April 25, 2024

Odia Express

News For Public

ପଡିଆକୁ କେବେ ଫେରିବେ ଧୋନୀ , ନିଜେ କଲେ ଏହାକୁ ନେଇ ଏକ ବିଶେଷ ଘୋଷଣା , କହିଲେ ଜାନୁୟାରୀ ପର୍ଯ୍ୟନ୍ତ ମୋତେ..

1 min read

ଭାରତୀୟ ଟିମ୍ ର ଦିଗଜ୍ଜ୍ ୱିକେଟ୍ କିପର୍ –ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ପରେ କ୍ରିକେଟ୍ ର ମଇଦାନରେ ନଜର ଆସୁନାହାନ୍ତି , ଏମିତିରେ ତାଙ୍କ ଭବିଷ୍ୟକୁ ନେଇକରି ନାନାପ୍ରକାରର କଥା ଆସୁଛି , ଧୋନୀ କେବେ ପଡିଆକୁ ଆସିବେ , ଏହାକୁ ନେଇକରି ପରିଶେଷରେ ନିଜର ମୁହଁ ଖୋଲିଛନ୍ତି , ଧୋନୀ କହିଲେ କି ଭବିଷ୍ୟକୁ ନେଇକରି ଜାନୁୟାରୀ ଯାଏଁ କିଛି ପ୍ରଶ୍ନ ନ କରାଯାଉ । ଧୋନୀ ମୁମ୍ବାଈରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ  ଯେଉଁଠି ଏହି ପ୍ରଶ୍ନ କରାଯାଇଥିଲା,  ତେବେ ସେ ଏହି ପରି ଜବାବ୍ ଦେଇକରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଧୋନୀ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ କେବେ ଫେରିବେ ? ଏହା ତ ଜାନୁୟାରି ୨୦୨୦ ରେ ପତ୍ତା ଲାଗିଯିବ , କିନ୍ତୁ ଧୋନୀ ଆଗାମୀ ଆଇପିଏଲ୍ ସିଜିନ୍ ପାଇଁ ଖେଳୁଥିବାର ନଜର ଆସିଯିବେ , ଏହା ବିଲକୁଲ୍ ସଠିକ୍ ଖବର ଅଟେ, ଧୋନୀ ଆଉଥରେ ପୁଣି ଚେନ୍ନାଇ ସୁପରକିଙ୍ଗ୍ ଅଧିନାୟକ ଭାବେ ଆଇପିଏଲ୍ ୨୦୨୦ ରେ ଖେଳିବେ । ଧୋନୀ ୨୦୦୭ ର ବିଶ୍ୱକପ୍ ଜିତିବାପରେ ଏହାକୁ ମନେ ପକାଇକହିଲେ କି ଆମେ ୨୦୦୭ ରେ ବିଶ୍ୱକପ୍ ଜିତିବାପରେ ଭାରତ ଆସିଥିଲୁ , ଓ ଖୋଲା ବସ୍ ରେ ଯାତ୍ରା କଲୁ , ଆମେ ମରିନ୍ ଡ୍ରାଇଭ୍ ରେ ଠିଆ ହେଲୁ , ସବୁଆଡେ ଜାମ୍ ଲାଗିଥିଲା  ଓ ଆମର ସ୍ୱାଗତ ପାଇଂ ଲୋକେ ନିଜର କାର ଅଟକାଇ ଥିଲେ , ସମସ୍ତଙ୍କ ଚେହେରାରେ ଖୁସି ଥିଲା,

ଧୋନୀ ୨୦୧୧ ବିଶ୍ୱକପ୍ ଫାଇନାଲ୍ କୁ ମନେ ପକାଇ କହିଲେ କି ଫାଇନାଲ୍ ରେ ଜିତ୍ ପାଇଁ ୧୫-୨୦ ରନ୍ ଦରକାର ଥିଲା , ଓ ସେହି ସମୟରେ ୱାନ୍ ଖଡେ ଷ୍ଟାଡିୟମ୍ ରେ ଦର୍ଶକ ମାନେ ବନ୍ଦେ ମାତରମ୍ ଗାନ କରୁଥିଲେ , ଏହା ମୋର ହୃଦୟର ବହୁତ ଛୁଇଁ ଥିଲା ।

Leave a Reply

Your email address will not be published. Required fields are marked *