March 28, 2024

Odia Express

News For Public

ବାପାଙ୍କ ବୟସର ଏହି ଅଭିନେତାଙ୍କୁ ବିବାହ କରିସାରିଛନ୍ତି ଏହି ମହିଳାମାନେ , ଜଣେ ତ ୧୬ ବର୍ଷ ବୟସରେ ନିଜ ହୃଦୟ ଦେଇ ବସିଥିଲେ -ଏବେ ଦେଖିନିୟନ୍ତୁ..

କୁହନ୍ତି ନା ବାହାଘର ହେବାର କୌଣସି ବୟସ ନଥାଏ , ଯେବେ ଆପଣ କାହାକୁ ପ୍ରେମ କରନ୍ତି ତେବେ ଆପଣ ତାଙ୍କର ବୟସ ବିଷୟରେ ଭାବନ୍ତି ନାହିଁ , ଆପଣଙ୍କୁ ସାମ୍ନା ବାଲାର ଭଲ ଗୁଣ ନଜର ଆସିଥାଏ , ଯେବେ ସ୍ୱାମୀ ସ୍ତ୍ରୀ ଠାରୁ ଟିକିଏ ଅଧିକା ବୟସ୍କ ହୋଇଯାଏ ତେବେ ସମାଜରେ ନାନାଦି କଥା ଉଠେ  ଆଜି ଆମେ ସେହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ନିଜ ବାପାଙ୍କ ବୟସର ଅଭିନେତାଙ୍କୁ ବିବାହ କରିଛନ୍ତି , ଏଥିରେ କିଛି ବିବାହ କରି ସଫଳ ଜୀବନଜାପନ କରୁଛନ୍ତି ଓ କିଛି ଙ୍କର ସଂମ୍ପର୍କ ଶେଷ ହୋଇସାରିଛି , ତେବେ ଆସନ୍ତୁ ଜାଣିବା ତାଙ୍କ ମାନଙ୍କ ଲଭ୍ ଲାଇଫ୍ ବିଷୟରେ ।

୧) ମିଲିନ୍ଦ୍ ସୋମନ୍ ଓ ଅଙ୍କିତା କୁଁଅର୍ : ଅଭିନେତା ଓ ମଡେଲ୍ ମିଲିନ୍ଦ୍ ସୋମନ୍ ନିଜ ଠାରୁ ୨୫ ବର୍ଷ ସାନ ଅଙ୍କିତା କୁଅଁରଙ୍କୁ ଗତ ବର୍ଷ ବିବାହ କରିଛନ୍ତି , ଏହି ଦୁହେଁ ବିବାହ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି , ଏହାର କାରଣ ୫୩ ବର୍ଷିୟ ମିଲିନ୍ଦ ନିଜର ଅଧା ବୟସର ଝିଅ ସହ ବିବାହ କରିବା କାରଣରୁ ହୋଇଛି , ସୋସିଆଲ୍ ମିଡିଆରେ ଏହି ଯୋଡିକୁ ବହୁତ ପସନ୍ଦ କରିଛନ୍ତି , ଆଜି ବି ଲୋକେ ଏମାନଙ୍କ ପ୍ରେମ କାହଣୀକୁ ନେଇ ସୋସିଆଲ୍ ମିଡିଆରେ ନାନାଦି କଥା କହନ୍ତି ।

୨) ରାଜେଶ୍ ଖାନ୍ନା ଓ ଡିମ୍ପଲ୍ କାପାଡିଆ : ବିଗତ ଜମାନାର ସୁପରଷ୍ଟାର୍ ରାଜେଶ୍ ଖାନ୍ନା ବହୁତ ଝିଅଙ୍କର ଏକ ଡ୍ରିମ୍ ବୟ ରୁପେ ଥିଲେ,  ରାଜେଶ୍ ଖାନ୍ନା ନିଜେ ଡିମ୍ପଲ୍ କାପାଡିଆଙ୍କୁ ଭଲ ପାଇବସିଥିଲେ,  ରାଜେଶ ଖାନ୍ନା ୩୩ ବର୍ଷର ଥିଲେ , ତେବେ ଡିମ୍ପଲ୍ ୧୬ ବର୍ଷର ଥିଲେ,  ଏହାପରେ ଡିମ୍ପଲ୍ ତାଙ୍କୁ ବିବାହ କରିନେଲେ , ଏହି ବିବାହ ସମୟରେ ଡିମ୍ପଲ୍ ପ୍ରଥମଥର ବବି ଫିଲ୍ମରେ ସୁଟିଂଙ୍ଗ୍ କରୁଥିଲେ ।

୩) ଦିଲ୍ଲୀପ କୁମାର ସାଇରା ବାନୁ : ବଲିଉଡ୍ ର ପ୍ରଥମ ସୁପରଷ୍ଟାର୍ ଦିଲ୍ଲୀପ କୁମାର ନିଜର ବିବାହ ଅଧା ବୟସର ଝିଅକୁ ୧୯୬୬ ରେ କରିଥିଲେ, ସେହି ସମୟରେ ଦିଲ୍ଲୀପ କୁମାରଙ୍କ ବୟସ ୪୪ ବର୍ଷ ହୋଇଥିଲା,  ଓ ସାୟରା ବାନୋ କେବଳ ୨୨ ବର୍ଷର ଥିଲେ , ବିବାହ ପରେ ତାଙ୍କ ପ୍ରେମରେ କିଛି ବି କମି ଦେଖିବାକୁ ମିଳିନଥିଲା,  ସାୟରା ଆଜି ବି ଦିଲ୍ଲୀପ ଜୀଙ୍କ ବହୁତ ଦାୟିତ୍ୱ ନେଉଛନ୍ତି ।

୪) କବୀର ବେଦି ଓ ପରବିନ୍ ଦୁସାଂଜ : ବଲିଉଡ୍ ଅଭିନେତା ନିଜ ୭୦ ତମ ଜନ୍ମ ଦିବସରେ ୩୩ ବର୍ଷ ଛୋଟ ପରବିନ୍ ଦୁସାଂଜଙ୍କୁ ବିବାହ କରିଥିଲେ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କବୀର ଏହା ଚତୁର୍ଥ ବିବାହ କରିଛନ୍ତି , ଏହି ବିବାହ ୨୦୦୫ ରେ ହୋଇଥିଲା,  ମଜାଦାର୍ କଥା ଏହା କି କବିରଙ୍କ ଝିଅ ପୁଜା ବେଦୀ ନିଜେ ନିଜ ବାପାଙ୍କର ଚତୁର୍ଥ ସ୍ତ୍ରୀ ମାନେ ପରବିନ୍ ଙ୍କ ଠାରୁ ବଡ ଅଟେ  ।

୫) ସଞ୍ଜୟ ଦତ୍ତ ଓ ମାନ୍ୟତା : ମାନ୍ୟତା ସଞ୍ଜୟ ଦତ୍ତଙ୍କ ତୃତୀୟ ସ୍ତ୍ରୀ ଅଟନ୍ତି , ଦୁହେଁଙ୍କ ମଧ୍ୟରେ ୧୯ ବର୍ଷ ବୟସର ଅନ୍ତର ଅଛି , ଦୁହେଁଙ୍କ ମଧ୍ୟରେ ବହୁତ ଗଭୀର ଭଲ ପାଇବା ଅଛି , ମାନ୍ୟତା ସଞ୍ଜୟ ଙ୍କ ସବୁ ସୁଖ ଦୁଃଖରେ ବରାବର ଠିଆ ହୁଅନ୍ତି , ଏହି ଦୁହେଁଙ୍କର ଯୋଡି ସୋସିଆଲ୍ ମିଡିଆର୍ ବହୁତ ଚର୍ଚ୍ଚିତ ହୋଇଛି ।

୬) ସୈଫ୍ ଅଲ୍ଲୀ ଖାନ୍ ଓ କରିନା କାପୁର୍ : ସୈଫ୍ ଅଲ୍ଲୀ ଖାନ୍ ପୂର୍ବରୁ ନିଜ ଠାରୁ ୧୨ ବର୍ଷ ବଡ ଅମୃତା ସିଂଙ୍କୁ ବିବାହ କରିସାରିଥିଲେ,  ତାପରେ ଦୁହେଁଙ୍କ ଛାଡପତ୍ର ହୋଇଗଲା , ପରେ ସୈଫ୍ ନିଜେ ୧୦ ବର୍ଷ ସାନ କରୀନା କାପୁରଙ୍କୁ ବିବାହ କରିନେଲେ , ଆଜି ଦୁହେଁଙ୍କର ଗୋଟେ ପୁଅ ଅଛି ଯାହାଙ୍କର୍ ନାଁ ତୈମୁର୍ ଅଟେ ।

Leave a Reply

Your email address will not be published. Required fields are marked *