April 17, 2024

Odia Express

News For Public

ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ବାହାଘର କରାଇଦେବାକୁ ଚାହୁଁନଥିଲେ ଜାହ୍ନବୀ – କାଟିଦେଇଥିଲେ ନିଜ ହାତର ଶିର , କରିଦେଇଥିଲେ ଏଭଳି କାମ…

1 min read

ବଲିଉଡ୍ ରେ ଏମିତି ବହୁତ ଯୋଡି ଅଛନ୍ତି ଯେଉଁମାନେ ଅସଲ ଜୀବନରେ ଜଣେ ଜଣଙ୍କର ଜୀବନସାଥୀ ହୋଇଛନ୍ତି , ଏଥିରେ ଅମିତାଭ-ଜୟା, କାଜୋଲ୍-ଅଜୟ, ସାହାରୁଖ୍-ଗୌରୀ, ଅକ୍ଷୟ-ଟ୍ୱିଙ୍କଲ୍ ଯୋଡିଙ୍କୁ ଷ୍ଟାର୍ କପଲ୍ ବୋଲି ଜଣାଯାଏ , ଏଥିରୁ ଗୋଟେ ଯୋଡି ଏପରି ଅଛି , ଯାହାଙ୍କର ପ୍ରେମ କାହାଣୀ ବହୁତ ମଜାଦାର୍ ଅଟେ , କିନ୍ତୁ ସେଥିରୁ ଅଧିକା ମଜାଦାର୍ ରହିଥିଲା ,ଯାହାକି ବହୁତ ବାଧାବିଘ୍ନ ଓ ବିବାଦରେ ଆସିଥିଲେ , ଯାହାଙ୍କର ବିବାହ ବହୁତ ସାରା ବିବାଦ ଘେରକୁ ଆସିଥିଲା,  ବିବାହ ପୂର୍ବରୁ ଆଫେୟାର୍ ଅଲଗା ଅଲଗା ଥିଲେ । ଓ ଏବେ ତାଙ୍କୁ ଭଗବାନ ଯୋଡି ବନାଇଥିଲେ , କେବଳ ସେତିକି ନୁହେଁ ବିବାହ କରିବାର ଦିନରେ ଏତେ ଜବରଦସ୍ତ ହଙ୍ଗାମା ହୋଇଥିଲା ଯାହା କେଉଁ ସେଲିବ୍ରେଟିର ବାହାଘରରେ ଦେଖିବାକୁ ମିଳିନଥିଲା ।

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସାକ୍ଷାତ ଫିଲ୍ମ ଢାଇ ଅକ୍ଷର ପ୍ରେମ୍ କେ ସୁଟିଂଙ୍ଗ୍ ସମୟରେ ହୋଇଥିଲା , ଫିଲ୍ମ ତ ଚାଲିଲା ନାହିଁ , କିନ୍ତୁ ଏମାନଙ୍କର ଭଲ ବନ୍ଧୁତା ହୋଇଗଲା  ସେହି ସମୟରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଆଶା କରାଯାଉନଥିଲା କି ଏମାନେ ଆଗକୁ ଯାଇକରି ସ୍ୱାମୀ –ସ୍ତ୍ରୀ ହୋଇଯିବେ , ଏହା ପହରେ ଥିଲା ଦୁହେଁଙ୍କର ସିରିୟସ୍ ଆଫେୟାର୍ , ଐଶ୍ୱର୍ଯ୍ୟା ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍ ସମୟରେ ସଲମାନଙ୍କ ସହ ପ୍ରେମରେ ପଡିଯାଇଥିଲେ ,

୨୦୦୨ ରେ ଅଭିଷେକ –କରିଶ୍ମାଙ୍କ ନିର୍ବନ୍ଧ ହୋଇଯାଈଥିଲା , କିନ୍ତୁ ନିର୍ବନ୍ଧ ପରେ କେଉଁ କାରଣରୁ ତାଙ୍କର ପରିବାର ମଧ୍ୟରେ ଫାଟ ଆସିଯାଇଥିଲା , ଅନ୍ୟପଟେ ଐଶ୍ୱର୍ଯ୍ୟା ଓ ସଲମାନଙ୍କ ପ୍ରେମ କାହାଣୀ ଗଢିଉଠିଥିଲା,  ଗୋଟେ ସମୟ ଏପରି ଆସିଲା କି ଯେବେ ଐଶ୍ୱର୍ଯ୍ୟା ଏହି ସଂମ୍ପର୍କକୁ ସମାପ୍ତ କରିବାକୁ ଭାବିନେଲେ ଓ ଆରୋପ ଲଗାଇକରି ତାଙ୍କ ସହ ବ୍ରେକ୍ ଅପ୍ କରାଇନେଲେ , ଓ ବିବେକଙ୍କ ସହ ପ୍ରେମ ସଂମ୍ପର୍କ ଆରମ୍ଭ କରିଥିଲେ , ଯାହା ଦ୍ୱାରା ସେ ବହୁତ ଚର୍ଚ୍ଚିତ ହୋଇଥିଲେ , ଅଭିଷେକ –ରାଣୀ ଯୁବା ବଣ୍ଟି ଓ ବବଲି , କଭି ଅଲବିଦା ନା କେହେନା ଏକା ସାଙ୍ଗେ କାମ କରିଥିଲେ , ତାଙ୍କର ଯୋଡି ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ସେହି ସମୟରେ ଖବର ଏତେ ଜୋରଦାର୍ ଥିଲା କି କେବେ ଐଶ୍ୱର୍ଯ୍ୟା ବିବେକଙ୍କ ସହ ଓ ଅଭିଷେକ ରାଣୀଙ୍କ ସହ ବିବାହ ଖବର ଆସୁଥିଲା , କିନ୍ତୁ ଭାଗ୍ୟର ଖେଳ ଦେଖନ୍ତୁ ଅଭିଷେକ ଐଶ୍ୱର୍ଯ୍ୟଙ୍କୁ ହିଁ ମିଳିବାର ଥିଲା , ସେହି ପରି ଉମରା ଜାନ୍ ସୁଟିଂ ସମୟରେ ଐଶ୍ୱର୍ଯ୍ୟା ଓ ଅଭିଷେକ ପାଖାପାଖି ହେବାକୁ ଲାଗିଲେ , ଏହାପରେ ଗୁରୁ ଓ ଧୁମ୍ -୨ ରେ ଏକା ସାଙ୍ଗେ କାମ କରିତିଲେ,  ସେମିତି ଟରୋଣ୍ଟୋରେ ସେ ବିବାହ କରିବାପାଇଁ ପ୍ରପୋଜ କରିଦେଲେ , ଓ ଐଶ୍ୱର୍ଯ୍ୟା ହଁ କରିଦେଲେ ।

ନ୍ୟୁୟର୍କରୁ ଫେରିବାପରେ ଦୁହେଁ ୧୪ ଜାନୁୟାରି ୨୦୦୭ ରେ ନିର୍ବନ୍ଧ କଲେ , ଏହାପରେ ବିବାହ କରିବା ସମୟ ସେପରି ଠିକ୍ କଟିନଥିଲା , କୁଣ୍ତଳୀରେ ଜଣାପଡିଲା କି ଐଶ୍ୱର୍ଯ୍ୟା ମାଙ୍ଗଳିକ ଅଟନ୍ତି , ଯାହା ଦ୍ୱାରା ତାଙ୍କ ବିବାହ ଏକ ଗଛ ସହ ହୋଇଥିଲା , ଏହି ମାମଲା ଶାନ୍ତ ହେବା ପରେ ଆଉ ଏକ ଅସୁବିଧା ହୋଇଥିଲା,  ଅଚାନକ ଅଭିଷେକଙ୍କ ବାହାଘରରେ ଜାହ୍ନବୀ ନାମକ ଜଣେ ମଡେଲ୍ ଆସି ପହଞ୍ଚିଗଲେ  ଓ ହଙ୍ଗାମା ମଚାଇଦେଲେ । ଜାହ୍ନବି କାପୁର ଜଣେ ମଡେଲର୍ ଯିଏକି ଅଭିଷେକ ଓ ଐଶ୍ୱଙ୍କ ବିବାହରେ ଆସି ବହୁତ ହଙ୍ଗାମା କରିଥିଲେ , ଦୁହେଁଙ୍କ ବିବାହ ରୋକିବାକୁ ତାଙ୍କର ଇଚ୍ଛା ଥିଲା ,

ସେହି ସମୟରେ ସେ ନିଜ ହାତର ନର୍ଭସ୍ କାଟିଦେଇଥିଲେ , ଜାହ୍ନବୀଙ୍କ କହିବା କଥା ଥିଲା କି ଅଭିଷେକ ତାଙ୍କୁ ଭଲ ପାଉଥିଲେ,  ଓ ବିବାହ କରିବାର କଥା ଦେଇଥିଲେ , କିନ୍ତୁ କଥା ସାମ୍ନାକୁ ଆସିଲା କି ସେ ପବ୍ଲିସିଟି ସ୍ଟଣ୍ତ ପାଇଁ ଏପରି କାମ କରୁଥିଲେ , ବିବାହ ପରେ ତାଙ୍କ ହାଲାତ୍ ବହୁତ ବଦଳିଯାଇଥିଲା , କେବେ ରାଣୀ ଓ କରିସ୍ମା ଠାରୁ ଦୁରେଇ ରହୁଥିବା ଐଶ୍ୱର୍ଯ୍ୟା ବି ଦୂରେଇ ଗଲେ , କୃଷ୍ଣାରାଜ ନିଧନ ପରେ ଐଶ୍ୱ ରାଣୀଙ୍କୁ କୁଣ୍ତାଇ ପକାଇଲେ , ସେମିତି ଇଶା ଅମ୍ବାନୀ ଲେଡିଜ୍ ଫଙ୍କସନରେ ଐଶ୍ୱଙ୍କ କରିସ୍ମା ହାତ ଧରି ଡ୍ୟାନ୍ସ କରିଥିଲେ , ସେମିତି ସଲମାନଙ୍କୁ ଏହି କଥା କବୁଲ୍ ଅଛି ତାଙ୍କୁ ଅଭିଷେକଙ୍କ ସହ ବିବାହ କରିବାରେ କୌଣସି ଅସୁବିଧା ନାହିଁ । ଆଜି ଅଭିଷେକ-ଐଶ୍ୱର୍ଯ୍ୟା ୬ ବର୍ଷର ଝିଅ ସହ ସୁଖୀ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *