April 16, 2024

Odia Express

News For Public

୨୩ ନଭେମ୍ବର ୨୦୧୯ ଶନିବାର – ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନିଦେବ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

1 min read

ମେଷ : ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ ।  ଆଜି ମାନସିକ ବ୍ୟାକୁଳତା ଅଧିକ ରହିବ ଏବଂ ଏକାଗ୍ରତା କମ ରହିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ ହୋଇପାରେ। ପୁଞ୍ଜି ନିବେଶରେ ଆଜି ବିଶିଷ୍ଟ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ସ୍ଵଜନମାନଙ୍କ ସହିତ ଆଜି ମନମାଳିନ୍ୟ ହୋଇପାରେ। କୌଣସି ଛୋଟ ଲାଭ ପଛରେ ବଡ଼ ହାନି ନ ହୋଇଯାଉ ଏହାର ବିଶେଷ ଧ୍ୟାନ ରଖିବେ, ଆଧ୍ୟାତ୍ମିକ କାର୍ଯ୍ୟଗୁଡ଼ିକରେ ହିଁ ଦିନ ପୂର୍ଣ୍ଣ ହୋଇଯିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ

ବୃଷ : ଆଜି ଆପଣଙ୍କୁ ଆପଣଙ୍କ ପରିବାରର ପୂରା ସହଯୋଗ ମିଳିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।  ବ୍ୟାପାରରେ ଲାଭ ହେବ। ଗୃହସ୍ଥ ଜୀବନରେ ଆନନ୍ଦର ମାହୌଲ ରହିବ। ଆଜି ଆପଣ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରି ପାରିବେ। ଚାକିରିପେଶା ଏବଂ ବ୍ୟାପାରିମାନଙ୍କ ପାଇଁ ଦିନ ଭଲ ଅଟେ। ଚାକିରିପେଶା ଲୋକମାନଙ୍କର ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ପୁରୁଣା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ପ୍ରମୋଶନରେ ଆର୍ଥିକ ଲାଭ ହୋଇପାରେ। ଉପହାର ଏବଂ ମାନ-ସମ୍ମାନରେ ମନ ପ୍ରସନ୍ନ ରହିବ।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ମିଥୁନ : ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳିବାକୁ ଚେଷ୍ଟା କରିବେ। ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ଦାମ୍ପତ୍ୟ ଜୀବନରେ ଯୁକ୍ତି ଏବଂ ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ମଧ୍ୟରେ ମନମାଳିନ୍ୟ ହୋଇପାରେ। ସାମାଜିକ ଜୀବନରେ ସଫଳତା ମିଳିବ। ବିପରୀତ ଲିଂଗ ବ୍ୟକ୍ତିମାନଙ୍କ ସାଥିରେ ଭେଟ ହୋଇପାରେ। ଏଥିରେ ସାବଧାନ ରୁହନ୍ତୁ।ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

କର୍କଟ : ଆଜି ଘରେ ବହୁତ କୋଳାହଳମୟ ପରିବେଶ ହେବ । ଘରେ ଏକା ସାଙ୍ଗରେ ବହୁତ କାର୍ଯ୍ୟ ହେବ । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରନ୍ତୁ ।  ଖାଇବା-ପିଇବା ପ୍ରତି ଧ୍ୟାନ ରଖିବେ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ ଏବଂ ମନ ମଧ୍ୟ ପ୍ରସନ୍ନ ରହିବ। ଆରୋଗ୍ୟ ପ୍ରାପ୍ତି ହେବ। ରୋଗରେ ପୀଡ଼ିତ ଲୋକମାନଙ୍କର ସ୍ଥିତି ସୁଧୁରିବ। ଆର୍ଥିକ ରୂପରେ ଲାଭ ହେବ ଏବଂ ଯଶ ମଧ୍ୟ ମିଳିବ। ସାଥିରେ କାମ କରିବା ଲୋକଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ମା’ଘରୁ ଭଲ ସମାଚାର ଆସିବ।ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ

ସିଂହ : ଆଜି ଆପଣ ସେମାନଙ୍କ ସହିତ ସମୟ କଟାନ୍ତୁ । ଯେଉଁମାନଙ୍କ ସହିତ ସମୟ କଟାଇବାପାଇଁ ବହୁତ ଦିନରୁ ଅପେକ୍ଷାରତ ,ନିଜ ବନ୍ଧୁମାନଙ୍କୁ ଦେଖାକରନ୍ତୁ କିମ୍ବା ନିଜ ପରିବାରର ଲୋକ ମାନଙ୍କ ସହିତ ସମୟ କଟାନ୍ତୁ । ଆର୍ଥିକ ଲାଭ ମିଳିବାର ଯୋଗ ଅଛି। ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ଉତ୍ସାହିତ ରହିବେ। ଆର୍ଥିକ ରୂପରେ ଦିନ ଲାଭଦାୟୀ ଅଟେ। ଘରର ଲୋକମାନଙ୍କର ଏବଂ ମିତ୍ରମାନଙ୍କ ସହିତ ବୁଲିବାକୁ ଯିବାର ସମ୍ଭାବନା ଅଛି। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବାର ସମ୍ଭାବନା।ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ

କନ୍ୟା : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।ଆଜି ବିଚାରର ଗତିଶୀଳତାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜିର ଦିନ ଆପଣଙ୍କପାଇଁ ଚାକିରି କ୍ଷେତ୍ରରେ ପ୍ରତିଦ୍ୱନ୍ଦୀମୂଳକ ରହିବ ଏବଂ ସେଥିରେ ପ୍ରତିଦ୍ୱନ୍ଦିତା କରି ଭଲ କରିବାକୁ ଚେଷ୍ଟା କରିବେ। ମାନସିକ ରୂପରେ ଆଜିର ଦିନ ଅସୁବିଧା ଏବଂ ଅଡ଼ୁଆ ରହିବ। ଶାରୀରିକ ରୂପରେ ଶକ୍ତିହୀନ ହେବା ଏବଂ ଆଲସ୍ୟର କାରଣରୁ କାର୍ଯ୍ୟରେ ଉତ୍ସାହ ରହିବ ନାହିଁ। ପେଟରେ ଯନ୍ତ୍ରଣା ଅସୁବିଧାର କାରଣ ହୋଇପାରେ। ଧନର ଅପବ୍ୟୟ ହେବ। ବ୍ୟବସାୟରେ ବାଧା ଆସିପାରେ। ସନ୍ତାନମାନଙ୍କ ତରଫରୁ ଚିନ୍ତା ହୋଇପାରେ। ରାଜକୀୟ ବାଧା ହଇରାଣ କରିପାରେ।ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ତୁଳା : ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ । ମାନସିକ ଚିନ୍ତାରେ ବୁଡ଼ି ରହିବେ। ଆପଣଙ୍କ ଜିଦ ସ୍ଵଭାବକୁ ଆଜି ତ୍ୟାଗ କରନ୍ତୁ, ନ ହେଲେ କାହା ସହିତ ବାଦ-ବିବାଦ ହୋଇପାରେ। ଆଜି ଲେଖକ, କାରୀଗର ଏବଂ କଲାକାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଆଜି ଆପଣ କ୍ରୋଧରୁ ଦୂରରେ ରୁହନ୍ତୁ। କାମବୃତ୍ତି ଏବଂ ଚୋରୀ ପରି ଅନୈତିକ ବିଚାର ଉପରେ ନିୟନ୍ତ୍ରଣ ରଖିବେ କାରଣ ନିୟନ୍ତ୍ରଣ ହରାଇଲେ କାର୍ଯ୍ୟ ବିଗଡ଼ି ପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ବିଘ୍ନ ଆସିପାରେ। ପରିବାରରେ ଝଗଡ଼ା ନହେଉ ଏହାର ଧ୍ୟାନ ରଖିବେ। ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ।ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ

ବିଚ୍ଛା : ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ଆଜି ଆପଣ ରହସ୍ୟ ଏବଂ ଆଧ୍ୟାତ୍ମିକତାର ରଙ୍ଗରେ ରଙ୍ଗେଇ ହେବେ। ବନ୍ଧୁ-ବାନ୍ଧବ ମାନଙ୍କ ସାଥିରେ ଆପଣଙ୍କର ବ୍ୟବହାର ଭଲ ରହିବ। ନୂଆ କାର୍ଯ୍ୟଗୁଡ଼ିକ ଆରମ୍ଭ କରିବା ପାଇଁ ସମୟ ଭଲ ଅଟେ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରିବେ। କାର୍ଯ୍ୟ ସଫଳତା ଏବଂ ପ୍ରତିଯୋଗୀମାନଙ୍କଠାରୁ ବିଜୟ ମିଳିବ। ଛୋଟ ଯାତ୍ରାରେ ଯାଇପାରନ୍ତି। ଭାଗ୍ୟବୃଦ୍ଧି ସହିତ ସାମାଜିକ ମାନ-ସମ୍ମାନ ମଧ୍ୟ ମିଳିବ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ଧନୁ : ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । ଆଜିର ଦିନ ଶାନ୍ତିପୂର୍ଣ୍ଣ ରୂପରେ ବ୍ୟତୀତ କରିବେ, କାରଣ ମନ ଚିନ୍ତାଗ୍ରସ୍ତ ରହିବ ଏବଂ ନିଜର ବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଧନହାନି ଏବଂ ମାନହାନି ହୋଇପାରେ। କାଗଜପତ୍ର କାର୍ଯ୍ୟରେ ବିଶେଷ ସାବଧାନ ରହିବେ।ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ

ମକର : ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ ।ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ଭଲ ଭୋଜନ ପ୍ରାପ୍ତ ହେବ। ଆଜିର ଦିନ ଶୁଭ ରହିବ। ଆପଣ ଆତ୍ମିୟଜନମାନଙ୍କ ଏବଂ ମିତ୍ରମାନଙ୍କ ସାଥିରେ ସାମାଜିକ କାର୍ଯ୍ୟଗୁଡ଼ିକରେ ବ୍ୟସ୍ତ ରହିବେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଧନ ମଧ୍ୟ ଖର୍ଚ୍ଚ ହେବ। ଗୁରୁଜନମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥି ମିଳିବ। ଆକସ୍ମିକ ଧନ ଲାଭ ସହିତ ସନ୍ତାନ ମଧ୍ୟ ଲାଭ ହେବ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ

କୁମ୍ଭ : ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ବାସଗୃହ ବାହନର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ପରିବାରର ମାହୌଲ ନ ବିଗୁଡ଼ୁ, ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ। ଧନ ହାନି ନ ହେଉ, ଏଥିପାଇଁ ଭାବିବିଚାରି ନିର୍ଣ୍ଣୟ ନିଅନ୍ତୁ। ମହିଳାମାନଙ୍କ ସହିତ ବ୍ୟବହାରରେ ସାବଧାନ ରହିବେ। ଆଜି ଆପଣ ଶେୟାର ମାର୍କେଟରେ କିମ୍ବା ସଟ୍ଟା ବ୍ୟାପାରରେ ନିବେଶ କରିପାରନ୍ତି। ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ଆଜି ଆପଣଙ୍କର ପରିବାର ସଦସ୍ୟ କୌଣସି ଶୁଭ ସମାଚ଼ାର ଦେଇପାରିବେ । ଆଜି ଆପଣଙ୍କୁ କୌଣସି ଶୁଭ ସମାଚ଼ାର ମିଳିପାରେ । ଆଜି ଆପଣଙ୍କର ପାଖ ପରିବେଶ ବହୁତ ଭଲ ରହିବ । କାର୍ଯ୍ୟରେ ଯଶ ମିଳିବ। ଆଜି ଆପଣଙ୍କ ଦିନ ସୁଖ ପୂର୍ବକ ବିତିବ। ବୌଦ୍ଧିକ ପ୍ରବୃତ୍ତି ଏବଂ ଚର୍ଚ୍ଚାରେ ଦିନ ବିତିବାର ସଂଭାବନା ଅଛି। ଆଜି କଳ୍ପନାଶକ୍ତି ଏବଂ ସୃଜନାତ୍ମକଶକ୍ତିର ଶ୍ରେଷ୍ଠ ଉପଯୋଗ ଆପଣ କରି ପାରିବେ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ଆପଣଙ୍କ ପ୍ରଗତି ହେବ ଏବଂ ମହିଳା ମିତ୍ରମାନଙ୍କର ସହଯୋଗ ମିଳିବ। ଶାରୀରିକ ଫୁର୍ତି ଏବଂ ପ୍ରଫୁଲ୍ଲିତ ମନର ଆଭାସ ହେବ। ଉପରେ ମନରେ ଆସୁଥିବା ବିଚାର ଆପଣଙ୍କୁ ବିଚଳିତ କରିପାରେ।ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ

Leave a Reply

Your email address will not be published. Required fields are marked *