନ୍ତି , ମୋତେ ଏମିତି ବି ଲାଗିଥିଲା କି ଅଧିକା ପଇସା ମାଗିଲେ ମୁଁ ମନା କେମିତି କରିବି , ପରେ ମୋତେ ଅନୁଭବ ହେଲା କି ବର ଓ ତାଙ୍କର ପରିବାର ଯୌତୁକ ପ୍ରଥା ବିପକ୍ଷରେ ଥିଲେ ।

Leave a Reply

Your email address will not be published. Required fields are marked *